Posted inଜାତୀୟ

ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି: ୫୩ ପ୍ରତିଶତ ସଂସ୍ଥା ନକଲି…

ନୂଆଦିଲ୍ଲୀ,୨୦।୮ : ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି ହୋଇଛି। ଦେଶର ୩୪ ଟି ରାଜ୍ୟର ୧୦୦ ଟି ଜିଲାରେ କରାଯାଇଥିବା ଅନୁସନ୍ଧାନରେ ନକଲି ହିତାଧିକାରୀ, କେବଳ କାଗଜ ପତ୍ରରେ ଥିବା ପ୍ରତିଷ୍ଠାନ ଏବଂ ଛଦ୍ମନାମ ସହିତ ବ୍ୟାଙ୍କ ଆକାଉଣ୍ଟ ଅନେକ ରାଜ୍ୟରେ ସାମ୍ନାକୁ ଆସିଛି।

୧,୫୭୨ ଅନୁଷ୍ଠାନ ମଧ୍ୟରୁ ୮୩୦ ଅର୍ଥାତ ୫୩ ପ୍ରତିଶତ କେବଳ କାଗଜପତ୍ରରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନଗୁଡିକ ୧୪୪.୮୩ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏହାର ପର୍ଦ୍ଦାଫାଶ ହେବା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଯାଞ୍ଚ ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଛି।

ସିବିଆଇକୁ ପଠାଯାଇଥିବା ଚିଠି ଅନୁଯାୟୀ ଏହି ଜାଲିଆତି କେବଳ ଆର୍ଥିକ ଲାଭ ପାଇବା କଥା ନୁହେଁ, ଛାତ୍ରବୃତ୍ତିର ଅପବ୍ୟବହାର ଯୋଗୁ ସୁରକ୍ଷା ବିପଦ ମଧ୍ୟ ରହିଛି। ମନ୍ତ୍ରଣାଳୟ ଅନୁଯାୟୀ, ନକଲି ବ୍ୟାଙ୍କ ଆକାଉଣ୍ଟ ତିଆରି କରି ବିଦ୍ୟମାନ ନ ଥିବା ଛାତ୍ରୀଛାତ୍ରମାନଙ୍କ ନାମରେ ଏହି ଛାତ୍ରବୃତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ଏହି ନକଲି ନାମ ଏବଂ ନକଲି ହଷ୍ଟେଲଗୁଡ଼ିକର କଓ୍ବୋଇସି ବଦଳରେ ଟଙ୍କା ମଧ୍ୟ ନିଆଯାଇଥିଲା। ଦେଶରେ ପ୍ରାୟ ୧.୮୦ ଲକ୍ଷ ସଂଖ୍ୟାଲଘୁ ଅନୁଷ୍ଠାନ ଅଛି। ସେଥିମଧ୍ୟରୁ ୧.୭୫ ଲକ୍ଷ ମଦ୍ରାସା ଅଛି। ସେଥିମଧ୍ୟରୁ କେବଳ ୨୭ ହଜାର ମଦ୍ରାସା ପଞ୍ଜୀକୃତ ଏବଂ ଛାତ୍ରବୃତ୍ତି ପାଇଁ ଯୋଗ୍ୟ।

ଏହି ଯୋଜନା ଅଧୀନରେ, ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା କରୁଥିବା ସଂଖ୍ୟାଲଘୁ ଛାତ୍ରରଛାତ୍ରମାନେ ଛାତ୍ରବୃତ୍ତିର ଲାଭ ପାଇଥାନ୍ତି। ଏହି ଯୋଜନା ୨୦୦୭-୦୮ରେ ଆରମ୍ଭ ହୋଇଥିଲା। ମନ୍ତ୍ରଣାଳୟ ଅନୁସାରେ ସେହି ଦିନଠାରୁ ଏହି ଦୁର୍ନୀତି ଚାଲିଛି। ଏପର୍ଯ୍ୟନ୍ତ ପ୍ରାୟ ୨୨ ହଜାର କୋଟି ଟଙ୍କା ରିଲିଜ ହୋଇଛି। ଗତ ଚାରି ବର୍ଷ ପାଇଁ ବାର୍ଷିକ ୨.୨୩୯ କୋଟି ଟଙ୍କା ସ୍କଲାରଶିପ ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri