ଓ୍ବାଶିଂଟନ,୩୦।୪ : ଆମେରିକା ସେନା ଏହାର ସମସ୍ତ ବିମାନ ଚଳାଚଳ ୟୁନିଟକୁ ଗ୍ରାଉଣ୍ଡ କରିଛି। ଗୋଟିଏ ମାସରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ମାର୍ଚ୍ଚରେ ବ୍ଲାକ ହକ ଏବଂ ପରେ ଆପାଚେ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରତିରକ୍ଷା ବିଭାଗ ଚିନ୍ତାରେ ପଡ଼ିଛି। ଗତ ମାସରେ ଆଲାସ୍କା ଏବଂ କେଣ୍ଟୁକିରେ ହେଲିକପ୍ଟର ଦୁର୍ଘଟଣାରେ ସୈନିକଙ୍କ ମୃତ୍ୟୁ ଘଟୀଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକମାନେ ଟ୍ରେନିଂ ନେଉଥିଲେ। ତୁରନ୍ତ ପ୍ରଭାବ ସହିତ ହେଲିକପ୍ଟର ୟୁନିଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ଏଏଚ-୬୪ଆପାଚେ ଆକ୍ରମଣ ହେଲିକପ୍ଟର, ଯାହା ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରୁଛି।
ଆମେରିକାର ସେନାର ମୁଖପାତ୍ର ଥିବା ଲ୍ୟୁଟନାଟ କର୍ନେଲ ଟେରେନ୍ସ କେଲି କହିଛନ୍ତି , ଟ୍ରେନିଂ ଶେଷ ନ ହେବା ପର୍ଯ୍ୟନ୍ତ ୟୁନିଟ ଗୁଡିକୁ ଗ୍ରାଉଣ୍ଡ କରାଯାଉଛି। ସକ୍ରିୟ ଡ୍ୟୁଟି ୟୁନିଟ ପାଇଁ ତାଲିମ ମେ ୧ ରୁ ମେ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନ୍ୟାଶନାଲ ଗାର୍ଡ ଏବଂ ରିଜର୍ଭ ୟୁନିଟ ଗୁଡିକ ବର୍ତ୍ତମାନ ତାଲିମ ଶେଷ କରିବାକୁ ମେ ୩୧ପର୍ଯ୍ୟନ୍ତ ସମୟ ପାଇବେ । ସେନା ପକ୍ଷରୁ କୁହାଯାଇଛି , ଗୁରୁତ୍ୱପୂର୍ଣ୍ଣ ମିଶନରେ ଅଂଶଗ୍ରହଣ କରୁଥିବା ସୈନିକମାନଙ୍କ ବ୍ୟତୀତ ଅନ୍ୟ ସୈନିକମାନେ ତାଲିମ ଶେଷ ନ କରିବା ପର୍ଯ୍ୟନ୍ତ ସେନାର ସମସ୍ତ ପାଇଲଟମାନଙ୍କୁ ବିମାନ ଚଳାଚଳ କରିବାକୁ ବାରଣ କରାଯାଇଛି।
ମାସକରେ ୧୨ ସୈନିକଙ୍କ ମୃତ୍ୟୁ: ଚିନ୍ତାରେ ଆମେରିକା, ହେଲିକପ୍ଟର ଦୁର୍ଘଟଣା ପରେ ଆଭିଏଶନ ୟୁନିଟ ସସପେଣ୍ଡ..
Posted inHome, Home Middle, ଅନ୍ତର୍ଜାତୀୟ View All
ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?
ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…
ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍…
ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…
IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…
ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…
ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ
ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!
ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…
ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ
ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…
ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍, ବଢିଲା ହଲଚଲ
ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍ପି ରାଘବ ଚଢା…
Archives

