ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର ଦାୟିତ୍ୱ ତୁଲାଉଛି। ମାତ୍ର ରାଜଧାନୀର ମହିଳାମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶତାଧିକ ମିନି ପାର୍କର ରକ୍ଷଣାବେକ୍ଷଣ କରୁଛନ୍ତି। ସହରାଞ୍ଚଳର ଆର୍ଥିକ ଅନଗ୍ରସର ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ(ମୁକ୍ତା) ଆରମ୍ଭ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମହିଳାମାନେ ଏଥିରେ ସାମିଲ ହେଉଛନ୍ତି। ତେବେ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ୧୧୩ଟି ମିନି ପାର୍କର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ସହ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି ମହିଳା। ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ସେମାନେ ଅଧ ଏକରରୁ କମ୍‌ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ପାର୍କରେ ଶ୍ରମ ଦାନ କରିବା ସହ ଦକ୍ଷତା ଓ କଳା ପ୍ରଦର୍ଶନ କରୁଛନ୍ତି। ମହିଳାଙ୍କ ଏହି ଉଦ୍ୟମ ସହରକୁ ଏକ ନୂଆ ରୂପ ଦେବାରେ ସହାୟକ ହୋଇପାରିଛି। ବିିଭିନ୍ନ ପାର୍କରେ ବୃକ୍ଷରୋପଣଠାରୁ ଆରମ୍ଭ କରି ଓ୍ବାଲ୍‌ ପେଣ୍ଟିଂ, ଚଲାପଥ ନିର୍ମାଣ, ପିଲାଙ୍କ ଖେଳିବା ସାମଗ୍ରୀ ଓ ବ୍ୟାୟାମ ପାଇଁ ବ୍ୟବହାର ହେଉଥିବା ଉପକରଣ ଲଗାଇ ପାର୍କଗୁଡ଼ିକୁ କାର୍ଯ୍ୟକ୍ଷମ କରୁଛନ୍ତି। ଏଥିପାଇଁ ଆୟତନ ଅନୁସାରେ ପ୍ରତି ପାର୍କ ପିଛା ଏସ୍‌ଏଚ୍‌ଜିକୁ ୧୦ରୁ ୨୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଥିବାବେଳେ ଲାଭାଂଶରେ ମହିଳାମାନେ ଉପକୃତ ହେଉଛନ୍ତି। ସେମାନେ ସହରର ଦକ୍ଷିଣ-ପୂର୍ବ ଜୋନ୍‌ରେ ୩୫ଟି, ଉତ୍ତର ଜୋନ୍‌ରେ ୩୨ଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୪୬ଟି ମିନିପାର୍କର ସୌନ୍ଦର୍ଯ୍ୟକରଣ କରିବା ସହ ଏହାକୁ ବ୍ୟବହାର ଉପଯୋଗୀ କରିପାରିଛନ୍ତି। ଓ୍ବାର୍ଡ ନଂ. ୨୩ରେ ସର୍ବାଧିକ ୯ଟି ପାର୍କ ମହିଳାଙ୍କ ଦାୟିତ୍ୱରେ ରହିଛି। ପ୍ରତି ପାର୍କର ରକ୍ଷଣାବେକ୍ଷଣା ପାଇଁ ୧୦ରୁ ୧୨ ଜଣ ଲେଖାଏ ମହିଳା ନିୟୋଜିତ ହୋଇଥିବାବେଳେ ସହରର ପାଖାପାଖି ୧୨୦୦ ମହିଳା ଏହାଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି।

ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ତଥା ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ଅନ୍ୟତମ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଗତ ଫେବୃଆରୀରେ ଓଡ଼ିଶା ଗସ୍ତରେ ଆସି କଳିଙ୍ଗ ନଗର ପାର୍କ ପରିଦର୍ଶନ କରିବା ସହ ଏହାର ପରିଚାଳନା ଦାୟିତ୍ୱରେ ଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କ ଉଦ୍ୟମ, କର୍ତ୍ତବ୍ୟନିଷ୍ଠାକୁ ଗେଟ୍‌ସ ଖୁବ୍‌ ପ୍ରଶଂସା କରିଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ସେ ପ୍ରେରଣାର ଉତ୍ସବ ବୋଲି କହିଥିଲେ। ଏହି ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ର ଗେଟ୍‌ସ ଫାଉଣ୍ଡେଶନ ଇଣ୍ଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଥିବାବେଳେ ଏହାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ପସନ୍ଦ କରିବା ସହ ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri