ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ୧୨୫ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୧୫।୧୦: ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହ ଚଳିତ ଉତ୍ସବ ଋତୁ ଏବଂ ୧୨୫ତମ ପୂର୍ତ୍ତି ଉତ୍ସବକୁ ପାଳନ କରାଯାଉଛି। ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ଜିତିପାରିବେ। ସେହିଭଳି ଏହାର ଗ୍ରାହକମାନେ ଆକର୍ଷଣୀୟ ଅଫର ଜରିଆରେ ବିଭିନ୍ନ ପ୍ରକାର ଅଭିନବ ଏବଂ ନୂଆ ଉପତ୍ାଦକୁ କିଣିବାର ସୁଯୋଗ ମଧ୍ୟ ପାଇବେ। ଏହା ସହିତ ସେମାନେ ଏକ ଲକି ଡ୍ରରେ ଅଂଶଗ୍ରହଣ କରିବେ। ପ୍ରତିଦିନ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗଦ ରାଶି ଜିତିବାର ସୁଯୋଗ ରହିଛି। ଦୈନିକ ୧୨୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗର ରାଶି ପୁରସ୍କାର ଦିଆଯିବ। ଏହି ଅଫର ୨୦୨୨ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବୈଧ ରହିବ। ଗ୍ରାହକମାନେ ଗୋଦ୍‌ରେଜ୍‌ ଡଟ୍‌ କମ୍‌ରେ ପ୍ରବେଶକରି ୧୨୫ ଲକି ଡ୍ର’ ବିଭାଗରେ ନିଜକୁ ଲକି ଡ୍ର’ ପାଇଁ ପଞ୍ଜୀକରଣ କରିପାରିବେ। ୨୦୨୨ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୮ଟାରେ ୧୨୫ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ। ନଗଦ ରାଶି ପ୍ରଦାନ କରିବା ପୂର୍ବରୁ ଗ୍ରାହକଙ୍କୁ କିଣାକିଣି କରିଥିବାର ପ୍ରମାଣ ଦେଖାଇବାକୁ ପଡ଼ିବ। ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ବରିଷ୍ଠ ଉପସଭାପତି ଏବଂ ବ୍ରାଣ୍ଡ୍‌ ଆଣ୍ଡ୍‌ ଷ୍ଟ୍ରାଟେଜି ଇନ୍‌ସାଇଟ୍‌ସ ମୁଖ୍ୟ ମେହେରନୋସ୍‌ ପିଠାୱାଲା କହିଛନ୍ତି, ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ରେ ଆମେ ଅନୁଭବକୁ ଅନ୍‌ଲକ୍‌ କରିବାର ଏକ ଲକ୍ଷ୍ୟ ପଥରେ ରହିଛୁ, ଯାହା ଗ୍ରାହକଙ୍କୁ ଯୋଡ଼ିବ ଏବଂ ବିଶ୍ୱସନୀୟତା ଗଠନ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ଆମେ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହଁୁଛୁ। ମହାମାରୀ ପରେ ବଜାର ଖୋଲିଥିବାରୁ ଏହି ଉତ୍ସବ ଋତୁରେ ପାରମ୍ପରିକ ଉତ୍ସବ ନିଶ୍ଚିତ ଫେରିଥିବା ଆମେ ହୃଦୟଙ୍ଗମ କରୁଛୁ। ଏହି ଅଫର ସହ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌, ଗୋଦ୍‌ରେଜ୍‌ ଲକ୍‌ସ, ଗୋଦ୍‌ରେଜ୍‌ ସିକ୍ୟୁରିଟି ସଲ୍ୟୁସନ୍ସ ଓ ଗୋଦ୍‌ରେଜ୍‌ ଇଣ୍ଟେରିଓରେ ପ୍ରଦାନ କରୁଥିବା ବିଭିନ୍ନ ବର୍ଗକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri