Categories: ବାଣିଜ୍ୟ

ଇପିଏଫ୍‌ଓ ସହ ଯୋଡ଼ି ହୋଇଛନ୍ତି ୧୫.୨୯ ଲକ୍ଷ ଲାଭାର୍ଥୀ

ନୂଆଦିଲ୍ଲୀ,୨୧।୩: ସର୍ବଶେଷ ବେତନ ତଥ୍ୟ ଅନୁସାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ସହିତ ୨୦୨୨ ଜାନୁୟାରୀରେ ୧୫.୨୯ଲକ୍ଷ ନୂତନ ଲାଭାର୍ଥୀ ଯୋଡ଼ି ହୋଇଛନ୍ତି। ପୂର୍ବ ମାସ ଅର୍ଥାତ୍‌ ୨୦୨୧ ଡିସେମ୍ବରରେ ସଂଗଠନ ସହିତ ୧୨.୬୦ ଲକ୍ଷ ଲାଭାର୍ଥୀ ଯୋଡ଼ି ହୋଇଥିବା ବେଳେ ଚଳିତ ଜାନୁୟାରୀରେ ଏହି ସଂଖ୍ୟାରେ ୨୧% ବୃଦ୍ଧି ଘଟିଛି। ରବିବାର ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ ପ୍ରୋଭିଜନାଲ୍‌ ପେ’ ରୋଲ୍‌ ଡାଟାରୁ ଏହି ତଥ୍ୟ ମିଳିଛି। ଜାନୁୟାରୀରେ ଯୋଡ଼ି ହୋଇଥିବା ୧୫.୨୯ଲକ୍ଷ ଲାଭାର୍ଥୀଙ୍କ ମଧ୍ୟରୁ ୮.୬୪ଲକ୍ଷ ଇପିଏଫ୍‌ ଏବଂ ଏମ୍‌ପିର ସାମାଜିକ ସୁରକ୍ଷା ଆଭିମୁଖ୍ୟ ଆକ୍ଟ, ୧୯୫୨ ଅନୁସାରେ ପଞ୍ଜୀକୃତ ହୋଇଥିବା ଡାଟାରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

Share