କ୍ୟୁଆର୍‌ କୋଡ୍‌ ଚଞ୍ଚକତା କରି ୧୪ କୋଟି ଠକେଇ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଏକ କମ୍ପାନୀର କ୍ୟୁଆର୍‌ କୋଡ୍‌କୁ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକିନେବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉତ୍ତର ପ୍ରଦେଶ ନୋଏଡାର କରଣ କୁମାର ସିଂହଙ୍କୁ ଗିରଫ କରିବାରେ ସଫଳ ହୋଇଛି। କରଣ ହେଉଛନ୍ତି ପେ’ ୱାନ୍‌ ଡିଜିଟାଲ ସର୍ଭିସେସ୍‌ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ। ଗିରଫ ପରେ ତାଙ୍କୁ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ଅନୁମତିକ୍ରମେ ଅଭିଯୁକ୍ତ କରଣଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି କଟକ ଓପିଆଇଡି କୋର୍ଟରେ ହାଜର କରିବ ଇଓଡବ୍ଲ୍ୟୁ। ତେବେ ଏଭଳି ତରିକାରେ ଠକେଇ ସାଧାରଣତଃ କମ୍‌ ଦେଖାଯାଇଥାଏ। ଏହି ଠକେଇର ଶିକାର ହୋଇଛି ଭୁବନେଶ୍ୱରରେ ଥିବା ‘ଆଇ ସର୍ଭ ୟୁ’ ନାମକ ଏକ ଘରୋଇ ସଂସ୍ଥା। କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ାଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚଳିତ ବର୍ଷ ଏପ୍ରିଲ-ମେ’ରେ ନୋଏଡାସ୍ଥିତ ପେ’ ୱାନ୍‌ ଡିଜିଟାଲ ସର୍ଭିସେସ୍‌ ସଂସ୍ଥା ସହିତ ‘ଆଇ ସର୍ଭ ୟୁ’ର ଏକ ଟେକ୍ନୋଲୋଜି ଇଣ୍ଟିଗ୍ରେଶନ ଚୁକ୍ତି ହୋଇଥିଲା। ସଂସ୍ଥାର ନିର୍ଦ୍ଦେଶକ ଅଭିଯୁକ୍ତ କରଣ ଓ ତାଙ୍କ ଭାଇ ଲାଲୁ ସିଂହଙ୍କ ସହ ଏହି ଚୁକ୍ତି ହୋଇଥିଲା। ଉକ୍ତ କମ୍ପାନୀ ଡିଜିଟାଲ ପେମେଣ୍ଟ ସେବା ଯୋଗାଇ ଦେଇଥାଏ। ଚୁକ୍ତି ଅନୁସାରେ ବ୍ୟବସାୟିକ ଉପଯୋଗ ପାଇଁ ଉକ୍ତ କମ୍ପାନୀକୁ ‘ଆଇ ସର୍ଭ ୟୁ’ ପକ୍ଷରୁ ୟୁପିଆଇ ଏପିଆଇ ଯୋଗାଇ ଦିଆଯାଇଥିଲା। ଗତ ଜୁନ୍‌ ୬ରେ ଅଭିଯୋଗକାରୀ ତଥା କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ଜାଣିବାକୁ ପାଇଥିଲେ ଯେ ଏକ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଅସ୍ବାଭାବିକ ଭାବେ ହ୍ରାସ ପାଇଛି। ଖୋଳତାଡ଼ କରିବା ପରେ ଜଣାପଡିଥିଲା ଯେ, କରଣ ଓ ଲାଲୁ ‘ଆଇ ସର୍ଭ ୟୁ’ର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪.୩୩ କୋଟି ଟଙ୍କା ହଡ଼ପ କରି ନେଇଛନ୍ତି। ଉକ୍ତ ଟଙ୍କାକୁ ସେମାନେ ଭିନ୍ନ ଭିନ୍ନ ୧୨୫ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏହା ଜଣାପଡିବା ପରେ ସଞ୍ଜୀବ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏବେ ମୁଖ୍ୟ ଅଭିଯୁକ୍ତ କରଣଙ୍କୁ ଗିରଫ କରିଥିବାବେଳେ ଭାଇ ଲାଲୁଙ୍କୁ ଖୋଜୁଛି। ଟେକ୍ନୋଲୋଜି ସହାୟତା ନେଇ ହୋଇଥିବା ଏହି ଠକେଇରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ପୂର୍ବରୁ ଏଭଳି ମାମଲା ସାମ୍ନାକୁ ଆସି ନ ଥିବାରୁ ଇଓଡବ୍ଲ୍ୟୁ ମାମଲାଟିର ଠିକ ତଦନ୍ତ ପାଇଁ ବିଶେଷଜ୍ଞଙ୍କ ସହାୟତା ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri