Posted inଜାତୀୟ

ସିବିଆଇ ସମ୍ମୁଖରେ ୧୪ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୦ା୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୨୦ରୁ ବିଧିବଦ୍ଧ ଭାବେ ସିବିଆଇ ଏହି ମାମଲାର ତଦନ୍ତ କରିବ। ମୁମ୍ବାଇ ପୋଲିସର ପ୍ରାରମ୍ଭିକ ତଦନ୍ତ ଓ ସାମ୍ପୁଲ ଟେଷ୍ଟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଅପରାଧ ପରର ବିଭିନ୍ନ ପରୀକ୍ଷା ନିରୀକ୍ଷା, ସୁଶାନ୍ତଙ୍କ ରୁମ୍‌ର ସ୍ଥିତି ଆଦିର ଫୋରେନ୍‌ସିକ ତଥ୍ୟ ସିବିଆଇ ହାତରେ ଲାଗିବା ଦରକାର। ନ ହେଲେ ସିବିଆଇ ଠିକ୍‌ ଭାବେ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରିବା କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି।
ସୁଶାନ୍ତ ସିଂ ରହୁଥିବା ରୁମ୍‌ର ସିଲିଂ ଫ୍ୟାନ୍‌ ଓ ତାଙ୍କ ବେଡ୍‌ ମଧ୍ୟରେ ଦୂରତା ୫ ଫୁଟ ୧୧ ଇଞ୍ଚ ରହିଥିବାବେଳେ ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ। ବେଡ୍‌ରେ ଛିଡ଼ା ହେଲେ ସିଲିଂ ଫ୍ୟାନ୍‌ ଛୁଇଁବା ଲାଗି ମାତ୍ର ୧ ଇଞ୍ଚର ଦୂରତା ରହୁଛି। ଘରର ଡୋର ଖୋଲାଥିବାବେଳେ ସୁଶାନ୍ତଙ୍କ ୩ ସାଙ୍ଗ ସେଠାରେ ରହୁଥିଲେ ବୋଲି ଜଣାପଡ଼ିଛି। ଏହା ଛଡ଼ା ସୁଶାନ୍ତଙ୍କ ମୃତଦେହ ବେଡ୍‌ରେ ନ ଥିଲା କି ଗୋଡ଼ ବେଡ୍‌ ଆଡ଼କୁ ନ ଥିଲା। ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ବେଡ୍‌ ଆରପଟେ ଥିଲା। ଏଭଳି ସ୍ଥିତିରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣାକୁ ରହସ୍ୟାବୃତ କରୁଛି। ଏଥିଲାଗି ମୁମ୍ବାଇ ପୋଲିସ ଓ ଏକ୍ସପର୍ଟମାନଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଗୁରୁବାର ସିବିଆଇ ଟିମ୍‌ ମୁମ୍ବାଇ ଯାଇ ଘଟଣାର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ସୁଶାନ୍ତଙ୍କ ଷ୍ଟାଫ୍‌, ରିଆ ଚକ୍ରବର୍ତ୍ତୀ ଓ ସାଙ୍ଗମାନଙ୍କୁ ଜେରା କରାଯିବ।
ସିବିଆଇ ଅନେକ ରହସ୍ୟକୁ ନେଇ ତଦନ୍ତ କରିବ। ସୁଶାନ୍ତ ସିଂଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ କି ହତ୍ୟା ଏହା ଏକ ବଡ଼ ପ୍ରଶ୍ନ ହୋଇରହିଛି। ଯଦି ଏହା ହତ୍ୟାକାଣ୍ଡ, ତେବେ ଏହା ପଛରେ କ’ଣ କାରଣ ଥାଇପାରେ ତାହାର ତଦନ୍ତ ଜରୁରୀ। ସୁଶାନ୍ତ ସିଂ ମୃତ୍ୟୁ ପଛରେ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ଭୂମିକା କ’ଣ। ସୁଶାନ୍ତ ମୃତ୍ୟୁ ମାମଲାରେ ଫିଲ୍ମଷ୍ଟାର୍‌ଙ୍କ କ’ଣ ଭୂମିକା ରହିଛି। ସୁଶାନ୍ତଙ୍କ ସହ ଟଙ୍କା ହେର୍‌ଫେର କରାଯାଇଛି କି ନାହିଁ। ଦିସା ସାଲିଆନ୍‌ଙ୍କ ସହ ସୁଶାନ୍ତ ମୃତ୍ୟୁର କ’ଣ ସମ୍ପର୍କ ରହିଛି। ସୁଶାନ୍ତଙ୍କ ଷ୍ଟାଫ୍‌ଙ୍କ ଏଥିରେ ଭୂମିକା କ’ଣ ରହିଛି। ସୁଶାନ୍ତଙ୍କ ଅସୁସ୍ଥତାର କାରଣ କ’ଣ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟର ସତ୍ୟତା କେତେ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ କେତେକ ଗ୍ରହଣଯୋଗ୍ୟ, ଜୁନ୍‌ ୮ରେ ରିଆ ଓ ସୁଶାନ୍ତଙ୍କ ମଧ୍ୟରେ କ’ଣ ଘଟିଥିଲା। ଜୁନ୍‌ ୧୩ ଓ ୧୪ କାହାଣୀର ରହସ୍ୟ କ’ଣ। ଏହି ୧୪ଟି ପ୍ରଶ୍ନକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିବ ବୋଲି କୁହାଯାଉଛି।

ଘଟଣାକ୍ରମ…
ଜୁନ୍‌ ୧୪ : ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରୁ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ପୋଲିସ ଉଦ୍ଧାର କରିଥିଲା।
ଜୁନ୍‌ ୧୮ : ସୁଶାନ୍ତ ସିଂଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଥିଲା ମୁମ୍ବାଇ ପୋଲିସ।
ଜୁଲାଇ ୬ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଫିଲ୍ମନିର୍ମାତା ସଞ୍ଜୟଲୀଲା ବଂଶାଲିଙ୍କ ବୟାନ ରେକର୍ଡ କରାଯାଇଥିଲା।
ଜୁଲାଇ ୧୮ : ଫିଲ୍ମନିର୍ମାତା ଏବଂ ୟଶ୍‌ରାଜ ଫିଲ୍ମ ଅଧ୍ୟକ୍ଷ ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଜୁଲାଇ ୨୫ : ସୁଶାନ୍ତଙ୍କ ବାପା କେ. କେ. ସିଂ ଅଭିନେତ୍ରୀ ରିଆ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପାଟନାରେ ଏଫ୍‌ଆଇଆର୍‌ ଦାଖଲ କରିଥିଲେ।
ଜୁଲାଇ ୨୭ : ମୁମ୍ବାଇ ପୋଲିସ ଫିଲ୍ମନିର୍ମାତା ମହେଶ୍‌ ଭଟ୍ଟଙ୍କ ବୟାନ ରେକର୍ଡ କରିଥିଲା।
ଜୁଲାଇ ୨୯ : ପାଟନାରୁ ମୁମ୍ବାଇକୁ ମାମଲା ସ୍ଥାନାନ୍ତର କରିବା ଲାଗି ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟ ଯାଇଥିଲେ।
ଜୁଲାଇ ୩୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନିଲଣ୍ଡରିଂ ମାମଲା ଦାୟର କରାଯାଇଥିଲା।
ଅଗଷ୍ଟ ୪ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଲାଗି ବିହାର ସରକାରଙ୍କ ସୁପାରିସ୍‌। ମାମଲାରେ ୫୪ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ମୁମ୍ବାଇ ପୋଲିସ କମିଶନର କହିଥିଲେ।
ଅଗଷ୍ଟ ୬ : ଘଟଣା ସମ୍ପର୍କରେ ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌ ରୁଜୁ କରାଗଲା।
ଅଗଷ୍ଟ ୭ : ରିଆ ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ପକ୍ଷ ହେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଗଲା।
ଅଗଷ୍ଟ ୮ : ସୁଶାନ୍ତ ସିଂଙ୍କ ବାପା କେ. କେ. ସିଂ ରିଆଙ୍କ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲେ।
ଅଗଷ୍ଟ ୧୧ : ମାମଲାର ତଦନ୍ତ ଲାଗି ବିହାର ପୋଲିସର ଅଧିକାର ନାହିଁ ବୋଲି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଲେ। ରିଆଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri