ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହ ଜୀବନ ଜୀବିକା ଓ ଆମତ୍ନିର୍ଭରଶୀଳତା ଦିଗରେ ଉଲ୍ଲେଖନୀୟ ଅବଦାନ ସହ ତୃଣମୂଳସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସସ୍ମିତା ମଙ୍ଗରାଜଙ୍କୁ ଜୁରି ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ମହାରାଷ୍ଟ୍ର ସ୍ଥିତ ମନ୍‌ ଦେଶୀ ବ୍ୟାଙ୍କ୍‌ ତଥା ମନ୍‌ ଦେଶୀ ଫାଉଣ୍ଡେଶନର ଅଧ୍ୟକ୍ଷା ଚେତନା ସିହ୍ନା ମୁଖ୍ୟ ଅତିଥି ଏବଂ ୪୨ତମ ଉପ-ସେନା ପ୍ରମୁଖ ତଥା ଦିଲ୍ଲୀ ସ୍ଥିତ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲର ସଦସ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ରଣଜିତ ଓ ସସ୍ମିତାଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ଚେତନା ସିହ୍ନା କହିଥିଲେ, ପ୍ରକୃତ ପରିବର୍ତ୍ତନ ଏକ ସାହସିକ ପଦକ୍ଷେପ ସହ ଆରମ୍ଭ ହୋଇଥିବାବେଳେ ଏହି ବିନମ୍ର ନାୟକମାନଙ୍କ ଛୋଟିଆ ପ୍ରୟାସ ଗରିବ ଓ ବଞ୍ଚତ୍ିତ ଲୋକମାନଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସେହିଭଳି ବିଆଇପିଏଫ୍‌ର ସିଇଓ ତଥା ଟ୍ରଷ୍ଟି ଏବଂ ଇମ୍ଫା ସିଏସ୍‌ଆର୍‌ (ସ୍ପେଶିଆଲ ଇନିସିଏଟିଭ)ର ମୁଖ୍ୟ ଶୈଫାଳିକା ପଣ୍ଡା କହିଛନ୍ତି, ବଞ୍ଚତ୍ିତ ଲୋକମାନଙ୍କ ସେବା କରିବା ଓ ସାମାଜିକ ପରିବର୍ତ୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ ହୋଇଥିଲାବେଳେ ଶାମ୍ଭବୀ ପୁରସ୍କାର ସାମୂହିକ ବିକାଶ ନିମନ୍ତେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଦୂରଦୃଷ୍ଟି ଓ ଅଭିଳାଷକୁ ତ୍ୱରାନ୍ବିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି। ସେହିପରି ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି କହିଥିଲେ, ସାମାଜିକ ପରିବର୍ତ୍ତନକାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିବା ଅବସରରେ ଆମେ ଗୋଷ୍ଠୀମାନଙ୍କ ଉତ୍‌ଥାନ ଓ ସକାରାମତ୍କ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ କଠିନ ପରିଶ୍ରମ କରୁଥିବା ଏହି ଲୋକମାନଙ୍କ ସ୍ଥିରତା ଓ ପ୍ରତିବଦ୍ଧତାକୁ ମଧ୍ୟ ସମ୍ମାନ ଜଣାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri