ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ୧୨୫ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୧୫।୧୦: ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହ ଚଳିତ ଉତ୍ସବ ଋତୁ ଏବଂ ୧୨୫ତମ ପୂର୍ତ୍ତି ଉତ୍ସବକୁ ପାଳନ କରାଯାଉଛି। ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ଜିତିପାରିବେ। ସେହିଭଳି ଏହାର ଗ୍ରାହକମାନେ ଆକର୍ଷଣୀୟ ଅଫର ଜରିଆରେ ବିଭିନ୍ନ ପ୍ରକାର ଅଭିନବ ଏବଂ ନୂଆ ଉପତ୍ାଦକୁ କିଣିବାର ସୁଯୋଗ ମଧ୍ୟ ପାଇବେ। ଏହା ସହିତ ସେମାନେ ଏକ ଲକି ଡ୍ରରେ ଅଂଶଗ୍ରହଣ କରିବେ। ପ୍ରତିଦିନ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗଦ ରାଶି ଜିତିବାର ସୁଯୋଗ ରହିଛି। ଦୈନିକ ୧୨୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ନଗର ରାଶି ପୁରସ୍କାର ଦିଆଯିବ। ଏହି ଅଫର ୨୦୨୨ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବୈଧ ରହିବ। ଗ୍ରାହକମାନେ ଗୋଦ୍‌ରେଜ୍‌ ଡଟ୍‌ କମ୍‌ରେ ପ୍ରବେଶକରି ୧୨୫ ଲକି ଡ୍ର’ ବିଭାଗରେ ନିଜକୁ ଲକି ଡ୍ର’ ପାଇଁ ପଞ୍ଜୀକରଣ କରିପାରିବେ। ୨୦୨୨ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୮ଟାରେ ୧୨୫ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ। ନଗଦ ରାଶି ପ୍ରଦାନ କରିବା ପୂର୍ବରୁ ଗ୍ରାହକଙ୍କୁ କିଣାକିଣି କରିଥିବାର ପ୍ରମାଣ ଦେଖାଇବାକୁ ପଡ଼ିବ। ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ବରିଷ୍ଠ ଉପସଭାପତି ଏବଂ ବ୍ରାଣ୍ଡ୍‌ ଆଣ୍ଡ୍‌ ଷ୍ଟ୍ରାଟେଜି ଇନ୍‌ସାଇଟ୍‌ସ ମୁଖ୍ୟ ମେହେରନୋସ୍‌ ପିଠାୱାଲା କହିଛନ୍ତି, ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ରେ ଆମେ ଅନୁଭବକୁ ଅନ୍‌ଲକ୍‌ କରିବାର ଏକ ଲକ୍ଷ୍ୟ ପଥରେ ରହିଛୁ, ଯାହା ଗ୍ରାହକଙ୍କୁ ଯୋଡ଼ିବ ଏବଂ ବିଶ୍ୱସନୀୟତା ଗଠନ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ଆମେ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହଁୁଛୁ। ମହାମାରୀ ପରେ ବଜାର ଖୋଲିଥିବାରୁ ଏହି ଉତ୍ସବ ଋତୁରେ ପାରମ୍ପରିକ ଉତ୍ସବ ନିଶ୍ଚିତ ଫେରିଥିବା ଆମେ ହୃଦୟଙ୍ଗମ କରୁଛୁ। ଏହି ଅଫର ସହ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌, ଗୋଦ୍‌ରେଜ୍‌ ଲକ୍‌ସ, ଗୋଦ୍‌ରେଜ୍‌ ସିକ୍ୟୁରିଟି ସଲ୍ୟୁସନ୍ସ ଓ ଗୋଦ୍‌ରେଜ୍‌ ଇଣ୍ଟେରିଓରେ ପ୍ରଦାନ କରୁଥିବା ବିଭିନ୍ନ ବର୍ଗକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri