Posted inଜାତୀୟ

୭ ରାଜ୍ୟର ପଞ୍ଚାୟତ ବିକାଶ ପାଇଁ ୧୨୧୩ କୋଟି ମଞ୍ଜୁରୀ, ଓଡ଼ିଶାକୁ ୮୮.୭୩ କୋଟି…

ନୂଆଦିଲ୍ଲୀ, ୨୪।୮ : ଆସନ୍ତା ଚାରି ବର୍ଷ ମଧ୍ୟରେ ସାରା ଦେଶରେ ପଞ୍ଚାୟତର ବିକାଶ ପାଇଁ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଅନ୍ତର୍ଗତ କେନ୍ଦ୍ର ସରକାର ଏହା ସହ ଜଡିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ କେନ୍ଦ୍ର ସରକାର ୩,୭୦୦ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୨.୨୧୧ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଲକ୍ଷ୍ୟ ହାସଲ ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଓଡିଶା, ସିକ୍କିମ ଏବଂ ତ୍ରିପୁରା ଆଦି ସାତଟି ରାଜ୍ୟର ଚଳିତ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ୧,୨୧୩.୫୭ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛି।

ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନର କେନ୍ଦ୍ରୀୟ ସଶକ୍ତିକରଣ କମିଟି (ସିଇସି)ର ସଚିବ ପଞ୍ଚାୟତିରାଜ ସୁନୀଲ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ, ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ କେନ୍ଦ୍ର ଦ୍ୱାରା ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ପାଇଁ ୫,୯୧୧ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ପ୍ରସ୍ତାବିତ କାର୍ଯ୍ୟ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିବା ପରେ କମିଟି କିଛି ସର୍ତ୍ତ ସହିତ ଅନୁମୋଦନ କରିଛି। ସର୍ତ୍ତ ପୂରଣ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି ।

ଉତ୍ତରପ୍ରଦେଶର ୯୭୩ଟି ପଞ୍ଚାୟତ କୋଠାର କାର୍ଯ୍ୟ ଶେଷ ହେବା ସହିତ ରାଜ୍ୟରେ ୪୬୧୨ଟି ସିଏସସିି ସ୍ଥାପନ କରାଯିବ। ସମସ୍ତ ୭୫ ଟି ଜିଲାରେ ପଞ୍ଚାୟତ ଶିକ୍ଷା କେନ୍ଦ୍ର ସ୍ଥାପନ କରିବାର ଯୋଜନା ରହିଛି। କମ୍ପ୍ୟୁଟର, ଆସେସୋରିଜ ସହିତ ରାଜ୍ୟ, ବ୍ଲକ ଏବଂ ଜିଲା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ମଧ୍ୟ ପ୍ରତିଷ୍ଠା କରାଯିବ। ଉତ୍ତରାଖଣ୍ଡରେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ୧୦୦ ନୂତନ ପଞ୍ଚାୟତ କୋଠା ଏବଂ ସିଏସସି, ଗୋଟିଏ ରାଜ୍ୟ ସ୍ତରୀୟ, ୧୩ ଜିଲା ସ୍ତରୀୟ ଏବଂ ୯୫ ବ୍ଲକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ସ୍ଥାପନ କରାଯିବ। ୫୦୦ଟି ପଞ୍ଚାୟତ ଭବନ ଏବଂ ୧୧୦୬ ସିଏସସି ନିର୍ମାଣ କାର୍ଯ୍ୟ ସମାପ୍ତ କରାଯିବ। ଜମ୍ମୁ-କଶ୍ମୀରରେ ରାଜ୍ୟ, ଜିଲା ଏବଂ ବ୍ଲକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ ପ୍ରତିଷ୍ଠା ହେବ।

ଏହି ଯୋଜନା ଅନ୍ତର୍ଗତ ପଞ୍ଚାୟତିରାଜ ଅନୁଷ୍ଠାନ ସହିତ ଜଡିତ ପ୍ରତିନିଧିମାନଙ୍କୁ ତାଲିମ ଦିଆଯିବ। ତାଲିମ ପାଇଁ ନୂତନ ମଡ୍ୟୁଲଗୁଡିକ ବିକଶିତ ହୋଇଛି। ପଞ୍ଚାୟତ ପାଇଁ ଭିତ୍ତିଭୂମି ଏବଂ ଆବଶ୍ୟକ ସମ୍ବଳ ଉପଲବ୍ଧ ହେବ। ଏହା ସହିତ ରାଜ୍ୟଗୁଡ଼ିକର ପ୍ରସ୍ତାବ ଅନୁଯାୟୀ ନୂତନ ପଞ୍ଚାୟତ ଗୃହ ନିର୍ମାଣ, ସିଏସସି ଗଠନ, ଦକ୍ଷତା ବିକାଶ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି।

ଏଥିରେ ଉତ୍ତରପ୍ରଦେଶ ପାଇଁ ୫୧୪.୬୯ କୋଟି, ଉତ୍ତରାଖଣ୍ଡ ପାଇଁ ୧୧୬.୭୧ କୋଟି, ହିମାଚଳ ପ୍ରଦେଶ ପାଇଁ ୧୯୪.୬୦, ଜମ୍ମୁ-କଶ୍ମୀର ଲାଗି ୨୩୪.୮୨ କୋଟି, ଓଡିଶା ନିମନ୍ତେ ୮୮.୭୩ କୋଟି, ସିକିମ ପାଇଁ ୨୮. ୨୯ କୋଟି ଏବଂ ତ୍ରିପୁରା ଲାଗି ୩୫.୭୩ କୋଟି ଟଙ୍କା ମଞ୍ଜୁର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri