୧୨୦ ପାକ୍ସ, ୩୮ଏସ୍‌ଏଚ୍‌ଜି କରିବେ ଧାନ ସଂଗ୍ରହ

ଯାଜପୁର ଟାଉନ,୨୫ା୧୧(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ସମ୍ମିଳନୀ ଗୃହରେ ୨୦୨୨-୨୩ ବର୍ଷ ଖରିଫ୍‌ ଋତୁ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଏବଂ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଉପସ୍ଥିତ ଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ କହିଥିଲେ, ଚଳିତ ବର୍ଷ ଜିଲାରେ ଅଧିକ ଧାନ ଉପତ୍ାଦନ ନେଇ ସୂଚନା ମିଳିଛି। ଏଣୁ ୨୦୨୩ ଜାନୁୟାରୀ ୪ରୁ ଜିଲାରେ ଧାନ ମଣ୍ଡିମାନ ଖୋଲାଯାଇ ଧାନ କିଣା ଆରମ୍ଭ କରାଯିବ। ଚଳିତ ବର୍ଷ ଜିଲାରେ ୧୨୦ଟି ପାକ୍ସ ଏବଂ ୩୮ ଏସ୍‌ଏଚ୍‌ଜି ମହିଳାଙ୍କ ମାଧ୍ୟମରେ ୮,୬୫,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଚଳିତ ବର୍ଷ ୫୩.୮୪୯ ଚାଷୀ ପଞ୍ଜିକୃତ କରିଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଛି। ବିଧାୟକ ବଳ କହିଥିଲେ, ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ସର୍ବ ନିମ୍ନ ସୁବିଧା ଯୋଗାଇ ଦେବା ସହ ମଣ୍ଡିରେ ଟେଣ୍ଟ୍‌, ପାଣି, ଆଲୋକ ଆଦି ବ୍ୟବସ୍ଥା କରିବା ଦରକାର। ଟୋକନ୍‌ ପାଇଥିବା ଚାଷୀ ଯେପରି ଧାନ ବିକ୍ରୟରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଧାୟକ ବଳ ପରାମର୍ଶ ଦେଇଛନ୍ତି। ଧାନ ସଂଗ୍ରହର ଅତିରିକ୍ତ ଲକ୍ଷ୍ୟ ପୂରଣ ଦିଗରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ମିଲରଙ୍କୁ ଆଗୁଆ ଜଣାଇବାକୁ ସମବାୟ ସମିତି ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆର୍‌ଏମ୍‌ସି ସଚିବଙ୍କୁ ପ୍ରତ୍ୟେକ ସେଣ୍ଟରର ସୁବ୍ୟବସ୍ଥା ପାଇଁ ପରାମର୍ଶ ଦେବା ସହ ପୂର୍ବ ବର୍ଷ ଧାନ ସଂଗ୍ରହ ସମୟରେ ଯାହା ସମସ୍ୟା ରହିଥିଲା ତାହା ଦୂରୀକରଣ କରିବାକୁ ଯତ୍ନବାନ ହେବେ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି।
ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ଯେଉଁ ମିଲର ୨୦୨୧-୨୨ ଆର୍ଥିକ ବର୍ଷର ଧାନ ସଂଗ୍ରହ କରିଥିଲେ, ସେମାନେ ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କରିବାକୁ ଯୋଗ୍ୟ ବିବେଚିତ ହେବେ। ଜିଲାରେ ଧାନ ସଂଗ୍ରହକୁ ସୁଗମ ତଥା ବ୍ୟବସ୍ଥିତ କରିବାକୁ ଅତିରିକ୍ତ ଜିଲାପାଳ ମଲ୍ଲିକଙ୍କୁ ଜିଲା ନୋଡାଲ ଅଫିସର ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଜିଲାର ୧୦ ବ୍ଲକ୍‌ ଓ ୨ ସହରାଞ୍ଚଳରେ ତହସିଲଦାରମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଉପଖଣ୍ଡ ସ୍ତରରେ ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ଏଥିରେ ଉପଜିଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ, ମେମ୍ବର କନ୍‌ଭେନର ରହିଥିବା ବେଳେ ଜିଲା କୃଷି ଅଧିକାରୀ, ଉପନିବନ୍ଧକ, କୋଅପରେଟିଭ ସୋସାଇଟି, ଜିଲା ସମାଜ ମଙ୍ଗଳ ଅଧିକାରୀ, କମିଟିର ସଦସ୍ୟ ରହିଛନ୍ତି। ପ୍ରାରମ୍ଭରେ ଜିଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପିପିଟି ମାଧ୍ୟମରେ ଚଳିତ ବର୍ଷର ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ମିଲର, ଚାଷୀ ଏବଂ ଜିଲା ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri