ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ

ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଶନିବାର ୧୧ଟା୫୦ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରିବ। ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲାଗ୍ରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ। ତେବେ ସୂର୍ଯ୍ୟଙ୍କ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ଚନ୍ଦ୍ରଠାରୁ ଚାରି ଗୁଣ ଅଧିକ। ସୂର୍ଯ୍ୟର ଆକାର ପୃଥିବୀ ଠାରୁ କେଇ ଲକ୍ଷ ଗୁଣ ବଡ଼। ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ବ୍ୟାସ ପୃଥିବୀ ତୁଳନାରେ ପ୍ରାୟ ୧୦୯ଗୁଣ ଅଧିକ। ଯଦି ସରଳ ଶବ୍ଦରେ ବୁଝାଯାଏ ତେବେ ୧୩ ଲକ୍ଷରୁ ଅଧିକ ପୃଥିବୀ ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇଯାଇପାରେ। ସୂର୍ଯ୍ୟଙ୍କ ତାପମାତ୍ରା ଏତେ ଅଧିକ ଯେ ପୃଥିବୀରୁ ପଠାଯାଇଥିବା କୌଣସି ଜିନିଷ ଏହାର ପୃଷ୍ଠରେ ଲ୍ୟାଣ୍ଡିଂ ହେବା କିମ୍ବା ଲକ୍ଷ ଲକ୍ଷ କିଲୋମିଟର ପୂର୍ବରୁ ହିଁ ତରଳି ଯିବ। ସେଥିପାଇଁ ଆଦିତ୍ୟ ଏଲ୧ କେବଳ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଲାଗ୍ରେଞ୍ଜ ପଏଣ୍ଟରେ ରହି ଅଧ୍ୟୟନ ଜାରି ରଖିବ।

ଆମେ ପିଲାଟି ବେଳରୁ ପାଠ୍ୟପୁସ୍ତକରେ ପଢି ଆସିଛୁ ଯେ, ସୂର୍ଯ୍ୟଙ୍କୁ ଏକ ଜ୍ୱଳନ୍ତ ବଲ କୁହାଯାଏ। ଏହାର ତାପମାତ୍ରା ୫୫୦୦ ଡିଗ୍ରୀ ସେଲସିୟସ। ସୂର୍ଯ୍ୟଙ୍କ ଉପରେ କ୍ରମାଗତ ଭାବେ ନ୍ୟକ୍ଲିୟର ରିଆକ୍ସନ ଯୋଗୁ ଏହାର ତାପମାତ୍ରା ୧.୫ କୋଟି ସେଲସିୟସକୁ ମଧ୍ୟ ଛୁଇଁ ଯାଇଥାଏ। ନାସାର ବୈଜ୍ଞାନିକ କହିଛନ୍ତି ଯେ, ଏହାର ତାପମାତ୍ରା ୧୦୦ ବିଲିୟନ ଟନ ଡାଇନାମାଇଟ ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଉତ୍ତାପ ସହିତ ସମାନ। ସୂର୍ଯ୍ୟରେ ଏତେ ପରମାଣୁ ଇନ୍ଧନ ଅଛି ଯେ ଏହା ଆଗାମୀ ୫୦ ଲକ୍ଷ ବର୍ଷ ଯାଏଁ ଜଳିପାରିବ। ଯେତେବେଳେ ସୂର୍ଯ୍ୟର ନିଶିହ୍ନ ହେବାର ସମୟ ଆସିଯିବ ପ୍ରଥମେ ସେ ଏକ ଲାଲ ବଲରେ ପରିଣତ ହେବେ। ପରିଶେଷରେ ଏହାର ବାହ୍ୟ ପୃଷ୍ଠଟି ନଷ୍ଟ ହୋଇଯିବ। ତା’ପରେ ଏହାର କୋର ପୃଷ୍ଠଟି ଧଳା ପଢିଯିବ। ଧୀରେ ଧୀରେ ଏହି କୋର ମଧ୍ୟ ମନ୍ଥର ହେବାକୁ ଆରମ୍ଭ କରିବ। ଏହା ପରେ ସୂର୍ଯ୍ୟ ଶୀତଳ ହୋଇଯିବ।

ବୈଜ୍ଞାନିକଙ୍କନୁସାରେ ସୂର୍ଯ୍ୟ ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। କୁହାଯାଏ କି, ସୂର୍ଯ୍ୟ ଓ ସୂର୍ଯ୍ୟ ମଣ୍ଡଳ ଗ୍ୟାସ ଏବଂ ଧୂଳିରେ ନିର୍ମିିତ। ଏହାକୁ ସୋଲାର ନେବୁଲା କୁହାଯାଏ। ନ୍ୟାସନାଲ ଜିଓଗ୍ରାଫିକ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅନୁଯାୟୀ, ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ହିଲିୟମ ଏବଂ ହାଇଡ୍ରୋଜେନରେ ର୍ନିମିତ ଏକ ମଲିକୁଲାର ମେଘରୁ ସୂର୍ଯ୍ୟର ସୃଷ୍ଟି ହୋଇଛି।

ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ଅନ୍ତ ହେବା ହେବା ପୂର୍ବରୁ ସେ ପ୍ରଥମେ ବହୁତ ଗରମ ଏବଂ ଉଜ୍ଜ୍ୱଳ ହୋଇଯିବେ। ସୂର୍ଯ୍ୟଙ୍କ ମୋଟ ବୟସ ପ୍ରାୟ ୧୦ ବିଲିୟନ ବର୍ଷ । ଏହି ଆଧାରରେ କୁହାଯାଇପାରେ ଯେ ସୂର୍ଯ୍ୟ ଜୀବନର ଅଧା ଅତିକ୍ରମ କରିସାରିଛି। ଅର୍ଥାତ୍‌ ଆଉ ପାଞ୍ଚ ବିଲିୟନ ବର୍ଷ ପରେ ସୂର୍ଯ୍ୟର ଅନ୍ତ ଘଟିବ। ୨୦୧୮ରେ ଏକ ଅନୁସନ୍ଧାନ ରିପୋର୍ଟରେ ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ତଥ୍ୟ ଦେଇଛନ୍ତି।

ସୂର୍ଯ୍ୟର ଉତ୍ପତ୍ତି ପ୍ରାୟ ୪.୬୦ ବିଲିୟନ ବର୍ଷ ପୂର୍ବେ ହୋଇଛି। ପୃଥିବୀରେ ଜୀବଜଗତର ଉତ୍ପତ୍ତି କେବଳ ସୂର୍ଯ୍ୟ ହେତୁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା କେବଳ ସୂର୍ଯ୍ୟ ହେତୁ ପୃଥିବୀରେ ଜୀବନ ଅଛି। ମୌସୁମୀ ଦ୍ୱାରା ଜଳବାୟୁ ଏବଂ ସମୁଦ୍ର ପ୍ରବାହ ମଧ୍ୟ ର୍ନିଣ୍ଣୟ କରାଯାଏ। ସୂର୍ଯ୍ୟକିରଣ ଥିବା ଉଦ୍ଭିଦଗୁଡ଼ିକରେ ଫଟୋସନ୍ଥେସିସ ପ୍ରକ୍ରିୟା ହୁଏ। ଯଦି ସୂର୍ଯ୍ୟର ଅନ୍ତ ହୋଇଯିବ ତେବେ ପୃଥିବୀରେ ଜୀବନ ସମ୍ଭବ ହେବ ନାହିଁ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୂର୍ଯ୍ୟ ଶେଷ ହେବା ପୂର୍ବରୁ ପୃଥିବୀରେ ମଣିଷ, ପ୍ରାଣୀ ଏବଂ ଉଦ୍ଭିଦ ବିଲୁପ୍ତ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri