Posted inRasifala

ରାଶିଫଳ: ରବିବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ
ଆଜି ଶନିଯୁକ୍ତ ଏକାଦଶ ଚନ୍ଦ୍ର ହେତୁ ବୈଷୟିକ ଅଭିବୃଦ୍ଧି ସହ ଫଳପ୍ରଦ ଆଲୋଚନା କରିବେ। ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ୍‌ ହେବେ। ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ଅଷ୍ଟମସ୍ଥ ଶୁକ୍ରଙ୍କ ଧନ ସ୍ଥାନକୁ ଦୃଷ୍ଟି ହେତୁ ବିଳାସ ଉପକରଣ କିଣିବେ। ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଭାଇ, ଭଉଣୀଙ୍କ କୌଣସି କାମ ହାସଲ ସକାଶେ ଘରେ ମତାନ୍ତର ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳଙ୍କ କର୍ମକ୍ଷେତ୍ରସ୍ଥ ହେତୁ କାମରେ ବିଘ୍ନ ଘଟିପାରେ। ପାରିବାରିକ କ୍ଷେତ୍ରରେ କୌଣସି ଦୃଢ଼ ପଦକ୍ଷେପ ନେଲେ ଝାମେଲା ଅଧିକ ବଢ଼ି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଚନ୍ଦ୍ର ଅଷ୍ଟମରେ ଶନିଯୁକ୍ତ କାରଣରୁ କୌଣସି ବ୍ୟକ୍ତି ହଇରାଣ କରିପାରନ୍ତି। କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର ବିଷୟ ହେବ। ପରିବହନ, ବ୍ୟବସାୟ ଓ ସଙ୍ଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ଧନାଧିପ ବୁଧ ବ୍ୟୟାଷ୍ଟମଧିପଯୁକ୍ତ ଆର୍ଥିକ ପରିସ୍ଥିତିରେ ଅବନତି ଘଟିପାରେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ।
କନ୍ୟା
ଶୁଭସ୍ଥ ଚନ୍ଦ୍ର ପ୍ରଭାବରେ ଅର୍ଥଲାଭ ସହ ଶୁଭ ଖବର ପାଇ ମନଟି ଖୁସି ହୋଇଯିବ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ଆଶା ନିରାଶାରେ ପରିଣତ ହୋଇପାରେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ। ବନ୍ଧୁ ଗହଣରେ କିଛି କହିବା ବ୍ୟତୀତ ନୀରବତା ଅବଲମ୍ବନ ଗ୍ରହଣ କରିବା ଭଲ ହେବ।
ତୁଳା
ତୁଳା
ଆଜି ରାଶିର କେନ୍ଦ୍ର ସ୍ଥାନରେ ଚାରୋଟି ଗ୍ରହ ରହିଥିବାରୁ ସାମାଜିକ ସ୍ତରରେ ପ୍ରତିଷ୍ଠାର୍ଜନ କରିବେ। ସବୁ ଦିଗରୁ ଯେମିତି ଭଲ ଚାହୁଁଛନ୍ତି, ସେମିତି ପାଇପାରିବେ। କିନ୍ତୁ ପିଲାମାନଙ୍କର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି।
ବିଛା
ବିଛା
ରାହୁ ଚତୁର୍ଥସ୍ଥ ଥିବା ଯୋଗୁ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ବଦଳି ଯାଇ ପାରନ୍ତି। ଅଳ୍ପ ଦିନର ପରିଚିତ ଲୋକଟି ଫାଇଦା ହାସଲ ସକାଶେ ସର୍ବଦା ଚେଷ୍ଟିତ ରହିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଂଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ। ସାଧାରଣ କଥାରେ ପ୍ରତିବାଦ କରି ଟେନ୍ସନ୍‌କୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ଶୁକ୍ର ରାଶିରେ ଥିବାରୁ ସମ୍ପର୍କରେ ଉନ୍ନତି ଏବଂ ବିଳାସ ଉପକରଣ କ୍ରୟ କରିବେ। ମୂଳା ନକ୍ଷତ୍ର ପାଇଁ ଶତ୍ରୁମାନେ ସମସ୍ୟା ଭିତରକୁ ଠେଲି ଦେଇପାରନ୍ତି। ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ପ୍ରଯନତ୍ କରିପାରନ୍ତି।
ମକର
ମକର
ପାପଗ୍ରହମାନେ ରାଶିରେ ଅବସ୍ଥାନ କରୁଥିବାରୁ କାର୍ଯ୍ୟପ୍ରଣାଳୀ ଠିକ୍‌ ନ ହୋଇପାରେ। ସମସ୍ୟା ସହ ଲଢ଼େଇ କରି କାର୍ଯ୍ୟ ହାତେଇବେ। ମାଲିମକଦ୍ଦମା, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ରାଶିରେ ଚନ୍ଦ୍ରଯୁକ୍ତ ଶନିଙ୍କ ଯୋଗୁ ଥଣ୍ଡା ରୋଗରେ ପୀଡ଼ା ପାଇପାରନ୍ତି।
କୁମ୍ଭ
କୁମ୍ଭ
ଏକାଦଶସ୍ଥ ଶୁକ୍ର କୋଣଭାବକୁ ଦେଖୁଥିବାରୁ ଆଲୋଚନା ଫଳପ୍ରଦ ହେବ। କଠିନ ଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହାଯ୍ୟ ମନୋଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି।
ମୀନମୀନ

ରାଶିରେ ରାହୁ ଏକପ୍ରକାର ଗୁରୁଚାଣ୍ଡାଳ ଯୋଗର ଫଳ ସ୍ବରୂପ ପରିବାର ପାଇଁ ପ୍ରତିକୂଳପ୍ରଭାବ ଅନୁଭବ କରିପାରନ୍ତି। ବନ୍ଧୁମାନଙ୍କ ସାହଚର୍ଯ୍ୟରେ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ। ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ। ସରକାରୀ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri