ଇପିଏଫ୍‌ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ୧୪.୬୩ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଡ଼ି ହୋଇଛନ୍ତି। ୨୦୨୪ ଅକ୍ଟୋବର ତୁଳନାରେ ନଭେମ୍ବରରେ ସଦସ୍ୟଙ୍କ ସଂଖ୍ୟାରେ ୯.୦୭% ବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ୨୦୨୩ ନଭେମ୍ବର ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୪.୮୮% ବୃଦ୍ଧି ପାଇଛି। ଇପିଏଫ୍‌ଓ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ମଧ୍ୟରେ ରୋଜଗାରର ସୁଯୋଗ ଏବଂ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଛି। ଇପିଏଫ୍‌ଓ କହିଛି ଯେ, ନଭେମ୍ବର ଇପିଏଫ୍‌ଓରେ ଯୋଡ଼ି ହୋଇଥିବା ସଦସ୍ୟଙ୍କ ମଧ୍ୟରେ ପ୍ରାୟ ୮.୭୪ ଲକ୍ଷ ନୂତନ ସଦସ୍ୟ ଅଛନ୍ତି। ଅକ୍ଟୋବର ତୁଳନାରେ ନୂତନ ସଦସ୍ୟଙ୍କ ଯୋଗଦାନ ୧୬.୫୮% ବୃଦ୍ଧି ପାଇଛି। ବାର୍ଷିକ ଭିତ୍ତିରେ ୨୦୨୩ ନଭେମ୍ବର ତୁଳନାରେ ନୂତନ ସଦସ୍ୟଙ୍କ ସଂଖ୍ୟାରେ ୧୮.୮୦% ବୃଦ୍ଧି ଘଟିଛି। ୧୮ ରୁ ୨୫ ବର୍ଷ ବୟସ ବର୍ଗରେ ଯୋଗ ଦେଇଥିବା ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୨୪ ନଭେମ୍ବରରେ ଇପିଏଫ୍‌ଓରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ୫୪.୯୭% ୧୮-୨୫ ବୟସ ବର୍ଗର ଅଟନ୍ତି। ଅକ୍ଟୋବର ତୁଳନାରେ ଏହା ୯.୫୬% ଅଧିକ। ବେତନ ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୨.୪୦ ଲକ୍ଷ ନୂତନ ସଦସ୍ୟ ହେଉଛନ୍ତି ମହିଳା। ଏହି ସଂଖ୍ୟାରେ ମାସିକ ଅଭିବୃଦ୍ଧି ୧୪.୯୪% ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ଏହି ଆକଳନ ବାର୍ଷିକ ୨୩.୬୨% ଅଭିବୃଦ୍ଧି ଦର୍ଶାଉଛି। ଦେଶର ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ନଭେମ୍ବର ମାସରେ ୨୦.୮୬% ନିଟ ସଦସ୍ୟ ଯୋଗ କରି ଆଗୁଆ ରହିଛି। ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ, ଦିଲ୍ଲୀ, ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନଭେମ୍ବରରେ ୫% ରୁ ଅଧିକ ସଦସ୍ୟଙ୍କୁ ଯୋଗଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri