Posted inଜାତୀୟ

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍‌ଡିଏ

ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ହୋଇଥିବାବେଳେ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।

ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୯ ମାର୍କ ହାସଲ କରିପାରିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବାବେଳେ ଜମ୍ମୁ-କଶ୍ମୀର ପାଇଁ ୪ ଆସନ ଏବଂ ୪ ମନୋନୀତ ସଦସ୍ୟ ଆସନ ଖାଲି ପଡ଼ିଥିବାରୁ ବର୍ତ୍ତମାନ ସଂଖ୍ୟା ୨୩୭ ରହିଛି। ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଭାଜପା ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶାରୁ ମମତା ମହାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ, ବହୁବର୍ଷ ହେଲା ରାଜ୍ୟ ସଭାରେ ଶାସକ ମେଣ୍ଟ ଏନ୍‌ଡିଏ ସଂଖ୍ୟାଗରିଷ୍ଠ ନ ଥିଲା। ଏହା ସତ୍ତ୍ୱେ ବିଭିନ୍ନ ସମଭାବାପନ୍ନ ଦଳର ସହଯୋଗରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରାଇ ନେଉଥିଲେ। ଏବେ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିଲ୍‌ ଗୃହୀତ କରାଇବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

ବିଦେଶରେ ଭାରତୀୟ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ମସ୍କୋ,୮।୨: ଋଷର ବାଶକୋର୍ଟୋସ୍ତାନ ଗଣରାଜ୍ୟରେ ଶନିବାର ବିଦେଶୀ ଛାତ୍ରଙ୍କ ପାଇଁ ଏକ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛୁରୀ ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସମେତ ଛଅ ଜଣ…

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri