Posted inଜାତୀୟ

ସିବିଆଇ ସମ୍ମୁଖରେ ୧୪ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୦ା୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୨୦ରୁ ବିଧିବଦ୍ଧ ଭାବେ ସିବିଆଇ ଏହି ମାମଲାର ତଦନ୍ତ କରିବ। ମୁମ୍ବାଇ ପୋଲିସର ପ୍ରାରମ୍ଭିକ ତଦନ୍ତ ଓ ସାମ୍ପୁଲ ଟେଷ୍ଟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଅପରାଧ ପରର ବିଭିନ୍ନ ପରୀକ୍ଷା ନିରୀକ୍ଷା, ସୁଶାନ୍ତଙ୍କ ରୁମ୍‌ର ସ୍ଥିତି ଆଦିର ଫୋରେନ୍‌ସିକ ତଥ୍ୟ ସିବିଆଇ ହାତରେ ଲାଗିବା ଦରକାର। ନ ହେଲେ ସିବିଆଇ ଠିକ୍‌ ଭାବେ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରିବା କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି।
ସୁଶାନ୍ତ ସିଂ ରହୁଥିବା ରୁମ୍‌ର ସିଲିଂ ଫ୍ୟାନ୍‌ ଓ ତାଙ୍କ ବେଡ୍‌ ମଧ୍ୟରେ ଦୂରତା ୫ ଫୁଟ ୧୧ ଇଞ୍ଚ ରହିଥିବାବେଳେ ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ। ବେଡ୍‌ରେ ଛିଡ଼ା ହେଲେ ସିଲିଂ ଫ୍ୟାନ୍‌ ଛୁଇଁବା ଲାଗି ମାତ୍ର ୧ ଇଞ୍ଚର ଦୂରତା ରହୁଛି। ଘରର ଡୋର ଖୋଲାଥିବାବେଳେ ସୁଶାନ୍ତଙ୍କ ୩ ସାଙ୍ଗ ସେଠାରେ ରହୁଥିଲେ ବୋଲି ଜଣାପଡ଼ିଛି। ଏହା ଛଡ଼ା ସୁଶାନ୍ତଙ୍କ ମୃତଦେହ ବେଡ୍‌ରେ ନ ଥିଲା କି ଗୋଡ଼ ବେଡ୍‌ ଆଡ଼କୁ ନ ଥିଲା। ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ବେଡ୍‌ ଆରପଟେ ଥିଲା। ଏଭଳି ସ୍ଥିତିରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣାକୁ ରହସ୍ୟାବୃତ କରୁଛି। ଏଥିଲାଗି ମୁମ୍ବାଇ ପୋଲିସ ଓ ଏକ୍ସପର୍ଟମାନଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଗୁରୁବାର ସିବିଆଇ ଟିମ୍‌ ମୁମ୍ବାଇ ଯାଇ ଘଟଣାର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ସୁଶାନ୍ତଙ୍କ ଷ୍ଟାଫ୍‌, ରିଆ ଚକ୍ରବର୍ତ୍ତୀ ଓ ସାଙ୍ଗମାନଙ୍କୁ ଜେରା କରାଯିବ।
ସିବିଆଇ ଅନେକ ରହସ୍ୟକୁ ନେଇ ତଦନ୍ତ କରିବ। ସୁଶାନ୍ତ ସିଂଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ କି ହତ୍ୟା ଏହା ଏକ ବଡ଼ ପ୍ରଶ୍ନ ହୋଇରହିଛି। ଯଦି ଏହା ହତ୍ୟାକାଣ୍ଡ, ତେବେ ଏହା ପଛରେ କ’ଣ କାରଣ ଥାଇପାରେ ତାହାର ତଦନ୍ତ ଜରୁରୀ। ସୁଶାନ୍ତ ସିଂ ମୃତ୍ୟୁ ପଛରେ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ଭୂମିକା କ’ଣ। ସୁଶାନ୍ତ ମୃତ୍ୟୁ ମାମଲାରେ ଫିଲ୍ମଷ୍ଟାର୍‌ଙ୍କ କ’ଣ ଭୂମିକା ରହିଛି। ସୁଶାନ୍ତଙ୍କ ସହ ଟଙ୍କା ହେର୍‌ଫେର କରାଯାଇଛି କି ନାହିଁ। ଦିସା ସାଲିଆନ୍‌ଙ୍କ ସହ ସୁଶାନ୍ତ ମୃତ୍ୟୁର କ’ଣ ସମ୍ପର୍କ ରହିଛି। ସୁଶାନ୍ତଙ୍କ ଷ୍ଟାଫ୍‌ଙ୍କ ଏଥିରେ ଭୂମିକା କ’ଣ ରହିଛି। ସୁଶାନ୍ତଙ୍କ ଅସୁସ୍ଥତାର କାରଣ କ’ଣ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟର ସତ୍ୟତା କେତେ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ କେତେକ ଗ୍ରହଣଯୋଗ୍ୟ, ଜୁନ୍‌ ୮ରେ ରିଆ ଓ ସୁଶାନ୍ତଙ୍କ ମଧ୍ୟରେ କ’ଣ ଘଟିଥିଲା। ଜୁନ୍‌ ୧୩ ଓ ୧୪ କାହାଣୀର ରହସ୍ୟ କ’ଣ। ଏହି ୧୪ଟି ପ୍ରଶ୍ନକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିବ ବୋଲି କୁହାଯାଉଛି।

ଘଟଣାକ୍ରମ…
ଜୁନ୍‌ ୧୪ : ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରୁ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ପୋଲିସ ଉଦ୍ଧାର କରିଥିଲା।
ଜୁନ୍‌ ୧୮ : ସୁଶାନ୍ତ ସିଂଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଥିଲା ମୁମ୍ବାଇ ପୋଲିସ।
ଜୁଲାଇ ୬ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଫିଲ୍ମନିର୍ମାତା ସଞ୍ଜୟଲୀଲା ବଂଶାଲିଙ୍କ ବୟାନ ରେକର୍ଡ କରାଯାଇଥିଲା।
ଜୁଲାଇ ୧୮ : ଫିଲ୍ମନିର୍ମାତା ଏବଂ ୟଶ୍‌ରାଜ ଫିଲ୍ମ ଅଧ୍ୟକ୍ଷ ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଜୁଲାଇ ୨୫ : ସୁଶାନ୍ତଙ୍କ ବାପା କେ. କେ. ସିଂ ଅଭିନେତ୍ରୀ ରିଆ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପାଟନାରେ ଏଫ୍‌ଆଇଆର୍‌ ଦାଖଲ କରିଥିଲେ।
ଜୁଲାଇ ୨୭ : ମୁମ୍ବାଇ ପୋଲିସ ଫିଲ୍ମନିର୍ମାତା ମହେଶ୍‌ ଭଟ୍ଟଙ୍କ ବୟାନ ରେକର୍ଡ କରିଥିଲା।
ଜୁଲାଇ ୨୯ : ପାଟନାରୁ ମୁମ୍ବାଇକୁ ମାମଲା ସ୍ଥାନାନ୍ତର କରିବା ଲାଗି ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟ ଯାଇଥିଲେ।
ଜୁଲାଇ ୩୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନିଲଣ୍ଡରିଂ ମାମଲା ଦାୟର କରାଯାଇଥିଲା।
ଅଗଷ୍ଟ ୪ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଲାଗି ବିହାର ସରକାରଙ୍କ ସୁପାରିସ୍‌। ମାମଲାରେ ୫୪ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ମୁମ୍ବାଇ ପୋଲିସ କମିଶନର କହିଥିଲେ।
ଅଗଷ୍ଟ ୬ : ଘଟଣା ସମ୍ପର୍କରେ ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌ ରୁଜୁ କରାଗଲା।
ଅଗଷ୍ଟ ୭ : ରିଆ ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ପକ୍ଷ ହେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଗଲା।
ଅଗଷ୍ଟ ୮ : ସୁଶାନ୍ତ ସିଂଙ୍କ ବାପା କେ. କେ. ସିଂ ରିଆଙ୍କ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲେ।
ଅଗଷ୍ଟ ୧୧ : ମାମଲାର ତଦନ୍ତ ଲାଗି ବିହାର ପୋଲିସର ଅଧିକାର ନାହିଁ ବୋଲି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଲେ। ରିଆଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri