ବର୍ଷକରେ ୧୩.୫ ଟନ୍‌ ଗୋ’ମାଂସ ଜବତ

ଖୋର୍ଦ୍ଧା ଅଫିସ,୨୬ା୯: ଗୋ ଚାଲାଣ ପରେ ଏବେ ଗୋ’ମାଂସ ଚାଲାଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ ଏକାଧିକ କଣ୍ଟେନରରେ ଗୋରୁଙ୍କୁ ବାହାର ରାଜ୍ୟ ଦେଇ ବାଂଲାଦେଶ ଚାଲାଣ କରାଯାଉଛି। ଖୋର୍ଦ୍ଧାରେ ଏକ ରାକେଟ ସକ୍ରିୟ ରହି ବାହାର ରାଜ୍ୟର ବେପାରୀଙ୍କୁ ସହଯୋଗ କରୁଛି। ଗତ ଏକ ବର୍ଷ ମଧ୍ୟରେ ଖୋର୍ଦ୍ଧା ପୋଲିସ ମୋଟ୍‌ ୧୩.୫ ଟନ୍‌ (୧୩୫ କୁଇଣ୍ଟାଲ) ଗୋ’ମାଂସ ଜବତ କରିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ତେବେ ୨୦୨୧ ସେପ୍ଟେମ୍ବରରେ ଜଟଣୀ ଏବଂ ଖୋର୍ଦ୍ଧା ଟାଉନ ପୋଲିସ ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗୋମାଂସ ଜବତ କରିବା ସହ ୫ ଚାଲାଣକାରୀଙ୍କୁ ଗିରଫ କରିଥିଲା। ସେହିପରି ଶନିବାର ଓଡ଼ିଶାରୁ ହାଇଦ୍ରାବାଦ ଚାଲାଣ ହୋଇଥିବା ୧୨୦ କୁଇଣ୍ଟାଲ ଗୋ’ମାଂସ ବୋଝେଇ ଟ୍ରକ୍‌ ଜବତ କରିବା ସହ ବେଗୁନିଆ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଜିଲାର ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ଦୁର୍ବୃତ୍ତମାନେ ଟ୍ରକ୍‌ରେ ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ପରେ ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଏମାନଙ୍କ ଏଜେଣ୍ଟ କାମ କରୁଥିବା ଜଣାପଡ଼ିଛି। ବିଶେଷକରି ଖୋର୍ଦ୍ଧା ଉପକଣ୍ଠ ତରତୁଆ ଏବଂ ଜଟଣୀ ବେଣାପଞ୍ଜୁରୀ ଅଞ୍ଚଳରେ ଗୋଚାଲାଣକାରୀ ସକ୍ରିୟ ରହିଛନ୍ତି। ଏଠାରୁ ଅନେକ ସମୟରେ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଥିବା ନଜିର ରହିଛି। ପୂର୍ବରୁ ମଧ୍ୟ ବେଣାପଞ୍ଜୁରୀରେ ଶତାଧିକ ଗୋରୁ କଟାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଏପରି କି ତରତୁଆ, ଶରଧାପୁର ଗ୍ରାମ ନିକଟ ଜଙ୍ଗଲରେ ଶତାଧିକ ଗୋରୁଙ୍କୁ ଚାଲାଣ, ଗୋମାଂସ ପାଇଁ ଏକାଠି କରାଯାଇଥିବା ଜଣାପଡ଼ିବା ପରେ ଖୋର୍ଦ୍ଧା ଟାଉନ ପୋଲିସ ବାରମ୍ବାର ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲା। ୨୦୨୧ ସେପ୍ଟେମ୍ବର ୧୪ରେ ଜଟଣୀ ବ୍ଲକ ବେଣାପଞ୍ଜୁରୀ ଅଞ୍ଚଳରୁ ଏକ ଟ୍ରକ୍‌ରେ ଗୋମାଂସ ଚାଲାଣ ହେଉଥିଲା। ଗାଡ଼ି ଚକା ମାଟିରେ ଦବିଯିବାରୁ ଘଟଣା ପଦାକୁ ଆସିଥିଲା। ଖବରପାଇ ଜଟଣୀ ପୋଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଗାଡ଼ି ସହ ୨୪ ପେଟି ଗୋମାଂସ ଜବତ ପରେ ଏହାକୁ ପୋତି ଦେଇଥିଲା। ଏହି ଗୋମାଂସ ଜଟଣୀରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ସେହିପରି ଖୋର୍ଦ୍ଧା ଟାଉନ ପୋଲିସ ୨୦୨୧ ସେପ୍ଟେମ୍ବର ୧୬ରେ ତରତୁଆ କବରସ୍ଥାନ ନିକଟରେ ଆଇଚର ଗାଡ଼ିରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ସେଠାରୁ ୭ କୁଇଣ୍ଟାଲ ଗୋମାଂସ ଜବତ କରି ଜଙ୍ଗଲରେ ପୋତିଥିଲା। ପୋଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପରେ ପୋଲିସ ଏହି ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରିଛି। ଏଠାରୁ ଗୋମାଂସ ହାଇଦ୍ରାବାଦ ଚାଲାଣ ହେଉଥିବା ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ ଗତ କିଛିମାସ ମଧ୍ୟରେ ଚାଲାଣ ବେଳେ ୫ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋମାଂସ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଗୋ’ପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri