Heart from a book page against a beautiful sunset.
ଲକ୍ଷ୍ନୌ: କୋଭିଡ୍-୧୯ ମହାମାରୀ ସମ୍ପୂର୍ଣ୍ଣ ଯାଇ ନ ଥିଲେ ମଧ୍ୟ ବହୁ ମାତ୍ରାରେ ସେଥିରୁ ଦେଶ ମୁକ୍ତି ପାଇଛି। ବର୍ତ୍ତମାନ ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ ଚାଲିଛି। ଏହା ପାଳନ ହେଲେ ଅଧିକ ଗହଳି ହେବା ନେଇ ଆଶଙ୍କା କରାଯାଇଛି। ଏଥିପାଇଁ ଉତ୍ତର ପ୍ରଦେଶ ନୋଏଡାରେ ୧୪୪ ଧାରା ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ଆଇପିସି ଧାରା ୧୮୮ରେ ଦଣ୍ଡ ଦିଆଯିବ ବୋଲି ନୋଏଡା ପୋଲିସ ଜଣାଇଛି। ଏଥିସହ ୧୮ ତାରିଖରେ ଶିବରାତ୍ରି ଅଛି। ସେଥିପାଇଁ ଏହି ଧାରାର ଅବଧି ଆଉ କିଛିଦିନ ବୃଦ୍ଧି କରାଯାଇଛି। ଗତ ୪ ତାରିଖରୁ ଏହି ଧାରା ଲାଗୁ ହୋଇଥିବାବେଳେ ମାସ ଶେଷ ଅର୍ଥାତ୍ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।