ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…

ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍‌): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି। ମାତ୍ର ହିତାଧିକାରୀଙ୍କୁ ୧୨୦୦ ଟଙ୍କା ମିଳିଛି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପଞ୍ଚାୟତରେ ଆଜି ଗୁରୁବାର ଜଣା ପଡ଼ିଛି।

ସୂଚନାନୁସାରେ, ପାଣ୍ଡା ମାସ୍କା ଗ୍ରାମର ସୁବୁନାଥ ମାଝୀ ଭତ୍ତା ଦେବା ଖବର ପାଇ ଗତ ବୁଧବାର ନିଜ ଭତ୍ତା ଖାତା ଧରି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ପାଇଁ ପହଞ୍ଚିଥିଲେ । ଏହା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ଖାତାରେ ୧୪୦୦ଟଙ୍କା ଲେଖି ୧୨୦୦ଟଙ୍କା ସେହି ଖାତାରେ ଭରି ତାଙ୍କୁ ବିଦାୟ କରିଦେଲେ। ନିରୀହ ସରଳ କୁଟିଆ ଆଦିବାସୀ ସୁବୁନାଥ ଟଙ୍କା ଭରା ଭତ୍ତା ଖାତା ଧରି ନିଜ ଘରକୁ ଫେରିବା ବାଟରେ ସରପଞ୍ଚ ଗୋବିନ୍ଦ ମାଝୀଙ୍କୁ ଦେଖା ହେଲା। ସରପଞ୍ଚ ସୁବୁନାଥଙ୍କୁ ଭତ୍ତା ଟଙ୍କା ପାଇଲ କି ବୋଲି ପଚାରିବାରୁ ସୁବୁନାଥ ହଁ ପାଇଲି କହି ଗଣିଲା ବେଳେ ମାତ୍ର ୧୨୦୦ଟଙ୍କା ଦିଆଯାଇଛି। ସରପଞ୍ଚ ସୁବୁନାଥଙ୍କୁ ଭଲରେ ପଚାରିଲେ ୧୪୦୦ଟଙ୍କା ଦେବାକଥା ୧୨୦୦ ଟଙ୍କା ଦେଇଛନ୍ତି କି ବୋଲି ପଚାରିବାରୁ ହଁ ଏତିକି ହିଁ ଦେଇଛନ୍ତି କହିଲେ ସୁବୁନାଥ। ଏହା ପରେ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ କାହିଁକି ୨୦୦ଟଙ୍କା କାଟି ଭତ୍ତା ହିତାଧିକାରୀଙ୍କୁ ଦିଆଯାଉଛି ବୋଲି ପ୍ରଶ୍ନ କରି ଭତ୍ତା ବଣ୍ଟନ ରେଜିଷ୍ଟର ଛଡ଼ାଇ ନେଇ ଭତ୍ତା ବଣ୍ଟା ବନ୍ଦ କରିଥିଲେ। ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ଉକ୍ତ ବିଷୟକୁ ନେଇ ହୋହଲ୍ଲା ହୋଇଥିଲା। ଏହା ପରେ ଠିକ୍‌ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା। ଏନେଇ ସରପଞ୍ଚ ଗୋବିନ୍ଦ ମାଝି କହିଛନ୍ତି ଯେ, ନିରୀହ ସରଳତାର ସୁଯୋଗ ନେଇ ୨୦୦ଟଙ୍କା କାଟି ଭତ୍ତା ହିତାଧିକାରୀଙ୍କୁ ଦିଆଯାଇଛି ଏହାକୁ ମୁଁ ିରୋଧ କରୁଛି। ତଦନ୍ତ କରାଯାଇ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଛି। ତେବେ ଏହା ବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ ପଚାରିବାରୁ ଭୁଲ୍‌ରେ ହୋଇଥାଇପାରେ। ଜଣା ପଡ଼ିଲା ପରେ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri