ମହିଳାଙ୍କ ଲାଗି ଅଧ୍ୟକ୍ଷ ସମେତ ୧୪ ଆସନ

ଢେଙ୍କାନାଳ ଅଫିସ୍‌, ୯।୧: ଆପତ୍ତି ଅଭିଯୋଗ ଶୁଣାଣି ପରେ ଢେଙ୍କାନାଳ ଜିଲା ଜିଲା ପରିଷଦ ଆସନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଅଧ୍ୟକ୍ଷ ପଦବୀ ମହିଳା ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି। ଜିଲାର ମୋଟ ୨୭ ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫, ଅନୁସୂଚିତ ଜନଜାତି ପାଇଁ ୪ ଏବଂ ଅନ୍ୟ ୧୮ ଆସନ ଅଣସଂରକ୍ଷିତ ରଖାଯାଇଛି। କେବଳ ମହିଳା ବର୍ଗଙ୍କ କଥା ଦେଖିଲେ ମୋଟ ୧୪ ଆସନ (୩ ଅନୁସୂଚିତ ଜାତି, ୨ ଅନୁସୂଚିତ ଜନଜାତି ଏବଂ ୯ ଆସନ ଅଣସଂରକ୍ଷିତ) ସଂରକ୍ଷିତ ରହିଛି।
ଓଡ଼ାପଡ଼ା ୧ନଂ. ଜୋନ୍‌ ଅନୁସୂଚିତ ଜାତି ମହିଳା, ୨ ଏବଂ ୩ନଂ. ଜୋନ୍‌ ଅଣ ସଂରକ୍ଷିତ ରହିଛି। କଙ୍କଡ଼ାହାଡ଼ ୧ନଂ. ଜୋନ୍‌ ଅଣସଂରକ୍ଷିତ, ୨ନଂ. ଜୋନ୍‌ ଅନୁସୂଚିତ ଜନଜାତି ମହିଳା ଏବଂ ୩ନଂ. ଜୋନ୍‌ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ରହିଛି। କାମାକ୍ଷାନଗର ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ଅନୁସୂଚିତ ଜାତି ମହିଳା ବର୍ଗ ଲାଗି ନିର୍ଦ୍ଧାରିତ କରାଯାଇଛି। ସେହିପରି ଗଁଦିଆ ବ୍ଲକ ୧ନଂ. ଜୋନ୍‌ ଅଣସଂରକ୍ଷିତ, ୨ନଂ. ଜୋନ୍‌ ଅନୁସୂଚିତ ଜନଜାତି ମହିଳା, ୩ନଂ. ଜୋନ୍‌ ମହିଳା, ୪ନଂ.ଜୋନ୍‌ ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଢେଙ୍କାନାଳ ସଦର ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ମହିଳା, ୩ନଂ. ଜୋନ୍‌ ଅଣସଂରକ୍ଷିତ, ୪ନଂ. ଜୋନ୍‌ ମହିଳା, ପରଜଙ୍ଗ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ମହିଳା, ଭୁବନ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ. ଜୋନ୍‌ ଅନୁସୂଚିତ ଜାତି, ହିନ୍ଦୋଳ ବ୍ଲକ ୧ନଂ. ଜୋନ୍‌ ମହିଳା, ୨ନଂ. ଜୋନ୍‌ ଅଣସଂରକ୍ଷିତ, ୩ନଂ.ଜୋନ୍‌ ଅନୁସୂଚିତ ଜାତି ମହିଳା ଏବଂ ୪ନଂ. ଜୋନ୍‌ ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଜିଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଢେଙ୍କାନାଳ ଜିଲା ପରିଷଦ ନିର୍ବାଚନ ଇତିହାସରେ ୧୯୯୭ରୁ ଅଦ୍ୟାବଧି ୪ ଜଣ ମହିଳା ଅଧ୍ୟକ୍ଷା ପଦବୀ ଅକ୍ତିଆର କରିଛନ୍ତି। ୨୦୦୭ରୁ ମହିଳାଙ୍କ ପାଇଁ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖିଛି।

 

୩ ସମିତି ଅଧ୍ୟକ୍ଷ ଅଣସଂରକ୍ଷିତ
ଢେଙ୍କାନାଳ ଜିଲାର ୮ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କଙ୍କଡ଼ାହାଡ଼ା, ପରଜଙ୍ଗ, ଭୁବନ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ବର୍ଗ ଏବଂ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଢେଙ୍କାନାଳ ସଦର, ଓଡ଼ାପଡ଼ା, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଥିବାବେଳେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରଖାଯାଇଛି।

 

ସରପଞ୍ଚ ପଦବୀରେ ୫୦% ମହିଳା
ଢେଙ୍କାନାଳ ଜିଲାର ୨୧୨ ପଞ୍ଚାୟତର ସରପଞ୍ଚ ପଦବୀ ଲାଗି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ସଦର ବ୍ଲକର ୩୦ ପଞ୍ଚାୟତ ମଧ୍ୟରୁ ୧୫ଟ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କାଇମାଟି, ଚନ୍ଦ୍ରଶେଖରପ୍ରସାଦ ଚାଉଳିଆ, କାଙ୍କଡ଼ପାଳ, ଧୀରପାଟଣା, ନଡିଆଳୀ, ନାଗିଆପଶି, ବେଲଟିକିରି, ମାଣିପୁର, ଭାଲିଆବୋଲକାଟେଣୀ, ସପ୍ତଶଯ୍ୟା ଏବଂ ଶଙ୍କରପୁର ଅଣସଂରକ୍ଷିତ ରହିଛି।
କଙ୍କଡ଼ାହାଡ଼, ବଳଦିଆବନ୍ଧ, ବଣସିଂହ, ଭାପୁର ଅନୁସୂଚିତ ଜାତି ମହିଳା ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ରହିଛି। ଗେଙ୍ଗୁଟିଆ, ଗୋବିନ୍ଦପୁର, ସୋଗରପଶି ଅନୁସୂଚିତ ଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି କାକୁଡ଼ିଭାଗ, ତରଭା, ତାଳବରକୋଟ, ନୂଆଗଁା, ବାରଦା, ବାଲ୍ୟାମ୍ବା, ମଙ୍ଗଳପୁର, ମଧୁସାହୁପାଟଣା, ରାଧାଦେଈପୁର, ଶୁଆଖାଇକାଟେଣୀ, ସାଙ୍କୁଲେଇ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri