୧୨ଘଣ୍ଟିଆ ବନ୍ଦ ଡାକରା: ପାଟଣାରେ ପ୍ରଭାବ

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଡାକରାକୁ ସମର୍ଥନ ଜଣାଇ ମଙ୍ଗଳବାର ସକାଳ ୬ ଟାରୁ ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ବିଶ୍ୱ ହିନ୍ଦୁପରିଷଦ, ଆରଏସଏସ ଓ ଭାଜପା ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ସ୍କୁଲ କଲେଜ, ବ୍ୟାଙ୍କ ବନ୍ଦ କରିବା ସହ ଟାୟାର ଜାଳି ପାଟଣା ବ୍ଲକ ଛକ, ମଙ୍ଗଳପୁର ଓ ପାଟଣା ବୈତରଣି ନଦୀ ପୋଲ ନିକଟରେ ରାସ୍ତା ବନ୍ଦ କରିଛନ୍ତି । ବନ୍ଦ ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଛି। ପାଟଣା ବ୍ଲକ ଛକ ନିକଟରେ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇଛନ୍ତି ଆନ୍ଦୋଳନକାରୀ। ଫଳରେ ଯାତ୍ରୀ ମାନେ ନିଜ ନିଜ ଗନ୍ତବ୍ୟ ଯାଇ ନପାରି ହଇରାଣ ହେଉଥିବା ଦେଖିବା କୁ ମିଳିଛି।

ଏଥି ସହଏହି ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ଓ ବାଉଁଶୁଳି ଛକରେ ମଧ୍ୟ ଆନ୍ଦୋଳନ କରିଛନ୍ତିି। ଫଳରେ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ମୋଟର ଚଳାଚଳରେ ବ୍ୟାହତ ହେବା ସହ ରାଜପଥ ଉପରେ ଶହଶହ ଗାଡି ମୋଟର ଅଟକି ରହିଛି।
ଜିଲାର ବିଭିନ୍ନ ସ୍ଥାନରେ ରାହାଙ୍ଗିଆ ଓ ବାଙ୍ଗଲାଦେଶୀ ରହି ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଥିବା ସହ ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଜନଜାତି ନାବାଳିକାଙ୍କୁ ଅନୱାର ଖାନ ନାମକ ଜଣେ ଯୁବକ ବଳାତ୍କାର କରିଥିବା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି।

ପାଟଣାରେ ବିଶ୍ବହିନ୍ଦୁ ପରିଷଦ ବ୍ଲକ ସଭାପତି ସନାତନ ଦାଶ ଓ ସମ୍ପାଦକ ଡମ୍ବରୁ ଧର ମହାନ୍ତଙ୍କ ନେତୃତ୍ୱରେ ଆରଏସଏସର ବିରଞ୍ଚି ମହାନ୍ତ, ଭାଜପା ମଣ୍ଡଳ ସଭାପତି ବ୍ରଜ ବନ୍ଧୁ ସେଠୀ, ବରିଷ୍ଠ ଭାଜପା ନେତା ଯୁଗଳ କିଶୋର ଦାଶ, ଦୁର୍ଗା ଚରଣ ନାୟକ, ଦୀନବନ୍ଧୁ ମିଶ୍ର, ସୁବ୍ରତ କୁମାର ଦ୍ୱିବେଦୀ,ପ୍ରକାଶ ସେଠୀ, ଯୁଧିଷ୍ଟିର ମହାନ୍ତ, ସଞ୍ଜୟ ପଲେଇ, ଜତିନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ମହାନ୍ତ, ଯୁବ ନେତା ତାପସ ମିଶ୍ର, ଅଭିଷେକ ଦାଶ , ପ୍ରଫୁଲ୍ଲ କୁମାର ମହାନ୍ତ, ରବୀନ୍ଦ୍ର ମହାନ୍ତ, ଏସ୍‌କେ ମନ ଶୁର ପ୍ରମୁଖ ସାମିଲ ହୋଇଥିଲେ।

ସେହିଭଳି ତୁରୁମୁଙ୍ଗା ବନ୍ଦ ପାଳନରେ ଆରଏସଏସ ନେତା ମୋଚି ରାମ ସାହୁଙ୍କ ନେତୃତ୍ୱରେ ହୃଷିକେଶ ସାହୁ ତପନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri