୧୪ ଘଣ୍ଟା ଜାତୀୟ ରାଜପଥ ଜାମ

କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ୪୯ ନମ୍ବର ଜାତୀୟ ରାଜପଥର ଜନସନପୁର ଟୋଲ୍‌ ଗେଟ୍‌ ପାଖରେ ରାସ୍ତା ଖରାପ ଥିବାରୁ ଗୁରୁବାର ରାତି ୯ଟାରୁ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା। ଫଳରେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଶତାଧିକ ଗାଡ଼ି ଅଟକି ରହିଥିଲା। ରାସ୍ତା ଜାମରେ ଅତିଷ୍ଠ ହୋଇ ରାସ୍ତା ସଜାଡି ଟିକସ୍‌ ଆଦାୟ କର ବୋଲି ଅଟକି ରହିଥିବା ଟ୍ରକ ଚାଳକମାନେ ଦାବି କରି ହୋହଲ୍ଲା କରିଥିଲେ।

ରାଜପଥର ତେଲକୋଇ-ପାଲଲହଡ଼ା ବିଛାଖଣି ଜଙ୍ଗଲ ପାଖ ହାତୀ କରିଡରରେ ଓଭର ବ୍ରିଜ ନିର୍ମାଣ କରିବାର ପ୍ରସ୍ତାବ ଥିବାରୁ ୭୦୦ ମିଟର ରାସ୍ତା ନିର୍ମାଣ ହୋଇନାହିଁ। ପୁରୁଣା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଯାଇଛି। ଫଳରେ ଗୁରୁବାର ରାତିରେ ୩ ଟ୍ରକ୍‌ ଖାଲରେ ପଶିଯିବାରୁ ରାସ୍ତା ଜାମ୍‌ ହୋଇଥିଲା। ଟୋଲ୍‌ ଗେଟ୍‌ ପାଖରେ ଟ୍ରକ୍‌ ଫସିଥିଲେ ମଧ୍ୟ ଗାଡ଼ିକୁ ଉଠାଇ ଜାମ୍‌ ହଟାଇବାରେ ଠିକା ସଂସ୍ଥା ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଦୀର୍ଘ ୧୪ ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା।

ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ କରି ଟୋଲ ଆଦାୟକୁ ବନ୍ଦ କରିଛନ୍ତି। ଓଭର ବ୍ରିଜ଼ ନିର୍ମାଣ ହେବା ପର୍ଯ୍ୟନ୍ତ ଖରାପ ରାସ୍ତାକୁ ମରାମତି କରିବାକୁ ଟ୍ରକ୍‌ ମାଲିକ ଓ ସାଧାରଣ ଲୋକେ ବାରମ୍ବାର ଦାବି କରିଛନ୍ତି। ଅଭିଯୋଗ ପ୍ରତି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ଟୋଲ୍‌ ଆଦାୟ ବନ୍ଦ କରାଯାଇଛି ବୋଲି ଅନିତ କୁମାର ଦୀକ୍ଷିତଙ୍କ ସମେତ ସ୍ଥାନୀୟ ଲୋକେ କହିଛନ୍ତି।

ଠିକା ସଂସ୍ଥାର ମେଣ୍ଟେନାନ୍ସ ମ୍ୟାନେଜର ପ୍ରଦୀପ କୁମାର ରଣସିଂ କହିଛନ୍ତି, ରାସ୍ତା ଜାମ୍‌ ଥିବା ଅବଗତ ଅଛୁ, ଟୋଲ ଗେଟ୍‌ରେ ଥିବା କ୍ରେନ ଖରାପ ରହିଛି। ଅନ୍ୟ ଏକ କ୍ରେନ ଅଣାଯାଇ ଫସି ରହିଥିବା ଗାଡ଼ିକୁ ଉଦ୍ଧାର ପରେ ଗାଡ଼ି ଚଳାଚଳ ସ୍ବାଭାବିକ କରାଯାଇଛି। ଟୋଲ ବନ୍ଦ ରହିବା ଓ ରାସ୍ତା ମରାମତି ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri