Posted inଜାତୀୟ

୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନାର ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା,୨୩।୧: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର। ସୋମବାର ମନ୍ଦିରକୁ ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି।
ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି। ଏହି ସମ୍ପୂର୍ଣ୍ଣ ଗହଣାରେ ୧୪ପ୍ରକାର ଆଭୂଷଣ ଗଢାଯାଇଛି। ଯଥାକ୍ରକେ ମଥାର ତିଳକ, ମୁକୁଟ, ୪ଟି ହାର, ଗୋଟିଏ କମରପଟି, ଦୁଇହଳ ପାଉଁଜି, ବିଜୟ ମାଳ, ଦୁଇଟି ମୁଦି। ଏହିସବୁ ଅଳଙ୍କାର ୧୨ଦିନରେ ପ୍ରସ୍ତୁତ ହୋଇଛି। ପ୍ରାଣ ପ୍ରତିଷ୍ଠା ହେବାର ୧୫ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ, ଲକ୍ଷ୍ନୌର ହର୍ଷାମଲ ଶ୍ୟାମଲ ଜୁଏଲାରୀକୁ ଏହି ଦାୟିତ୍ୱ ଦେଇଥିଲା।

Prime Minister Narendra Modi performing rituals inside the Ram Temple complex in Ayodhya on Monday. (Photo: PTI)

ରାମଲଲାଙ୍କ ମୁକୁଟ ୨୨କ୍ୟାରେଟ ସୁନାରେ ନିର୍ମିତ ହୋଇଛି। ଯେଉଁଥିରେ ୭୫କ୍ୟାରେଟ ହୀରା, ୧୭୫ କ୍ୟାରେଟ ଜାମ୍ବିଆନ ପନ୍ନା, ୨୬୨ କ୍ୟାରେଟର ରୁବି ଖଚିତ ହୋଇଛି। ମୁକୁଟଟିର ଓଜନ ପ୍ରାୟ ୧.୭କିଲୋ ରହିଛି।

(Photo: PTI)
ସେହିପରି ରାମଲଲାଙ୍କ ବାଳୁତ ମୁଖରେ ଝଟକୁ ଥିବା ତିଳକ ୧୬ଗ୍ରାମ ସୁନା ଓ ୩ କ୍ୟାରେଟ ହୀରାରେ ନିର୍ମିତ ହୋଇଛି। ତିଳକର ବାହାର ପାର୍ଶରେ ୧୦କ୍ୟାରେଟ ହୀରା ଲଗାଯାଇଛି। ଏଥିସହ ବରର୍ମେସ ରୁବିର ମଧ୍ୟ ବ୍ୟବହାର ହୋଇଛି।

(Photo: PTI)
ଏହିକ୍ରମରେ ପନ୍ନାରେ ତିଆରି ମୁଦିରେ ୪ କ୍ୟାରେଟ ହୀରା, ୩୩କ୍ୟାରେଟ ପନ୍ନା ଓ ଜାମ୍ବିଆନ ପନ୍ନା ବ୍ୟବହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri