୧୫ ଦଗ୍ଧ, ୪୦୦ ନିଖୋଜ

କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ୟୁଏନ୍‌ଏଚ୍‌ସିଆର୍‌ ପକ୍ଷରୁ କୁହାଯାଇଛି। ନିଆଁରେ ୧ ହଜାରରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ବାଂଲାଦେଶର ଦକ୍ଷିଣ ପୂର୍ବ ସହର କୋକ୍ସବାଜାର ଶରଣାର୍ଥୀ ଶିବିରରେ ପ୍ରାୟ ୧୧ ଲକ୍ଷ ରୋହିଙ୍ଗ୍ୟା ରହୁଥିଲେ। ବାଲୁଖାଲି ଶିବିରରେ ହଠାତ୍‌ ନିଆଁ ଲାଗିଥିଲା। ସେଠାରେ ୧୨୪,୦୦୦ ଶରଣାର୍ଥୀ ଥିଲେ। ଚାହୁଁ ଚାହୁଁ ଚତୁର୍ଦ୍ଦିଗକୁ ନିଆଁ ବ୍ୟାପିଯାଇଥିଲା। ଏଥିରେ ୧୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪୦୦ରୁ ଅଧିକ ଶରଣାର୍ଥୀଙ୍କ ପତ୍ତା ମିଳୁନାହିଁ। ୫୬୦ ଜଣ ଆହତ ଏବଂ ୪୫,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ୟୁଏନ୍‌ଏଚ୍‌ସିଆର୍‌ର ଜୋହନେସ୍‌ ଭନ୍‌ ଡେର୍‌ କ୍ଲାଉ ସୂଚନା ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍‌ ରେଡ୍‌କ୍ରସ୍‌ ଆଣ୍ଡ ରେଡ୍‌ କ୍ରେସ୍‌କେଣ୍ଟ ସୋସାଇଟିଜ୍‌ର ବାଂଲାଦେଶ ପ୍ରତିନିଧି ମୁଖ୍ୟ ସଞ୍ଜୀବ କାଫ୍‌ଲେ କହିଛନ୍ତି, ୧୭,୦୦୦ରୁ ଅଧିକ ଆଶ୍ରୟସ୍ଥଳ ଧ୍ୱସ୍ତ ହୋଇଯାଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।
ବର୍ଷ ପୂର୍ବେ ମ୍ୟାନ୍‌ମାରର ରାଖାଇନ୍‌ ଷ୍ଟେଟ୍‌ରେ ସାମରିକ ଅତ୍ୟାଚାର ସହି ନ ପାରି ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ଜୀବନ ବଞ୍ଚାଇବା ପାଇଁ ବାଂଲାଦେଶ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରିଥିଲେ। ନିକଟରେ ବାଂଲାଦେଶ ସରକାର ସେଠାରେ ଶରଣ ନେଇଥିବା କେତେଜଣ ରୋହିଙ୍ଗ୍ୟାଙ୍କୁ ଏକ ଦ୍ୱୀପରେ ଥିବା ଶିବିରରେ ଥଇଥାନ କରିଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ନୂଆ କ୍ୟାମ୍ପ୍‌ କୋକ୍ସ ବାଜାରଠାରୁ ଅଧିକ ସୁରକ୍ଷିତ। ମାନବାଧିକାର ସଙ୍ଗଠନଗୁଡ଼ିକ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri