ମା’ ତାରାଦେବୀଙ୍କ ଯାତ୍ରା ୮ମ ଦିନରେ: ୬ ସାହିରେ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୨୭ା୫-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ରବିବାର ଅଷ୍ଟମ ଦିବସରେ ପହଞ୍ଚିଛି। ଛୁଟିଦିନ ଥିବାରୁ ଅସ୍ଥାୟୀ ପୀଠରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ମା’ ଦିନ ତମାମ ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଘଟ ପରିକ୍ରମା ହୋଇଥିଲା। ୬ ସାହିରେ ମା’ଙ୍କ ଘଟ ପରିକ୍ରମା କରିଥିଲା।
ମା’ଙ୍କ ୧୦୮ ଆଳତି ଅନୁଷ୍ଠିତ ହୋଇଥିଲା। ଆଳତି ଦେଖିବାକୁ ଅସ୍ଥାୟୀ ପୀଠ ରଘୁନାଥ ମଠ ସାହିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
ଏହାପରେ ଅସ୍ଥାୟୀ ପୀଠରୁ ଏକ ବିରାଟ ପଟୁଆରରେ ଘଟ ଶୋଭାଯାତ୍ରା ବାହାରିଥିଲା। ମା’ ତାରାଦେବୀଙ୍କ ବାପା କୁହାଯାଉଥିବା ଦେଶୀବେହେରା କୁନା ସାବତ ମୁଖ୍ୟଘଟକୁ ମୁଣ୍ଡାଇ ଥିବା ବେଳେ ବାଦ୍ୟ, ବାଜଣା, ଢୋଲ, ମହିଳାଙ୍କ ହୁଳହୁଳି ନାଦରେ ଅସ୍ଥାୟୀ ପୀଠ ଦୁଲୁକିଥିଲା। ଶୋଭାଯାତ୍ରାରେ ଘଟ ପ୍ରଥମେ ରାଜା ଭାଗବତ ପ୍ରସାଦ ସିଂ ଦେଓଙ୍କ ବାସଭବନକୁ ଯାଇଥିଲା ା
ସେଠାରେ ପୂଜାର୍ଚ୍ଚନା ପରେ ପୂର୍ବ ଆଡୁଆ ସାହି ଦେଇ ଦକ୍ଷିଣ ରେଡିକା ସାହିକୁ ଯାଇଥିଲା। ସେଠାରୁ ଜଗନ୍ନାଥ ମନ୍ଦିର, ଉଷାକୁଠି ମନ୍ଦିର ଛକ ହୋଇ ଉତ୍ତର ରେଡିକା ସାହି, ଦଣ୍ଡାସି ସାହି ପରିକ୍ରମା କରିଥିଲା।ଏହାପରେ ହାଇସ୍କୁଲ ଛକଠାରୁ ବାପୁଜୀ ନଗର, ତଳ ଦଣ୍ଡାସୀ ସାହି ଦେଇ ପୁଣି ପୂର୍ବ ଆଡୁଆ ସାହି, ବ୍ରହ୍ମଣ ସାହି ହୋଇ ଅସ୍ଥାୟୀ ପୀଠକୁ ମା’ଙ୍କ ଘଟ ଫେରିଥିଲା। ବିଭିନ୍ନ ସାହିରେ ମହିଳାମାନେ ନିଜ ଘର ସମ୍ମୁଖରେ ଜଳକୁମ୍ଭ ରଖିବା ସହ ମୁଖ୍ୟଘଟଧାରୀଙ୍କ ପାଦରେ ହଳଦୀ ଓ କର୍ପୂର ମିଶା ପାଣି ଢାଳି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ହାଲୁଆ ଭୋଗ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri