Categories: ବାଣିଜ୍ୟ

ଇ-ଶ୍ରମରେ ୧୪ କୋଟି ସଦସ୍ୟ

ନୂଆଦିଲ୍ଲୀ,୨୭।୧୨: ଦେଶର ଅଣ ସଂଗଠିତ କ୍ଷେତ୍ରର କାର୍ଯ୍ୟ କରୁଥିବା ପ୍ରତି ୩ ଜଣରେ ଜଣେ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ମୋଟ ୧୪ କୋଟି ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ଶନିବାର କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ସମ୍ପର୍କରେ ଟୁଇଟ କରି କହିଛନ୍ତି ଯେ ଇ-ଶ୍ରମ ପୋର୍ଟାଲରେ ବର୍ତ୍ତମାନ ୧୪,୦୨,୯୨,୮୨୫ଜଣ ଶ୍ରମିକ ସାମିଲ ହୋଇଛନ୍ତି। ଏଥିଲାଗି ସେ ପଞ୍ଜୀକୃତ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉକ୍ତ ପୋର୍ଟାଲର ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପଞ୍ଜୀକରଣ ଦୃଷ୍ଟିରୁ ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟର ନାମ ରହିଛି। ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୫୨.୫୬% ମହିଳା ଥିବାବେଳେ ୪୭.୪୪% ପୁରୁଷ ସାମିଲ ଅଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share