ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରାୟ ୭.୪୭ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଥିବାବେଳେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ରହିଛି। ନୂତନ ସଦସ୍ୟଙ୍କ ୫୬.୮୩% ଏହି ବର୍ଗର ବ୍ୟକ୍ତି ବୋଲି ସୂଚନା ରହିଛି। ଇପିଏଫ୍‌ଓରେ ଯୋଡ଼ିହୋଇଥିବା ଅଧିକାଂଶ ଯୁବପିଢ଼ି ବା ପ୍ରଥମ ଥର ଚାକିରିରେ ନିଯୁକ୍ତ ହୋଇଥିତ୍ବା ବ୍ୟକ୍ତି ଅଟନ୍ତି। ମିଳିଥିବା ସୂଚନାନୁସାରେ ପ୍ରାୟ ୧୧.୮୦ ଲକ୍ଷ ସଦସ୍ୟଙ୍କ ନାମ ତାଲିକାରୁ ହଟିଥିବାବେଳେ ବର୍ତ୍ତମାନ ପୁଣିଥରେ ଯୋଗ ଦେଇଛନ୍ତି। ଏହି ସଦସ୍ୟମାନେ ସେମାନଙ୍କର ଚାକିରି ବଦଳାଇଥିବାବେଳେ ପାଣ୍ଠିରୁ ଜମା ଟଙ୍କା ଉଠାଇବା ପରିବର୍ତ୍ତେ ଜମା ଅର୍ଥରାଶିକୁ ସ୍ଥାନାନ୍ତର କରିଛନ୍ତି। ତେବେ ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ନୂତନ ସଦସ୍ୟ ମହିଳା ଅଟନ୍ତି। ମାର୍ଚ୍ଚ ମାସରେ ନେଟ ମହିଳା ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨.୯୦ ଲକ୍ଷ ଥିଲା। ମାସକୁ ମାସ କରାଯାଇଥିବା ବିଶ୍ଲେଷଣରୁ ଶିଳ୍ପ କ୍ଷେତ୍ରରେ ନିୟୋଜନ ବଢ଼ିଥିବା ଜଣାପଡ଼ିଛି। ଉତ୍ପାଦନ, ମାର୍କେଟିଂ ସେବା, କମ୍ପ୍ୟୁଟରର ବ୍ୟବହାର, ରେଷ୍ଟୁରାଣ୍ଟ, ଚାର୍ଟାର୍ଡ କିମ୍ବା ପଞ୍ଜୀକୃତ ପ୍ରତିଷ୍ଠାନ ସହ ମାଛ ପ୍ରକ୍ରିୟାକରଣ ଏବଂ ଆମିଷ ଖାଦ୍ୟ ସଂରକ୍ଷଣ, ବିଡି ତିଆରି ଇତ୍ୟାଦି। ସମୁଦାୟ ନେଟ ସଦସ୍ୟତା ମଧ୍ୟରୁ ପ୍ରାୟ ୪୩% ଅତିରିକ୍ତ ବିଶେଷଜ୍ଞ ସେବାଗୁଡିକ ମାନବସମ୍ବଳ ଯୋଗାଣକାରୀ, ସାଧାରଣ କଣ୍ଟ୍ରାକ୍ଟର, ସୁରକ୍ଷା ସେବା, ବିବିଧ କାର୍ଯ୍ୟକଳାପ ଇତ୍ୟାଦିକୁ ନେଇ ଗଠିତ ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri