ଭଞ୍ଜନଗର ମ୍ୟୁନିସିପାଲିଟିରେ ୧୫ ଗ୍ରାମ ମିଶିବ: ବିଧାୟକ ମିଠା ବାଣ୍ଟିଲେ, ବାଣ ଫୁଟାଇଲେ ଲୋକେ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ରାଜ୍ୟ ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦକୁ ଏନଏସି ଘୋଷଣା କରିଛନ୍ତି। ଏହି ଖବର ଜଣାପଡିବା ପରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ଲୋକଙ୍କୁ ଭିଡ ଜମିଛି। ଏହାପରେ ଲୋକଙ୍କୁ ବିଧାୟକ ମିଠା ବାଣ୍ଟିଥିଲେ। ଅନ୍ୟପକ୍ଷରେ ଲୋକେ ମଧ୍ୟ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଥିଲେ।

ମ୍ୟୁନିସିପାଲିଟିରେ ଭଞ୍ଜନଗର ସହର ତଳି ୫ଟି ପଞ୍ଚାୟତର ୧୫ଟି ଗ୍ରାମ ମିଶିବା ପାଇଁ ପ୍ରସ୍ତାବ ଯାଇଛି। ସେଗୁଡ଼ିକ ହେଲା ଜିଲୁଣ୍ଡି ପଞ୍ଚାୟତର ଜିଲୁଣ୍ଡି ଏବଂ ଅଗଝୋଳ। ବାଉଁଶଲୁଣ୍ଡି ପଞ୍ଚାୟତର ବାଉଁଶଲୁଣ୍ଡୀ, ଗାମୁଣ୍ଡି, ଧୂମୁଛାଇ,ଢୁଢ଼ୁଆ, ଡିହପଢାଲ ପଞ୍ଚାୟତର ଡିହପଢ଼ାଲ, ତୁଳସିପଲ୍ଲି, ବେଣାକୁଣ୍ଡା, ଲାଲସିଂ ପଂଚାୟତର ଲାଲସିଂ, ଛେଦାଭୂମି, ରାଜକୁଣ୍ଡୁ ବଡ଼କୋଦଣ୍ଡା ପଞ୍ଚାୟତର ବଡ଼କୋଦଣ୍ଡା ଓ ପଥରା ପ୍ରମୁଖ। ଏନେଇ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଠ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଆସିଲେ ଜଣାପଡ଼ିବ କେତେ ଗ୍ରାମ ଯୋଡ଼ିହେଲା। ୧୫ଟି ଗ୍ରାମ ବର୍ତ୍ତମାନ ପ୍ରସ୍ତାବ ଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ବହୁବର୍ଷ ହେବ ଭାଜପା, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା। କଥା ଯାଇ କୋର୍ଟରେ ମଧ୍ୟ ପହଞ୍ଚିଥିଲା। ତଥାପି ବିଜେଡି ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ନ ଥିଲେ। ଶେଷରେ ଗତ ସଧାରଣ ନିର୍ବାଚନ ପୁର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ନୂତନ ଏନଏସି ଏବଂ ମ୍ୟୁନିସିପାଲଟି ଘୋଷଣା କରିଥିଲେ। ତତ୍କାଳୀନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ। କିନ୍ତୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇ ନ ଥିବା ଯୋଗୁ ବିଜ୍ଞପ୍ତି ପ୍ରକାଶ ପାଇପାରି ନ ଥିଲା। ଏହାପରେ ସଧାରଣ ନିର୍ବାଚନ ଘୋଷଣା ହୋଇଯାଇଥିଲା । ଫଳରେ ଉକ୍ତ ଫାଇଲ ସେଠି ଅଟକି ରହିଯାଇଥିଲା। ଭାଜପା ପକ୍ଷରୁ ଏହା ମିଥ୍ୟା ଘୋଷଣା ବୋଲି ଅଭିଯୋଗ କରାଯାଇଥିଲା। ନିର୍ବାଚନରେ ବିଜେଡ଼ିର ପରାଜୟ ସହ ଭାଜପା କ୍ଷମତାକୁ ଆସିଥିଲା। ଭଞ୍ଜନଗରରୁ ଭାଜପାରୁ ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ସହ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନଏସି ମାନ୍ୟତା କିଭଳି ମିଳିବ ସେଥିପାଇଁ ଯୋଜନା ଆରମ୍ଭ କରିଥିଲେ। ଏହି ସମୟରେ କେତେକ କ୍ଷେତ୍ରରେ କିଛି ବିରୋଧି ମ୍ୟୁନିସିପାଲିଟି କିଭଳି ନହେବ ସେଥିପାଇଁ ଚକ୍ରାନ୍ତ କରିଥିଲେ। କିନ୍ତୁ ବିଧାୟକ ନାୟକ ବିରୋଧୀଙ୍କ ଉକ୍ତ ଚକ୍ରାନ୍ତକୁ ବୁଝିପାରି ବିକଳ୍ପ ରାସ୍ତା ବାହାର କରିବା ପରେ ମ୍ୟୁନିସିପାଲିଟି ହେବା ରାସ୍ତା ସହଜ ହୋଇଥିଲା। ଏନେଇ ବିଧାୟକ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସ୍ବାୟତ୍ତ ଶାସନ ଦିବସ ଦିନ ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଏବଂ ଜଗନ୍ନାଥପ୍ରସାଦକୁ ଏନଏସି ମାନ୍ୟତା ଦିଆଯିବ ବୋଲି ବିଧାୟକ ନାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଧାୟକ ନାୟକଙ୍କ ଅନୁରୋଧକୁ ରକ୍ଷା କରି ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?