୧୩ ଚେକ୍‌ଡ୍ୟାମ୍‌ ଅଚଳ

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି ଚେକଡ୍ୟାମ ଏବଂ କର୍ଲାମୁଣ୍ଡା ସେକ୍ସନ ଅଧୀନ ବ୍ଲକର ତୁଣ୍ଡଲା, ହାତୀଖୋଜ, ବେଲଖଣ୍ଡି, ଅମାଠ ଅଞ୍ଚଳରେ ୬ଟି ମୋଟ ୫୫ଟି ଚେକଡ୍ୟାମ ନିର୍ମାଣ ହୋଇଛି।

କେସିଙ୍ଗା ସେକ୍ସନରେ ନିର୍ମାଣ ୪୯ଟି ଚେକଡ୍ୟାମ ମଧ୍ୟରୁ ୧୩ଟି ଚେକଡ୍ୟାମ ନିମ୍ନମାନର କାମ ଓ ଲଘୁଚାପଜନିତ ବନ୍ୟାରେ ଭାଙ୍ଗି ଯାଇଛି। ୩୬ଟି ଚେକଡ୍ୟାମ ଗାର୍ଡୱାଲ, ସ୍ଲାପ, ଟ୍ରଙ୍କର ଭାଙ୍ଗି ଯାଇ ନଷ୍ଟ ହୋଇଛି। ଫଳରେ ବର୍ଷା ଜଳ ଗଚ୍ଛିତ ହୋଇ ନ ରହୁଥିବାରୁ ଚାଷୀମାନେ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକରେ ୪୯ଟି ଚେକଡ୍ୟାମର ହାରାହାରି ୨୮ଲକ୍ଷ ହିସାବରେ ୧୩ କୋଟି ୭୨ଲକ୍ଷ ଟଙ୍କା ନଷ୍ଟ ହୋଇଛି।
ଚେକଡ୍ୟାମ ନିମ୍ନମାନର କାମ କରିଥିବାରୁ ଗୋଟିଏ ବର୍ଷ ମଧ୍ୟରେ ବର୍ଷାରେ ଭାଙ୍ଗି ନଷ୍ଟ ହେଉଛି। ବ୍ଲକର କଛାରପଦର, ମହୁଲପଡା, ଅମଠା, ଉତ୍କେଲା ଆଦି ଅଞ୍ଚଳରେ ନିମ୍ନମାନର ଚେକଡ୍ୟାମ ନିର୍ମାଣ କରାଯାଇ ଥିବାରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ଚାଷୀମାନେ ସ୍ବଳ୍ପବର୍ଷାରେ ଚେକଡ୍ୟାମରୁ ଜଳସେଚନର ସୁବିଧା ପାଇବା ପାଇଁ ଆଶା ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରି କାମରେ ସର୍ବନାଶ ହେଉଛି। ଚାଷୀମାନେ ବହୁବାର ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର, ଜେଇଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି।

ଫଳରେ ଚାଷୀମାନେ ଜଳସେଚନ ସୁବିଧା ନ ଥିବାରୁ ଧାନ ଚାଷ କିମ୍ବା ଅନ୍ୟାନ୍ୟ ଚାଷରେ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ରାଜ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଚିଫ୍‌ ଇଞ୍ଜିନିୟର ଏଥିପ୍ରତି ଦୃଷ୍ଟି ଦେଇ ଭାଙ୍ଗିଯାଇଥିବା ଚେକଡ୍ୟାମ ପୁନଃ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି। ବ୍ଲକର ବିଭିନ୍ନ ଗ୍ରାମର ଚାଷୀମାନେ କେସିଙ୍ଗାସ୍ଥିତ ବିଭାଗୀୟ ଯନ୍ତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ପାରିନାହିଁ। ତୁରନ୍ତ ଚେକଡ୍ୟାମର ପୁନଃ ନିର୍ମାଣ ନ ଗଲେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ବିଭାଗ ଚିଫ ଇଞ୍ଜିନିୟରଙ୍କୁ ସର୍ଭେ କରି ପ୍ରସ୍ତାବ ଦିଆଯାଇଛି। ଟଙ୍କା ମଞ୍ଜୁର କଲେ ଡିସେମ୍ବର ସୁଦ୍ଧା ଭାଙ୍ଗି ଥିବା ଚେକଡ୍ୟାମ ମରାମତି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri