ଭୁବନେଶ୍ୱର,୨।୫: ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସାଟେଲାଇଟ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ମଧ୍ୟ ହେବ। ଜଗତସିଂହପୁର, ସୁନ୍ଦରଗଡ଼ ସହ ୨୦ଟି ଜଲାରେ ସର୍ଭେ ହେବ। ଖରିଫ ଋତୁରେ ୭୪ ଲକ୍ଷ ମେଟ୍ରିକ ଧାନ କିଣା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ୨୨ ହଜାର ୭୭୭ କୋଟି ଟଙ୍କା କୃଷକଙ୍କୁ ଦେଇଛୁ। ଖୁବ ଶୀଘ୍ର ଟୋକନ ଦେବୁ ବୋଲି କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର।


