Categories: ବାଣିଜ୍ୟ

୧୩,୨୬୨ କୋଟିର ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଜୁନ ମାସରେ ୧୩,୨୬୨ କୋଟି ଟଙ୍କା ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ ଧାରା ଜାରି ରଖିଛନ୍ତି। କୋଭିଡ୍‌ ମାମଲା କମୁଥିବା ବେଳେ ଅର୍ଥ ବ୍ୟବସ୍ଥା ଖୋଲିବା ନେଇ ନିବେଶକ ଆଶା ରଖିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ କଟକଣା ବର୍ତ୍ତମାନ ହ୍ରାସ ପାଉଛି। ଏହାଦ୍ୱାରା ଆର୍ଥତ୍କ କାର୍ଯ୍ୟକଳାପ ବଢିଛି। ପ୍ରଥମ ତ୍ରୈମାସରେ କମ୍ପାନୀଗୁଡିକର ଫଳାଫଳ ଉନ୍ନତ ରହିଛି। ଆଗାମୀ ଦିନଗୁଡିକରେ ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ନେଇ ଆକଳନ କରାଯାଇଛି। ଡିପୋଜିଟାରୀ ଡାଟା ମୁତାବକ, ଏଫପିଆଇ ଜୁନ୍‌ ୩୦ ସୁଦ୍ଧା ଶେୟାରରେ ୧୭,୨୧୫ କୋଟି ଏବଂ ବଣ୍ଡରେ ୩୯୪୬ କୋଟି ନିବେଶ କରିଥିବା ଜଣାପଡିଛି।

Share