Posted inଜାତୀୟ

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍‌ଡିଏ

ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ହୋଇଥିବାବେଳେ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।

ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୯ ମାର୍କ ହାସଲ କରିପାରିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବାବେଳେ ଜମ୍ମୁ-କଶ୍ମୀର ପାଇଁ ୪ ଆସନ ଏବଂ ୪ ମନୋନୀତ ସଦସ୍ୟ ଆସନ ଖାଲି ପଡ଼ିଥିବାରୁ ବର୍ତ୍ତମାନ ସଂଖ୍ୟା ୨୩୭ ରହିଛି। ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଭାଜପା ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶାରୁ ମମତା ମହାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ, ବହୁବର୍ଷ ହେଲା ରାଜ୍ୟ ସଭାରେ ଶାସକ ମେଣ୍ଟ ଏନ୍‌ଡିଏ ସଂଖ୍ୟାଗରିଷ୍ଠ ନ ଥିଲା। ଏହା ସତ୍ତ୍ୱେ ବିଭିନ୍ନ ସମଭାବାପନ୍ନ ଦଳର ସହଯୋଗରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରାଇ ନେଉଥିଲେ। ଏବେ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିଲ୍‌ ଗୃହୀତ କରାଇବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Pahalgam attack: ଅପରେଟରଙ୍କ ବିଷୟରେ ସାଂଘାତିକ ଖୁଲାସା

ଶ୍ରୀନଗର, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ ଜିପଲାଇନ ଅପରେଟରଙ୍କ ଦ୍ୱାରା “ଆଲ୍ଲାହୋ ଆକବର” କହୁଥିବା ଏକ ଭିଡିଓ...

UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ

ନୂଆଦିଲ୍ଲୀ,୨୯।୪: UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଚୂଡ଼ାନ୍ତ ଫଳାଫଳ ଏପ୍ରିଲ ୨୨ରେ ଘୋଷଣା କରାଯାଇଥିଲା। ଏଥିରେ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି।...

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ, ରାଜନାଥ ସିଂହ, ଏନଏସଏ ଡୋଭାଲ ଉପସ୍ଥିତ

ନୂଆଦିଲ୍ଲୀ, ୨୯।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ, ୭ ଲୋକ କଲ୍ୟାଣ...

ଏହି ୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ର ଗତିରେ ବୃଦ୍ଧି ପାଉଛି, ଶୀର୍ଷରେ ଥିବା ଦେଶ ହେଉଛି…

ନୂଆଦିଲ୍ଲୀ, ୨୯।୪: ଭାରତ ହେଉଛି ବିଶ୍ୱର ବୃହତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି। କିନ୍ତୁ ଯଦି ଆମେ ଛୋଟ ଦେଶଗୁଡ଼ିକୁ ମଧ୍ୟ...

ସୀମା ଆରପଟୁ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର…ସେନା ସହ ଲଢ଼ିବାର କ୍ଷମତା ନାହିଁ, ହେଲେ କରୁଛି ସାଇବର ଆଟାକ୍‌

ଇସଲାମାବାଦ,୨୯।୪: ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ...

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତକୁ AT4 କ୍ଷେପଣାସ୍ତ୍ରର ପଠାଇଲା ଏହି ସହଯୋଗୀ ଦେଶ

ନୂଆଦିଲ୍ଲୀ, ୨୯।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ୱୀଡେନର ପ୍ରତିରକ୍ଷା କମ୍ପାନୀ ସାବ ଇଣ୍ଡିଆ ଭାରତୀୟ ସଶସ୍ତ୍ର ବାହିନୀକୁ AT4 ଆଣ୍ଟି-ଆର୍ମର...

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri