ମହିଳାଙ୍କ ଲାଗି ଅଧ୍ୟକ୍ଷ ସମେତ ୧୪ ଆସନ

ଢେଙ୍କାନାଳ ଅଫିସ୍‌, ୯।୧: ଆପତ୍ତି ଅଭିଯୋଗ ଶୁଣାଣି ପରେ ଢେଙ୍କାନାଳ ଜିଲା ଜିଲା ପରିଷଦ ଆସନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଅଧ୍ୟକ୍ଷ ପଦବୀ ମହିଳା ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି। ଜିଲାର ମୋଟ ୨୭ ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫, ଅନୁସୂଚିତ ଜନଜାତି ପାଇଁ ୪ ଏବଂ ଅନ୍ୟ ୧୮ ଆସନ ଅଣସଂରକ୍ଷିତ ରଖାଯାଇଛି। କେବଳ ମହିଳା ବର୍ଗଙ୍କ କଥା ଦେଖିଲେ ମୋଟ ୧୪ ଆସନ (୩ ଅନୁସୂଚିତ ଜାତି, ୨ ଅନୁସୂଚିତ ଜନଜାତି ଏବଂ ୯ ଆସନ ଅଣସଂରକ୍ଷିତ) ସଂରକ୍ଷିତ ରହିଛି।
ଓଡ଼ାପଡ଼ା ୧ନଂ. ଜୋନ୍‌ ଅନୁସୂଚିତ ଜାତି ମହିଳା, ୨ ଏବଂ ୩ନଂ. ଜୋନ୍‌ ଅଣ ସଂରକ୍ଷିତ ରହିଛି। କଙ୍କଡ଼ାହାଡ଼ ୧ନଂ. ଜୋନ୍‌ ଅଣସଂରକ୍ଷିତ, ୨ନଂ. ଜୋନ୍‌ ଅନୁସୂଚିତ ଜନଜାତି ମହିଳା ଏବଂ ୩ନଂ. ଜୋନ୍‌ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ରହିଛି। କାମାକ୍ଷାନଗର ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ଅନୁସୂଚିତ ଜାତି ମହିଳା ବର୍ଗ ଲାଗି ନିର୍ଦ୍ଧାରିତ କରାଯାଇଛି। ସେହିପରି ଗଁଦିଆ ବ୍ଲକ ୧ନଂ. ଜୋନ୍‌ ଅଣସଂରକ୍ଷିତ, ୨ନଂ. ଜୋନ୍‌ ଅନୁସୂଚିତ ଜନଜାତି ମହିଳା, ୩ନଂ. ଜୋନ୍‌ ମହିଳା, ୪ନଂ.ଜୋନ୍‌ ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଢେଙ୍କାନାଳ ସଦର ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ମହିଳା, ୩ନଂ. ଜୋନ୍‌ ଅଣସଂରକ୍ଷିତ, ୪ନଂ. ଜୋନ୍‌ ମହିଳା, ପରଜଙ୍ଗ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ମହିଳା, ଭୁବନ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ଅନୁସୂଚିତ ଜାତି, ହିନ୍ଦୋଳ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ.ଜୋନ୍‌ ଅନୁସୂଚିତ ଜାତି ମହିଳା ଏବଂ ୪ନଂ. ଜୋନ୍‌ ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଜିଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳ ଜିଲା ପରିଷଦ ନିର୍ବାଚନ ଇତିହାସରେ ୧୯୯୭ରୁ ଅଦ୍ୟାବଧି ୪ ଜଣ ମହିଳା ଅଧ୍ୟକ୍ଷା ପଦବୀ ଅକ୍ତିଆର କରିଛନ୍ତି। ୨୦୦୭ରୁ ମହିଳାଙ୍କ ପାଇଁ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖିଛି।

 

୩ ସମିତି ଅଧ୍ୟକ୍ଷ ଅଣସଂରକ୍ଷିତ
ଢେଙ୍କାନାଳ ଜିଲାର ୮ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କଙ୍କଡ଼ାହାଡ଼ା, ପରଜଙ୍ଗ, ଭୁବନ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ବର୍ଗ ଏବଂ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଢେଙ୍କାନାଳ ସଦର, ଓଡ଼ାପଡ଼ା, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଥିବାବେଳେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି।

 

ସରପଞ୍ଚ ପଦବୀରେ ୫୦% ମହିଳା
ଢେଙ୍କାନାଳ ଜିଲାର ୨୧୨ ପଞ୍ଚାୟତର ସରପଞ୍ଚ ପଦବୀ ଲାଗି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ସଦର ବ୍ଲକର ୩୦ ପଞ୍ଚାୟତ ମଧ୍ୟରୁ ୧୫ଟ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କାଇମାଟି, ଚନ୍ଦ୍ରଶେଖରପ୍ରସାଦ ଚାଉଳିଆ, କାଙ୍କଡ଼ପାଳ, ଧୀରପାଟଣା, ନଡିଆଳୀ, ନାଗିଆପଶି, ବେଲଟିକିରି, ମାଣିପୁର, ଭାଲିଆବୋଲକାଟେଣୀ, ସପ୍ତଶଯ୍ୟା ଏବଂ ଶଙ୍କରପୁର ଅଣସଂରକ୍ଷିତ ରହିଛି।
କଙ୍କଡ଼ାହାଡ଼, ବଳଦିଆବନ୍ଧ, ବଣସିଂହ, ଭାପୁର ଅନୁସୂଚିତ ଜାତି ମହିଳା ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ରହିଛି। ଗେଙ୍ଗୁଟିଆ, ଗୋବିନ୍ଦପୁର, ସୋଗରପଶି ଅନୁସୂଚିତ ଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି କାକୁଡ଼ିଭାଗ, ତରଭା, ତାଳବରକୋଟ, ନୂଆଗଁା, ବାରଦା, ବାଲ୍ୟାମ୍ବା, ମଙ୍ଗଳପୁର, ମଧୁସାହୁପାଟଣା, ରାଧାଦେଈପୁର, ଶୁଆଖାଇକାଟେଣୀ, ସାଙ୍କୁଲେଇ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri