ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କନ୍‌ଫରେନ୍ସରେ ଛତ୍ରପୁର ସ୍ଥିତ କାର୍ଯ୍ୟାଳୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତି ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ସେହିପରି ପ୍ରତି ବ୍ଲକରେ ଅନ୍ୟ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନେ ମଧ୍ୟ ଏଥିରେ ଯୋଡି ହୋଇଥିଲେ। ତେବେ ସ୍କୁଲରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲ୍ୟାବ, କ୍ରୀଡା ଭିତ୍ତିଭୂମି, ପାନୀୟଜଳ, ଶୌଚାଳୟର ବିକାଶ କରାଯିବ ବୋଲି ଆଲୋଚନା ହୋଇଥିଲା। ଆଉ ଏଥିପାଇଁ ପ୍ରତି ସ୍କୁଲ ଲାଗି ୪୫ଲକ୍ଷ ଟଙ୍କା ଅନୁଦାନ ଆସିଛି ବୋଲି ପାଣ୍ଡିଆନ କହିଛନ୍ତି।