Posted inଜାତୀୟ

ବିବାହ, ହନିମୁନ୍‌ ପାଇଁ ୭ବର୍ଷର ଶିଶୁଙ୍କୁ ଅପହରଣ କଲେ ଯୁବକ

କାନପୁର, ୩୦।୫: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପାଖରେ ଟଙ୍କ ନ ଥିବାରୁ ନିଜ ବିବାହ ଏବଂ ହନିମୁନ ପାଇଁ ଦେଢବର୍ଷର ଶିଶୁଙ୍କୁ ଅପହରଣ କରି ନେଇ ଦେଢ ଲକ୍ଷ ଟଙ୍କାରେ ବିକିଦେଇଛନ୍ତି। ସୂଚନାଯୋଗ୍ୟ, କାନପୁରର ଡୁଡିଆମଉ ଗାଁରେ ରହୁଥିବା ରାଜୁ ସବୁତା କ୍ଷେତରେ ଚାଷ କରନ୍ତି। ତାଙ୍କ ପରିବାରରେ ସ୍ତ୍ରୀଙ୍କ ସହ ଦୁଇ ପୁଅ ଅଭିଷେକ(୯) ଏବଂ ବିବେକ(୭) ରୁହନ୍ତି। ଅଚାନକ ଗାଁରେ ଖେଳୁଥିଲାବେଳେ ବିବେକ କୁଆଡେ ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସରେ ଏତଲା ଦେଇଥିଲେ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରିୟାଶୁଂ ମିଶ୍ର ନାମକ ଜଣେ ଯୁବକ ବିବେକଙ୍କୁ ନିଜ ଗାଡିରେ ବସାଇ ନେଉଥିବା ଗାଁ ଲୋକେ ଦେଖିଥିବା ପୋଲିସକୁ କହିଥିଲେ। ଫୋନ୍‌ କଲ୍‌ ଆଧାରରେ ପୋଲିସ ପ୍ରିୟାଶୁଂଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। ମେ ୨୮ରେ ବିବାହ ବେଦୀରେ ବସିଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୋଲିସ ଆଗରେ ନିଜ ଭୁଲ ସ୍ବୀକାର କରିଥିଲେ ପ୍ରିୟାଶୁଂ। ବିବାହ ପରେ ହନିମୁନ୍‌ ଯିବା ପାଇଁ ଯୋଜନା କରିଥିଲି। କିନ୍ତୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ଏଭଳି ଭୁଲ କରିଥିଲି ବୋଲି ସେ କହିଛନ୍ତି।


All Right Reserved By

ଦିଲ୍ଲୀରେ ୟେଦୁରପ୍ପା

ନୂଆଦିଲ୍ଲୀ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ୟେଦୁରପ୍ପା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟିଛନ୍ତି। ଏହି...

ରେଲଓ୍ବେ ଟିକେଟରେ ମୋଦିଙ୍କ ଫଟୋ:୨ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୧୬।୪: ନିର୍ବାଚନ ପ୍ରଚାରକୁ ନେଇ ନିର୍ବାଚନ ଆୟୋଗ କଠୋର ହେଉଥିବା ବେଳେ ସୋମବାର କେତେଜଣ ନେତାଙ୍କ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ଇତିମଧ୍ୟରେ ଭାରତୀୟ ରେଳ...

ଚନ୍ଦ୍ରଯାନ-୨ ଭଳି ସଜେଇ ହେଲା ଦୁର୍ଗାଙ୍କ ମଣ୍ଡପ

ବାରଣାସୀ,୫।୧୦: ବିଭିନ୍ନ ଥିମ୍‌କୁ ନେଇ ଏଥରର ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବାରଣାସୀରେ ଏଥର ଚନ୍ଦ୍ରଯାନ-୨କୁ ନେଇ ନିର୍ମାଣ କରାଯାଇଥିବା ମଣ୍ଡପ ସମସ୍ତଙ୍କୁ ଆକର୍ଷିତ...

ପରିବାରର ୪ ଜଣଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

ବେଙ୍ଗାଲୁରୁ, ୧୬।୮: କର୍ନାଟକର ଗୁଣ୍ଡଲୁପେଟରେ ଜଣେ ବ୍ୟବସାୟୀ ନିଜ ପରିବାରର ୪ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ତାଙ୍କ ପିତା, ମାତା,...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ

ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ...

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ...

ବିବାହରେ କେତେ ଅତିଥି ଯୋଗ ଦେବେ ତାହା ସ୍ଥିର କରିବେ ସରକାର

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ହୋଟେଲ, ମୋଟେଲ ଓ ବଡ ବଡ ଫାର୍ମ ହାଉସରେ ହେଉଥିବା ବିବାହରେ ଖାଦ୍ୟ ନଷ୍ଟ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *