ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା ଦେଖିବାକୁ ମିଳିଛି। ଜଙ୍ଗଲର ଅତି ନିକଟରେ ଘର କରି ରହୁଥିବା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି।
ସୂଚନା ଅନୁସାରେ, ସକାଳୁ ଗ୍ରାମବାସୀ ହାତୀପଲ ଦେଖି ଭୟଭୀତ ହୋଇ ବନବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ସ୍ଥାନୀୟ ବନଖଣ୍ଡ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ, ମନୋଜ କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ହାତୀପଲ ଉପରେ ବନ କର୍ମଚାରୀ ଉପସ୍ଥିତ ରହି ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବେଳେ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ଆସିଥିବା ନେଇ ବନ ଅଧିକାରୀ ସୂଚନା ଦେଇଛନ୍ତି। ହାତୀପଲ ସମ୍ମୁଖକୁ ନ ଯିବା ସହ ସେମାନଙ୍କୁ ବିରକ୍ତ ନ କରିବା ପାଇଁ ବନବିଭାଗ ତରଫରୁ ଗ୍ରାମବାସୀଙ୍କୁ ଅନୁରୋଧ କରିବା ସହ ସତର୍କ ରହିବା, ଜଙ୍ଗଲକୁ ଯିବା ପାଇଁ ବାରଣ କରାଯାଇଛି। ବର୍ତ୍ତମାନ ମଧ୍ୟ ହାତୀପଲ ସେହି ଜଙ୍ଗଲରେ ରହିଥିବା ବେଳେ ବନ କର୍ମଚାରୀ ମଧ୍ୟ ହାତୀପଲର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତିି। ବିଗତ କିଛି ମାସ ପୂର୍ବରୁ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଊର୍ଦ୍ଧ୍ୱ ଗାଈ, ଛେଳିଙ୍କ ମତ୍ୟୁ ଘଟିଥିଲା। ଯାହାକୁ ନେଇ ସାଧାରଣରେ ଭୟର ବାତାବରଣ ରହିଥିବା ବେଳେ ଏବେ ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ ଦେଖି ଭୟରେ ଥିବା ଗ୍ରାମବାସୀ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri