ସମୁଦ୍ରରେ ଫସିଛନ୍ତି ୧୨ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୨୭।୮(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗର ନୂଆଗଡ଼ ଜେଟି ନିକଟରୁ ଚାରିଦିନ ତଳେ ମା’ କାଳୀ ଏବଂ ମା’ ପାର୍ବତୀ ନାମକ ଦୁଇଟି ବୋଟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ଶନିବାର ସକାଳେ ମା’ କାଳୀ ବୋଟ୍‌ ଦେବୀନଦୀ ମୁହାଣ ଠାରୁ ୩ କିମି ଏବଂ ମା’ ପାର୍ବତୀ ବୋଟ ୨କିମି ଦୂରରେ ଥିବାବେଳେ ହଠାତ ବୋଟ୍‌ଦ୍ୱୟର ଇଞ୍ଜିନ (ଗିଅର ବକ୍ସ) ଭାଙ୍ଗିଯାଇଥିଲା। ଫଳରେ ଉଭୟ ବୋଟ୍‌ ସମୁଦ୍ରରେ ଫସିରହିଛି। ୪୮ ଘଣ୍ଟା ପରେ ବି ବୋଟ୍‌ ଦୁଇଟିରେ ଥିବା ମୋଟ ୧୨ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇପାରିନାହିଁ। ସେମାନଙ୍କୁ ଉଦ୍ଧାର କରିବାକୁ ଏକ ଟ୍ରଲର ଯାଇଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ଥିବାରୁ ନିରାଶରେ ଫେରିଆସିଛି। ଏହି ଘଟଣା ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କ ପରିବାରର ଚିନ୍ତା ବଢାଇଥିବାବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ରହିଛି।
ମା’ ପାର୍ବତୀ ବୋଟରେ ବସନ୍ତ ନାୟକ, ଅଜୟ ମହାନ୍ତି, ରମେଶ ମହାନ୍ତି, ବୁଦ୍ଧେଶ୍ୱର ଦଳାଇ, ପ୍ରଭାସ ଚନ୍ଦ୍ର ସିଲ୍‌, ଶିବ ପରିଡା ରହିଥିବାବେଳେ ମା’ କାଳୀ ବୋଟରେ ଥିବା ୬କର୍ମଚାରୀଙ୍କ ନାମ ମିଳିପାରିନାହିଁ। ଦେବୀ ମୁହାଣଠାରୁ ୨ରୁ ୩ କିଲୋମିଟର ଦୂରରେ ଦୁଇଟି ବୋଟ ଥିବାବେଳେ ସେମାନେ ଆବଶ୍ୟକ ମୁତାବକ ନେଇଥିବା ଖାଦ୍ୟ ସାମଗ୍ରୀ ଖାଉଛନ୍ତି ବୋଲି ମା’ ପାର୍ବତୀ ବୋଟ୍‌ର ଡ୍ରାଇଭର ବସନ୍ତ ନାୟକ କହିଛନ୍ତି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ସରକାରଙ୍କ ଦ୍ୱାରା ନୂଆଗଡ଼ ସାମୁଦ୍ରିକ ଥାନା ସ୍ଥାପିତ ହୋଇଥିଲା। ତେବେ ଦେବୀ ମୁହାଣ ମଧ୍ୟରେ ଫସିରହିଥିବା ଦୁଇଟି ବୋଟ ସମେତ ୧୨ଜଣ କର୍ମଚାରୀଙ୍କୁ ନୂଆଗଡ଼ ସାମୁଦ୍ରିକ ଥାନା ପୋଲିସ ଉଦ୍ଧାର କରିପାରିନାହିଁ। ନୂଆଗଡ଼ ସାମୁଦ୍ରିକ ଥାନାର ମୁଖ୍ୟ ସମସ୍ୟା ହେଉଛି, ୨୦୦୮ ମସିହାର ସ୍ପିଡ୍‌ ବୋଟ ଯାହାର କ୍ଷମତା ୧୨ଟନ ବିଶିଷ୍ଟ, ତାହା କାମରେ ଲାଗୁନାହିଁ। ଦେବୀ ନଦୀ ମୁହାଣର ଅଶାନ୍ତ ସମୁଦ୍ରକୁ ଯାଇ ଉଦ୍ଧାର କରିପାରି ନାହିଁ। ଜୀବନ ସହ ସଂଗ୍ରାମ କରି ଦୀର୍ଘ ୪୮ଘଣ୍ଟାରୁ ଊର୍ଦ୍ଧ୍ୱ ହେଲା। ଦେବୀ ମୁହାଣ ମଧ୍ୟରେ ୨ଟି ବୋଟ ରହିଛି। ଏଥିସହ ସମୁଦ୍ରରେ ଫସିଥିବା ମା’ ପାର୍ବତୀ ବୋଟ୍‌ର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି କଥା ହୋଇଛନ୍ତି। ସୋମବାର ସକାଳୁ ଅସ୍ତରଙ୍ଗ ସହମତ୍ସ୍ୟ ଅଧିକାରୀ ସତ୍ୟବ୍ରତ ଦାଶ ସମ୍ପୃକ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ନୂଆଗଡ଼ ଜେଟିଠାରୁ ମା’ ମଙ୍ଗଳା ଏବଂ ମା’ ଜାଡୁଆଣୀ ନାମକ ଅନ୍ୟ ଦୁଇଟି ବୋଟ୍‌ ସହ ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ନେଇ ଦେବୀ ନଦୀ ମୁହାଣକୁ ଯାଇଥିଲେ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ସେହି ବୋଟ ଦୁଇଟି ପାଖକୁ ଯାଇପାରିଲେ ନାହିଁ ବୋଲି ସହମତ୍ସ୍ୟ ଅଧିକାରୀ ଦାଶ କହିଛନ୍ତି। ଅପରାହ୍ନରେ ଅସ୍ତରଙ୍ଗ ମତ୍ସ୍ୟବିଭାଗ ପକ୍ଷରୁ ଲାଇଫ ଜ୍ୟାକେଟ ସହ ଏକ ଟ୍ରଲର ବୋଟ୍‌ ପଠାଯାଇଛି। ଅନ୍ୟପଟେ ଉକ୍ତ ବୋଟ୍‌ ଦ୍ୱୟକୁ ଉଦ୍ଧାର କରିବା ପାଇଁ ନୂଆଗଡ଼ ସାମୁଦ୍ରିକ ଥାନା ପକ୍ଷରୁ ପାରାଦୀପ କୋଷ୍ଟଗାର୍ଡଙ୍କ ସହାୟତା ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri