କାଳବୈଶାଖୀ ତାଣ୍ଡବରେ ବେସାହାରା ୧୫ ପରିବାର

ବେଗୁନିଆପଡ଼ା,୧୩ା୬: ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ବେସାହାରା ହୋଇଛନ୍ତି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଫାଶୀ ହରିଜନ ସାହିର ୧୫ ପରିବାର। ଦୀର୍ଘ ୫୦ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ସମୁଦାୟ ୧୫ ପରିବାର କଚା ଘରେ ଜୀବନ ଯାପନ କରୁଥିବା ବେଳେ ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି କେମିତି ପଡୁନି ତାକୁ ନେଇ ଉଠିଛି ପ୍ରଶ୍ନ। ବେଗୁନିଆପଡ଼ା ବ୍ଳକ ୪୪ ନମ୍ବର ଜୋନ୍‌ ଜିଲା ପରିଷଦ ସ୍ଯଯା କ୍ଯଯାଣୀ ପାତ୍ରଙ୍କ ନିଜ ଗାଁ ରେ ଏମିତି ହୋଇଛି ବିକାଶ। ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ଭାଙ୍ଗି ଯାଇଛି ହରିଜନ ସାହିର ୪ ଟି ପରିବାରର ଆଜବେଷ୍ଟସ୍‌ ଘର। ଆଉ ଆଜବେଷ୍ଟସ୍‌ ଛପର ଉଡିବା ପରେ ଏବେ ଚିନ୍ତାରେ ପରିବାର ଓ ସାହି ବାସିନ୍ଦା। ଭୋଟ୍‌ ବେଳେ ନେତା ଆସି ପ୍ରତିଶ୍ରୁତି ବର୍ଷା କରୁଛନ୍ତି, କିନ୍ତୁ ଭୋଟ୍‌ ପରଠୁ ନେତାଙ୍କ ଦେଖା ମିଳି ନଥିବା କହିଛନ୍ତି ସାହି ବାସିନ୍ଦା। ସରକାରଙ୍କ ଅନେକ ଯୋଜନା ସତ୍ତ୍ୱେ ସେମାନଙ୍କ ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉନି। ସେପଟେ ଘଟଣାରେ ଜିଲା ପରିଷଦ ସଭ୍ୟା କଲ୍ୟାଣି ପାତ୍ରଙ୍କ ପ୍ରତିନିଧି ହୃଷିକେଶ ପାତ୍ର କହିଛନ୍ତି ସେମାନେ ରହୁଥିବା ସାହିଟି ପୋଖରୀ ପାଖରେ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ସାହି ବାସିନ୍ଦା ରାଜି ହେଉ ନାହାଁନ୍ତି। ସେଥିପାଇଁ ଅସୁବିଧା ହେଉଛି। ସେହିପରି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲା କୋଦଳା ହାଟତୋଟା ପେଟ୍ରୋଲ ପମ୍ପ ଛକରେ ଏକ ବିରାଟ କାକପୋଇ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଛି। ଫଳରେ ଆସିକା ଓ ଖଲ୍ଲିକୋଟ ମୁଖ୍ୟ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଯାନବାହାନ ଅଟକି ରହିଛି। ଖବର ପାଇ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗଛ କାଟୁଥିବା ଦେଖିବାକୁ ମିଳିଛି। ଏଥି ସହିତ ବିଦ୍ୟୁତ୍‌ ପୋଲ ଓ ତାର ଛିଡି ଯାଇଥିବା ମଧ୍ୟ ସୂଚନା ମିଳିଛି। ମୁଖ୍ୟ ରାସ୍ତାର ଉଭୟ ପାଶର୍‌ବରେ ଦୀର୍ଘ ସମୟ ଧରି ଯାନବାହାନ ଅଟକି ରହିଥିଲା। ତେବେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ଗଛ ଡାଳକୁ କାଟି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୧ ଘଣ୍ଟା ଧରି କୋଦଳା ହାଟତୋଟା ଛକରେ ଟ୍ରାଫିକ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା।