ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ ଧାନମଣ୍ଡିରେ ପହଞ୍ଚତ୍ଲେ ଫେରସ୍ତ ସହ ସାଧାରଣ ମୌଳିକ ସୁବିଧା ଯୋଗାଇଦେବାରେ ସରକାର ବିଫଳ। ସାଟେଲାଇଟ୍‌ ଜମି ସର୍ଭେରେ ତ୍ରୁଟି ଯୋଗୁ ବହୁ ଚାଷୀ ଧାନ ବିକ୍ରି ସୁଯୋଗରୁ ବଞ୍ଚତ୍ତ ହେଉଥିବା ଏଭଳି ଅଭିଯୋଗକରି ବିଜେଡି ରାସ୍ତାକୁ ଓହ୍ଲାଇଛି। ନବରଙ୍ଗପୁର ଜିଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲାର ୭ ବ୍ଲକ୍‌ରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସମୟରେ ଜିଲାରେ ଚକ ଅଖ ବନ୍ଦ ଥିଲା। ଶତାଧିକ ବିଜେଡି ନେତା ଓ କର୍ମୀଙ୍କ ସମେତ ହଜାର ହଜାର ଚାଷୀ ଆନ୍ଦୋଳନକୁ ସମର୍ଥନକରି ଏଥିରେ ସାମିଲ ହୋଇଥିଲେ। କିନ୍ତୁ ଅତ୍ୟାବଶ୍ୟକ ପରିବହନ ବ୍ୟବସ୍ଥା ଚାଲିଥିଲା। ସେହିଭଳି ଦୋକାନ, ବଜାର ଓ ସାପ୍ତାହିକ ହାଟକୁ ବନ୍ଦରୁ ବାଦ୍‌ ଦିଆଯାଇଥିବା କାରଣରୁ ବଜାରରେ କାରବାର ସ୍ବାଭାବିକ ଥିଲା। ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ପରିସଭୁକ୍ତ କରାଯାଇ ନ ଥିବାରୁ ସେସବୁ ସ୍ବାଭାବିକ ଭାବେ ଖୋଲା ରହିଥିଲା।
ନବରଙ୍ଗପୁର ଜିଲା ବିଜେଡି ସଭାପତି ରନ୍ଧାରୀ, ପୂର୍ବତନ ଏମ୍‌ପି ମାଝୀଙ୍କ ସମେତ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ଉମରକୋଟ ବିଧାୟକ ସୁବାସ ଗଣ୍ଡ, ବିଧାୟିକା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ ଓ ନବୀନା ନାୟକ, ବଦ୍ରିନାରାୟଣ ସିଂ, ଜିଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ପୌରାଧ୍ୟକ୍ଷା ସୌମ୍ୟା ମହାପାତ୍ର, ଅବିଭକ୍ତ କୋରାପୁଟ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ଭୀମ ହରିଜନ ଓ ସରୋଜ ପାତ୍ରଙ୍କ ସମେତ ସମସ୍ତ କାଉନସିଲର ଓ ଶତାଧିକ ଦଳୀୟ ନେତା ଓ କର୍ମୀ ୨୬ ନମ୍ବର ଜାତୀୟ ରାଜପଥର ମାଝୀଗୁଡ଼ା, ଚାଉଁରିଆଗୁଡ଼ା ଓ ମା’ ଭଣ୍ଡାରଘରଣୀ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ସେହିଭଳି ଅପରାହ୍ନ ୧ଟାରେ ଦଳୀୟ ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଭାଜପା ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରିଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଲିଖିତ ଭାବେ ଆନ୍ଦୋଳନକାରୀଙ୍କୁ ଜଣାଇଲେ, ସୋସାଇଟିକୁ ମିଲ୍‌ ମାଲିକମାନେ ଅଖାବସ୍ତା ଯୋଗାଇ ଦେବେ। ଚାଷୀମାନେ ଅଖା ନେବେ ଓ ଏଫ୍‌ଏକ୍ୟୁ ଧାନ ଦେଲେ କଟ୍‌ନିଛଟ୍‌ନି ହେବ ନାହିଁ। ପ୍ରତିଦିନ ୪ ହଜାର କୁଇଣ୍ଟାଲ ଧାନ ମଣ୍ଡିରୁ ଉଠିବ। ଏଥିସହ ଚାଷୀଙ୍କୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କଡ଼ାକଡ଼ି କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି। ମହିଳା, ଯୁବ, ଛାତ୍ର ଓ କୃଷକ ସଙ୍ଗଠନ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ଆନ୍ଦୋଳନରେ ବିଜେଡି ନେତା ଉତ୍ତମ ତ୍ରିପାଠୀ, ସୁମିତ ପାଳ, ଦିଲୁ ପଣ୍ଡା, ସୀମାଞ୍ଚଳ ପାଢ଼ୀ, ସଞ୍ଜୟ ନାୟକ, ନଗର ସଭାପତି ପ୍ରମୋଦ ରଥ, ଜିଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ଦୟାନିଧି ବିଷୋୟୀ, ପ୍ରଣତୀ ତ୍ରିପାଠୀ, କାମିନୀ ପାଢ଼ୀ, ନୀଳମାଧବ ପାତ୍ର ପ୍ରମୁଖ ସାମିଲଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ କାହାକୁ ମିଳିବ ଫାଇନାଲ ଟିକେଟ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ସେମିଫାଇନାଲ ଭାରତୀୟ ଦଳର ପ୍ରାକ୍ଟିସ୍‌ ସମୟରେ ଅଚାନକ କରାଗଲା ପରିବର୍ତ୍ତନ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ,୪।୩: ମୁମ୍ବାଇରେ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ, ଭାରତୀୟ ଦଳର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପ୍ଲେଇଂ ଇଲେଭେନରୁ ନେଟ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri