Posted inଜାତୀୟ

୧୫ ମାସର ଝିଅକୁ ତଳେ ପକାଇ ପିଟିଲେ, କାମୁଡ଼ିଲେ: ପଦାରେ ପଡ଼ିଲା ଡେ କେୟାର ସେଣ୍ଟରର ବର୍ବରତା

ନୋଏଡା,୧୧।୮: ଉତ୍ତର ପ୍ରଦେଶର ନୋଏଡାରେ ଜଣେ ୧୫ ମାସର ଝିଅ ଉପରେ ଆକ୍ରମଣର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡେ କେୟାର ସେଣ୍ଟରରେ ମେଡ୍‌ ଝିଅଟିକୁ ଚାପୁଡ଼ା ମାରି ତଳେ ପକାଇ ଦେଇଥିଲେ। ଚାକରାଣୀଙ୍କ ଏହି କାର୍ଯ୍ୟ ଡେ କେୟାର ସେଣ୍ଟରରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରେ ସେ ଝିଅଟିକୁ କୋଳରେ ଧରିଥିବା ଏବଂ ମଝିରେ ସେ ଝିଅଟିକୁ ମାଡ଼ ମାରିବା ଏବଂ ପିଟିବା ଦେଖାଯାଉଛି। କେବଳ ଏତିକି ନୁହେଁ, ସେ ଝିଅଟିକୁ ପ୍ଲାଷ୍ଟିକ ବେଲ୍ଟରେ ପିଟିବା ଏବଂ ତାକୁ ତଳେ ପକାଇ ମଧ୍ୟ ଦେଇଥିଲେ।

ନୋଏଡାର ସେକ୍ଟର-୧୩୭ ପାରସ ଟିଆରା ସୋସାଇଟିରେ ଅବସ୍ଥିତ ଡେ କେୟାର ସେଣ୍ଟର BLIPEEରୁ ଏହି ମାମଲା ସାମ୍ନାକୁ ଆସିଛି। ଝିଅଟିର ମାଆ ତାକୁ ଡେ କେୟାରରୁ ନେବାକୁ ଆସିଥିଲେ, ଝିଅଟି ଲଗାତାର କାନ୍ଦୁଥିଲେ। ମାଆ ଯାଞ୍ଚ କରିବା ସମୟରେ ଝିଅଟିର ଜଙ୍ଘରେ ଗୋଲ କାମୁଡ଼ା ଚିହ୍ନ ଦେଖାଯାଇଥିଲା। ପରେ ମା’ ତୁରନ୍ତ ଝିଅଟିକୁ ହସ୍ପିଟାଲକୁ ନେଇ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଝିଅଟିକୁ ଯାଞ୍ଚ କଲେ ଏବଂ ଝିଅଟିର ଜଙ୍ଘରେ ଥିବା ଆଘାତ ଚିହ୍ନକୁ ‘କାମୁଡ଼ା’ ବୋଲି କହିଥିଲେ।
ଏହା ପରେ ମା’ ଡେ କେୟାର ମେଡ ଉପରେ ସନ୍ଦେହ କରିଥିଲେ। ଝିଅର ମା’ ଅନ୍ୟ ଲୋକଙ୍କ ସହିତ ଡେ କେୟାରରେ ପହଞ୍ଚିଥିଲେ ଏବଂ ତାଙ୍କୁ ସିସିଟିଭି ଯାଞ୍ଚ କରିବାକୁ କୁହାଯାଇଥିଲା, କିନ୍ତୁ ମା’ଙ୍କ ଅଭିଯୋଗ ସତ୍ତ୍ୱେ ଡେ କେୟାରର ମୁଖ୍ୟ ପ୍ରଥମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ତା’ପରେ ସିସିଟିଭି ଫୁଟେଜ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା ଏବଂ ମେଡ୍‌ ସ୍ପଷ୍ଟ ଭାବରେ ଝିଅଟିକୁ ନିର୍ମମ ବ୍ୟବହାର କରୁଥିବାର ଦେଖାଯାଇଥିଲା। ଭିଡିଓରେ, ସେ ଝିଅଟିକୁ ଚାପୁଡ଼ା ମାରୁଥିବା ଏବଂ କାନ୍ଦିବା ସମୟରେ ତାକୁ ତଳେ ଫିଙ୍ଗି ଦେଉଥିବାର ଦେଖାଯାଇଛି।

କେବଳ ଏତିକି ନୁହେଁ, ଡେ କେୟାରରେ ଝିଅଟିକୁ ପ୍ଲାଷ୍ଟିକ ବେଲ୍ଟରେ ପିଟିଥିବା ଏବଂ ଦାନ୍ତରେ ଝିଅଟିର ଜଙ୍ଘକୁ କାମୁଡ଼ିଥିବା ଅଭିଯୋଗ ହୋଇଛି। ମା’ ଅଭିଯୁକ୍ତ ମେଡ୍‌ ଏବଂ ଡେ କେୟାର ବିରୋଧରେ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ, ସେକ୍ଟର-୧୪୨ ଥାନାରେ ଏକ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଚାକରାଣୀକୁ ମଧ୍ୟ ଗିରଫ କରାଯାଇଛି। ଡେ କେୟାର BLIPEEର ମୁଖ୍ୟ ରିଷି ଆରୋରାଙ୍କ ସ୍ତ୍ରୀ ଚାରୁଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।

ଡେ କେୟାର ସେଣ୍ଟର BLIPEE ସମ୍ପର୍କରେ BSA ଗୌତମ ବୁଦ୍ଧ ନଗର ଏବଂ ଶିଶୁ କଲ୍ୟାଣ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗାଯାଉଛି। ଅଭିଯୋଗ ହୋଇଛି , ଡେ କେୟାରର ମୁଖ୍ୟ ଅପମାନଜନକ ଭାଷା ବ୍ୟବହାର କରିଥିଲେ ଏବଂ ପରିବାର ଅଭିଯୋଗ କରିବା ସମୟରେ ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ, ଯାହା ପରେ ଝିଅଟିର ମା’ ପୋଲିସକୁ ଯାଇ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri