Categories: ବାଣିଜ୍ୟ

ସ୍ପ୍ଲାସ୍‌ର ୧୧ତମ ସଂସ୍କରଣ

ଭୁବନେଶ୍ୱର,୨୭।୧୧: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ସର୍ବଭାରତୀୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ର ୧୧ତମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୭ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ କଳା, ହସ୍ତଶିଳ୍ପ ଏବଂ ସାହିତ୍ୟ ଆଦି ଉପରେ ଉପରୋକ୍ତ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏପରିକି ଚଳିତ ବର୍ଷ ସ୍ପ୍ଲାସ୍‌ର ବିଷୟବସ୍ତୁ ‘କରୁଣା’ ରହିଛି, ଯାହା ନୂଆ ପିଢ଼ି ଭିତ୍ତିରେ ଦାନ ଭାବନା ଜାଗ୍ରତ କରିବ। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ସେମାନଙ୍କର ଆବେଦନ ଅନ୍‌ଲାଇନ ମାଧ୍ୟମରେ ଦାଖଲ କରିପାରିବେ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି, ସ୍ପ୍ଲାସ୍‌ର ୧୧ତମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଚଳିତ ବର୍ଷ ‘କରୁଣା’ ବିଷୟବସ୍ତୁ ଆମର ବ୍ରାଣ୍ଡ୍‌ ଦର୍ଶନ ‘ଓପନ’ରୁ ଉତ୍ପନ୍ନ ହୋଇଛି, ଯାହାର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ୍‌ ଏବଂ ବ୍ୟବସାୟ ବ୍ୟତିରକେ ସମ୍ପ୍ରଦାୟ ସହିତ ଜଡ଼ିତ ହେବା। ଅପରପକ୍ଷରେ ଉକ୍ତ ପ୍ରତିଯୋଗିତାର ବିଜେତାଙ୍କୁ ହାମ୍‌ଲେଜ,ଫେବର କ୍ୟାସଲ ଓ ବୋଟ୍‌ ଭଳି ଅଂଶୀଦାରଙ୍କଠାରୁ ୧ଲକ୍ଷ ଟଙ୍କାର ବୃତ୍ତି, ଆକର୍ଷଣୀୟ ଓ ଇଲେକ୍ଟ୍ରୋନିକ୍‌ ଉପକରଣ ପ୍ରଦାନ କରାଯିବ।

Share