ନୂଆଦିଲ୍ଲୀ,୨୪।୨: ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୀତି ଅନୁଯାୟୀ ବିଦାହୋଇଥିବା ପ୍ରାୟ ୩୦୦ ବେଆଇନ ପ୍ରବାସୀ ପାନାମା ହୋଟେଲରେ ରହିଥିବାବେଳେ ସେଠାକାର କର୍ତ୍ତୃପକ୍ଷ ସେମାନଙ୍କୁ ସ୍ବଦେଶକୁ ପଠାଉଛନ୍ତି। ୪୦ ପ୍ରତିଶତ ସ୍ବେଚ୍ଛାକୃତ ପ୍ରତ୍ୟାବର୍ତ୍ତନ ପାଇଁ ରାଜି ନ ଥିବାରୁ ଜାତିସଂଘର ଏକ ସଂସ୍ଥା ସେମାନଙ୍କ ପାଇଁ ବିକଳ୍ପ ସ୍ଥାନ ଚାହିଁଛି। ବେଆଇନ ପ୍ରବାସୀଙ୍କୁ ବିତାଡ଼ିତା କରିବା ସପକ୍ଷରେ ଟ୍ରମ୍ପ୍ କହିଛନ୍ତି, ଠକ, ଧୋକାବାଜ ଏବଂ ବୈଶ୍ୱିକତାବାଦୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଅଳିଆ ସଫା କରାଯାଇଛି।


