୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌/ମସ୍କୋ(ରଏଟର୍ସ/ ଏଜେନ୍ସି),୨୪ା୨: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍‌ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍‌ ଆଟାକ୍‌ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ୟୁକ୍ରେନୀୟ ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ରୁଷିଆର ୧୩୮ ଡ୍ରୋନ୍‌କୁ ଖସାଇ ଦିଆଯାଇଥିବାବେଳେ ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ରର
ଉପଯୋଗ ଯୋଗୁ ଅନ୍ୟ ୧୧୯ଟି ରାଡାର ବାହାରକୁ ଚାଲିଯାଇଥିଲା। ରୁଷିଆ ୩ଟି ବାଲିଷ୍ଟିକ୍‌ ମିଶାଇଲ୍‌ ମଧ୍ୟ ଛାଡ଼ିଥିଲା। ଏଥିରେ ରାଜଧାନୀ କିଭ୍‌ ସମେତ ୫ଟି ଅଞ୍ଚଳର କୋଠାବାଡ଼ି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ କ୍ରିଭିୟି ରିହ୍‌ରେ ଜଣେ ବ୍ୟକ୍ତି ନିହତ ହୋଇଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେହିପରି ଓଡେସା ଅଞ୍ଚଳରେ ଏକ ଘରେ ନିଅଁା ଲାଗିଯିବାରୁ ୩ ଜଣ ଆହତ ହୋଇଛନ୍ତି। ତେବେ ଦେଶକୁ ବଡ଼ଧରଣର କ୍ଷତିରୁ ସୁରକ୍ଷା ଦେବାରେ ସଫଳତା ପାଇଁ ନିଜ ସେନାକୁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି। ଆମେରିକା ସମେତ ପାଶ୍ଚାତ୍ୟର ସହଯୋଗୀମାନେ ଏକାଠି ହେଲେ ରୁଷିଆ ବିପକ୍ଷରେ ବିଜୟ ସହ ଶାନ୍ତି ପ୍ରତିଷ୍ଠା ସମ୍ଭବ ବୋଲି ଜେଲେନ୍‌ସ୍କି କହିଛନ୍ତି।
ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍‌ ସମେତ ଅନେକ ଦେଶରେ ପୁଟିନ୍‌ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଓ୍ବାଶିଂଟନ୍‌ ଡିସିରେ ୟୁକ୍ରେନ୍‌ ସମର୍ଥକମାନେ ରାଲି କରିଛନ୍ତି। ଜେଲେନ୍‌ସ୍କି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଏକ ଅନ୍ତଃହୀନ ଯୁଦ୍ଧ ପାଇଁ ଜେଲେନ୍‌ସ୍କି ଆମେରିକୀୟଙ୍କ ଅର୍ଥ ନେଇଯିବାରେ ସକ୍ଷମ ହୋଇଛନ୍ତି ବୋଲି ଟ୍ରମ୍ପ୍‌ କରିଥିବା ତାଚ୍ଛଲ୍ୟକୁ ଅନେକ ଆମେରିକୀୟ ସମାଲୋଚନା କରିଛନ୍ତି। ଯୁଦ୍ଧରେ ୟୁକ୍ରେନ୍‌ର ଅନ୍ୟତମ ବୃହତ୍‌ ସହଯୋଗୀ ବ୍ରିଟେନ୍‌ ମସ୍କୋ ଉପରେ ଅନେକ କଟକଣା ଜାରି କରିଥିବାବେଳେ କିଭ୍‌କୁ ନିଜ ସମର୍ଥନ ଦୋହରାଇଛି। ଏଥିସହ ୨.୫ ଲକ୍ଷ ୟୁକ୍ରେନୀୟ ଶରଣାର୍ଥୀଙ୍କ ପାଇଁ ନିଜ ଦ୍ୱାର ଖୋଲିଦେଇଛି। ଓ୍ବେଷ୍ଟ ଲଣ୍ଡନ୍‌ରେ ସେଣ୍ଟ ଭୋଲୋଡିମିରଙ୍କ ପ୍ରତିମୂର୍ତ୍ତି ନିକଟରୁ ବିକ୍ଷୋଭକାରୀମାନେ ରୁଷୀୟ ଦୂତାବାସକୁ ଶୋଭାଯାତ୍ରା କରିଛନ୍ତି। ୟୁକ୍ରେନୀୟ ପତାକା ଧରି ସେମାନେ ସ୍ଲୋଗାନ ଦେଇଛନ୍ତି, ‘ୟୁକ୍ରେନ୍‌ ସମଗ୍ର ୟୁରୋପରେ ଶାନ୍ତି ଚାହୁଁଛି। ଯଦି ୟୁକ୍ରେନ୍‌ର ପତନ ଘଟେ, ତେବେ ଯୁଦ୍ଧ ତୁମ ଘରକୁ ଆସିବ।’

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ମସ୍କୋର ସମର୍ଥନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ‘ଏକଚ୍ଛତ୍ରବାଦୀ’ ଭାବେ ଅଭିହିତ କରିବା ଯଥାର୍ଥ ବୋଲି ରବିବାର ରୁଷିଆ ସରକାର ସମର୍ଥନ କରିଛନ୍ତି। ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଟ୍ରମ୍ପ୍‌ ତାଙ୍କୁ ‘ବିନା ନିର୍ବାଚନରେ ଏକଚ୍ଛତ୍ରବାଦୀ’ ଆଖ୍ୟା ଦେଇଥିଲେ। ଏହାର ଜବାବରେ ଜେଲେନ୍‌ସ୍କି କହିଥିଲେ, ଟ୍ରମ୍ପ୍‌ ରୁଷିଆ ଦ୍ୱାରା ସୃଷ୍ଟି କରାଯାଇଥିବା ଅପପ୍ରଚାରକୁ ନେଇ ଚଳୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଅବୁଝା ନୁହେଁ ବୋଲି କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି।

ରୁଷିଆ ଦଖଲରେ ୟୁକ୍ରେନ୍‌ର ୩୫୦ ବିଲିୟନ୍‌ ଡଲାର

ଯୁଦ୍ଧକୁ ୩ ବର୍ଷ ପୂରିଥିବାବେଳେ ଇତିମଧ୍ୟରେ ରୁଷିଆ ୟୁକ୍ରେନ୍‌ର ପ୍ରାୟ ୩୫୦ ବିଲିୟନ୍‌ ଡଲାର ମୂଲ୍ୟର ସମ୍ବଳକୁ କବ୍‌ଜା କରି ରଖିଛି। ଚାଷ ଜମିଠୁ ନେଇ ପ୍ରାକୃତିକ ବାଷ୍ପ ଓ ତୈଳ ଭଳି ଶକ୍ତି ଉତ୍ସ, ଆଣବିକ କେନ୍ଦ୍ର, ଖଣିଜ ସମ୍ପଦ ଆଦି ଏଥିରେ ଅନ୍ତର୍ଭୁକ୍ତ। ରବିବାର କିଭ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ୟୁଲିଆ ସିର୍ୟିଡେଙ୍କୋ ଏହି ସୂଚନା ଦେଇଛନ୍ତି।

ଓ୍ବାଶିଂଟନ୍‌ ଯିବେ ମାକ୍‌ରଁ, ଷ୍ଟର୍ମର

ୟୁକ୍ରେନ୍‌ଠାରୁ ମୁହଁ ଫେରାଇ ରୁଷିଆମୁହଁା ହୋଇଥିବା ଆମେରିକାକୁ ବୁଝାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଓ୍ବାଶିଂଟନ୍‌ ଗସ୍ତ କରିବେ। ଆମେରିକା ଓ ୟୁରୋପ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଆସିଥିବା ଷ୍ଟର୍ମର ରବିବାର ଗ୍ଲାସ୍‌ଗୋରେ ଆୟୋଜିତ ଏକ ସମ୍ମିଳନୀରେ କହିଛନ୍ତି, ରକ୍ତପାତ ଜାରି ରହୁ ବୋଲି କେହି ଚାହାନ୍ତି ନାହିଁ। କିନ୍ତୁ ୟୁକ୍ରେନ୍‌କୁ ବାଦ୍‌ ଦେଇ କୌଣସି ଶାନ୍ତି ଚୁକ୍ତି କରାଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?