Posted inଜାତୀୟ

୭ ରାଜ୍ୟର ପଞ୍ଚାୟତ ବିକାଶ ପାଇଁ ୧୨୧୩ କୋଟି ମଞ୍ଜୁରୀ, ଓଡ଼ିଶାକୁ ୮୮.୭୩ କୋଟି…

ନୂଆଦିଲ୍ଲୀ, ୨୪।୮ : ଆସନ୍ତା ଚାରି ବର୍ଷ ମଧ୍ୟରେ ସାରା ଦେଶରେ ପଞ୍ଚାୟତର ବିକାଶ ପାଇଁ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଅନ୍ତର୍ଗତ କେନ୍ଦ୍ର ସରକାର ଏହା ସହ ଜଡିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ କେନ୍ଦ୍ର ସରକାର ୩,୭୦୦ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୨.୨୧୧ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଲକ୍ଷ୍ୟ ହାସଲ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଓଡିଶା, ସିକ୍କିମ ଏବଂ ତ୍ରିପୁରା ଆଦି ସାତଟି ରାଜ୍ୟର ଚଳିତ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ୧,୨୧୩.୫୭ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛି।

ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନର କେନ୍ଦ୍ରୀୟ ସଶକ୍ତିକରଣ କମିଟି (ସିଇସି)ର ସଚିବ ପଞ୍ଚାୟତିରାଜ ସୁନୀଲ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ, ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ କେନ୍ଦ୍ର ଦ୍ୱାରା ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ପାଇଁ ୫,୯୧୧ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ପ୍ରସ୍ତାବିତ କାର୍ଯ୍ୟ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିବା ପରେ କମିଟି କିଛି ସର୍ତ୍ତ ସହିତ ଅନୁମୋଦନ କରିଛି। ସର୍ତ୍ତ ପୂରଣ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି ।

ଉତ୍ତରପ୍ରଦେଶର ୯୭୩ଟି ପଞ୍ଚାୟତ କୋଠାର କାର୍ଯ୍ୟ ଶେଷ ହେବା ସହିତ ରାଜ୍ୟରେ ୪୬୧୨ଟି ସିଏସସିି ସ୍ଥାପନ କରାଯିବ। ସମସ୍ତ ୭୫ ଟି ଜିଲାରେ ପଞ୍ଚାୟତ ଶିକ୍ଷା କେନ୍ଦ୍ର ସ୍ଥାପନ କରିବାର ଯୋଜନା ରହିଛି। କମ୍ପ୍ୟୁଟର, ଆସେସୋରିଜ ସହିତ ରାଜ୍ୟ, ବ୍ଲକ ଏବଂ ଜିଲା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ମଧ୍ୟ ପ୍ରତିଷ୍ଠା କରାଯିବ। ଉତ୍ତରାଖଣ୍ଡରେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ୧୦୦ ନୂତନ ପଞ୍ଚାୟତ କୋଠା ଏବଂ ସିଏସସି, ଗୋଟିଏ ରାଜ୍ୟ ସ୍ତରୀୟ, ୧୩ ଜିଲା ସ୍ତରୀୟ ଏବଂ ୯୫ ବ୍ଲକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ସ୍ଥାପନ କରାଯିବ। ୫୦୦ଟି ପଞ୍ଚାୟତ ଭବନ ଏବଂ ୧୧୦୬ ସିଏସସି ନିର୍ମାଣ କାର୍ଯ୍ୟ ସମାପ୍ତ କରାଯିବ। ଜମ୍ମୁ-କଶ୍ମୀରରେ ରାଜ୍ୟ, ଜିଲା ଏବଂ ବ୍ଲକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ ପ୍ରତିଷ୍ଠା ହେବ।

ଏହି ଯୋଜନା ଅନ୍ତର୍ଗତ ପଞ୍ଚାୟତିରାଜ ଅନୁଷ୍ଠାନ ସହିତ ଜଡିତ ପ୍ରତିନିଧିମାନଙ୍କୁ ତାଲିମ ଦିଆଯିବ। ତାଲିମ ପାଇଁ ନୂତନ ମଡ୍ୟୁଲଗୁଡିକ ବିକଶିତ ହୋଇଛି। ପଞ୍ଚାୟତ ପାଇଁ ଭିତ୍ତିଭୂମି ଏବଂ ଆବଶ୍ୟକ ସମ୍ବଳ ଉପଲବ୍ଧ ହେବ। ଏହା ସହିତ ରାଜ୍ୟଗୁଡ଼ିକର ପ୍ରସ୍ତାବ ଅନୁଯାୟୀ ନୂତନ ପଞ୍ଚାୟତ ଗୃହ ନିର୍ମାଣ, ସିଏସସି ଗଠନ, ଦକ୍ଷତା ବିକାଶ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି।

ଏଥିରେ ଉତ୍ତରପ୍ରଦେଶ ପାଇଁ ୫୧୪.୬୯ କୋଟି, ଉତ୍ତରାଖଣ୍ଡ ପାଇଁ ୧୧୬.୭୧ କୋଟି, ହିମାଚଳ ପ୍ରଦେଶ ପାଇଁ ୧୯୪.୬୦, ଜମ୍ମୁ-କଶ୍ମୀର ଲାଗି ୨୩୪.୮୨ କୋଟି, ଓଡିଶା ନିମନ୍ତେ ୮୮.୭୩ କୋଟି, ସିକିମ ପାଇଁ ୨୮. ୨୯ କୋଟି ଏବଂ ତ୍ରିପୁରା ଲାଗି ୩୫.୭୩ କୋଟି ଟଙ୍କା ମଞ୍ଜୁର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri