ପୁଣି ପ୍ରାର୍ଥୀ ହେବା ନେଇ ଆଶଙ୍କାରେ ୩ ବିଧାୟକ

ବ୍ରହ୍ମପୁର,୨୧ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିରୁ ୧୨ ବିଧାୟକ ନିର୍ବାଚିତ ହୋଇଥିଲେ। କେବଳ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଗୋପାଳପୁରରୁ ନିର୍ବାଚିତ ବିଧାୟକ ବିଜେଡିରୁ ୩ବର୍ଷ ତଳୁ ବହିଷ୍କୃତ ହୋଇଛନ୍ତି। ଇତିମଧ୍ୟରେ ଦିଗପହଣ୍ଡି ବିଧାୟକଙ୍କ ପରଲୋକ ହୋଇଯାଇଛି। ଫଳରେ ଜିଲାରେ ଏବେ ୧୦ ବିଧାୟିକା ବିଧାୟକ ବିଜେଡିର ଅଛନ୍ତି।

କିଛିମାସ ପରେ ୨୦୨୪ ନିର୍ବାଚନ ହେବ। ତେଣୁ ଜିଲାରେ ମୁଖ୍ୟତଃ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପାର ପ୍ରାକ୍‌ ପ୍ରସ୍ତୁତି ଜୋରଦାର ଚାଲିଛି। ଅସ୍ତିତ୍ୱ ହରାଇଥିବା କଂଗ୍ରେସ ନୀରବରେ ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ମହିଳା କାର୍ଡ ଖେଳୁଥିବାରୁ ଆଗାମୀ ନିର୍ବାଚନରେ ଅର୍ଦ୍ଧାଧିକ ଆସନରେ ମହିଳା ପ୍ରାର୍ଥୀ ଲଢ଼ିବାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଶଙ୍ଖ ଦଳରୁ ବିଦା ହୋଇଥିବା ଗୋପାଳପୁର ବିଧାୟକଙ୍କ ୩ ଅନୁଗତ ବିଧାୟକ ଟିକେଟ ପାଇବେ କି ନାହିଁ ସେମାନେ ଆଶା ଓ ଆଶଙ୍କାରେ ଥିବା କର୍ମୀ ମହଲରୁ ଆଲୋଚନା ହେଉଛି। ତନ୍ମଧ୍ୟରୁ ଜଣେ ଲଗାତର ଭାବେ ୩ ଥର, ଆଉଜଣେ ୨ ଥର ଓ ଜଣେ ଥରେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା ଜଣକ ଦଳର କର୍ମୀଙ୍କ ଆକ୍ରୋଶର ଶୀକାର ହୋଇଥିବା ବେଳେ ୨ ଥର ଜିତିଥିବା ବିଧାୟକ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି। ୩ ଥର ଜିତି ହ୍ୟାଟ୍ରିକ ହୋଇଥିବା ବିଧାୟକ ଅସୁସ୍ଥତା ଥିବାରୁ ସେଠାରେ ନୂଆ ଚେହେରାଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଥିବା ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ଗୋପାଳପୁର ଓ ସାନଖେମୁଣ୍ଡି ଆସନ ଉପରେ ବିଜେଡି ଫୋକସ କରିଛି। ସାନଖେମୁଣ୍ଡି କଂଗ୍ରେସ ହାତରୁ ଛଡ଼ାଇ ଆଣିବାକୁ ଦଳ ଏବେଠୁ ରଣନୀତି ଆରମ୍ଭ କରିଛି। ଗୋପାଳପୁର ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେଠାର ଦଳୀୟ ସାଙ୍ଗଠନିକ ଦାୟିତ୍ୱ ବ୍ରହ୍ମପୁର ବିଧାୟକଙ୍କୁ ନ୍ୟସ୍ତ କରିଛି। ଦିଗପହଣ୍ଡି ବିଜେଡି ରାଜନତିରେ ଗୋଷ୍ଠୀ କନ୍ଦଳ ଉଗ୍ର ହୋଇଥିବାରୁ ସେଠାରେ ଦଳରୁ କାହାକୁ ପ୍ରାର୍ଥୀ କରାଯିବ ଏବେ ଅସ୍ପଷ୍ଟ ରହିଛି। ଖଲିକୋଟ, କବିସୂର୍ଯ୍ୟନଗର ଆସନରେ ମଧ୍ୟ ବିଜେଡିର ବିଦ୍ରୋହୀମାନେ ବିଧାୟିକା ବିପକ୍ଷରେ ଅଛନ୍ତି। ଚିକିଟି, ସୋରଡ଼ା ଓ ପୋଲସରା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଭାଜପା ସାଙ୍ଗଠନିକ ସ୍ଥିତି ବଢ଼ୁଥିବାରୁ ସେଥିପ୍ରତି ବିଜେଡି ନଜର ରଖିଛି। ଖୁବ ନିକଟରେ ଚିକିଟିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ କର୍ମୀ ସମ୍ମିଳନୀ କରାଯିବ ବୋଲି ଜିଲା ସଂଗଠନ ପକ୍ଷରୁ ସୂଚନା ମିଳିଛି। ଏସବୁ କାରଣରୁ ଜିଲା ବିଜେଡି ରାଜନୀତି ରୋଚକ ହୋଇଛି। ଆଗାମୀ ନିର୍ବାଚନରେ ୧୩ଟି ଯାକ ଆସନ ବିଜେଡି ଦଖଲ କରିବାର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri