ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ହିଁ ଉତ୍ସବ

ଭୁବନେଶ୍ୱର,୧୧।୨: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ଏବଂ ସ୍ଥାନୀୟ ସତ୍‌ସଙ୍ଗ ବିହାର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଉତ୍ସବ ରବିବାର ମଞ୍ଚେଶ୍ୱରସ୍ଥିତ ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି।

ସତ୍‌ସଙ୍ଗର ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ସଦୟ ଉପସ୍ଥିତିରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି ଅବସରରେ ଆଶୀର୍ବଚନ ପ୍ରଦାନ କରି ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କହିଥିଲେ, ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ପ୍ରତି ଉତ୍ସବର ଲକ୍ଷ୍ୟ। ଏହି ଆନନ୍ଦରେ ସାମିଲ ହେବାକୁ ମୁଁ ଏଠାକୁ ଆସିଛି। ଉତ୍ସବ ପ୍ରାତଃକାଳରୁ ଆରମ୍ଭ ହୋଇ ଉଷାବିନତି, ସଦ୍‌ଗ୍ରନ୍ଥ ପାଠ, ଭକ୍ତି ସଙ୍ଗୀତ ପରିବେଷଣ ହୋଇଥିଲା।

ସକାଳ ୯ଟାରୁ ଉତ୍ସବର ବିଭିନ୍ନ ମଞ୍ଚରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ମାତୃମଞ୍ଚରେ ମା’ଓ ଭଉଣୀମାନେ ଭକ୍ତି ସଙ୍ଗୀତ, ନୃତ୍ୟ ପରିବେଷଣ ସହ ସଦାଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ପୂର୍ବାହ୍ନ ୧୧ଟାରେ ଉତ୍ସବର ସ୍ମରଣିକା ‘ତର୍ପଣ’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ସତ୍‌ସଙ୍ଗର ଶ୍ରୀ ଶ୍ରୀ ଆଚର୍ଯ୍ୟଦେବ ଉତ୍ସବସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ଶିଷ୍ୟ, ଅନୁରାଗୀ ତାଙ୍କୁ ଦର୍ଶନ ପ୍ରଣାମ କରିଥିଲେ। ରାଜ୍ୟପାଳ ରଘୁବର ଦାସ ଉତ୍ସବରେ ଯୋଗଦେଇ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କୁ ଦର୍ଶନ କରିଥିଲେ। ଏଥିସହ ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ସାହିତି୍ୟକ, କ୍ରୀଡ଼ାବିତ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଉତ୍ସବରେ ଯୋଗ ଦେଇଥିଲେ। ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଉପସ୍ଥିତିରେ ଶିବାନନ୍ଦ ପ୍ରସାଦ, ଡା. ବିନାୟକ ମହାପାତ୍ର ଆଲୋଚନା କରିଥିବା ବେଳେ ଚକ୍ରଧାରୀ ନାୟକ, ପଣ୍ଡିତ ବଳରାମ ଦାସ, ସିଦ୍ଧାର୍ଥ ଧଳ, ଅମିତାଭ ସାମନ୍ତରାୟ ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ। ଅପରାହ୍ନ ୩ଟାରେ ଦେଓଘରରୁ ଆଗତ ହ୍ବାଇଟ ବ୍ୟାଣ୍ଡ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ସ୍ପିରିଚୁଆଲ ଅର୍କେଷ୍ଟ୍ରା ପରିବେଷଣ କରିଥିଲେ। ସନ୍ଧ୍ୟାରେ ବିନତି ପ୍ରାର୍ଥନା ପରେ ଶାଶ୍ୱତ ଯୋଗୀ ଓ ତାଙ୍କ ସାଥୀ ଓଡ଼ିଶୀ ନୃତ୍ୟ ସହ ଅନ୍ୟ ପ୍ରାନ୍ତୀୟ ନୃତ୍ୟ ପରିବେଷଣ କରିଥିଲେ।

ଦିବସବ୍ୟାପୀ ଦୀକ୍ଷାପତ୍ର କାର୍ଯ୍ୟ ଚାଲିଥିଲା। ସତ୍‌ସଙ୍ଗ ମେଡିକାଲ ଆସୋସିଏଶନ ପକ୍ଷରୁ ମଲି୍ଟସ୍ପେଶାଲିଟି ହେଲ୍‌ଥ କ୍ୟାମ୍ପ କରାଯାଇଥିଲା। ଏଥିରେ ସହସ୍ରାଧିକ ବ୍ୟକ୍ତିଙ୍କ ମାଗଣା ରୋଗ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା। ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ସମସ୍ତଙ୍କୁ ଚା’ ବିସ୍କୁଟ ବିତରଣ କରାଯାଇଥିଲା। ଦିବସ ଏବଂ ରାତିରେ ଆୟୋଜିତ ଭଣ୍ଡାରାରେ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏବଂ ଅନୁରାଗୀ ଯୋଗଦେଇ ପ୍ରସାଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri