ହତ୍ୟା ଉଦ୍ୟମ ପୂର୍ବରୁ ଅଭିଯୁକ୍ତଙ୍କୁ ଧରାଇଦେଲା ୧୧୨, ବନ୍ଧା ହେଲେ ଡେଲାଙ୍ଗର ୫

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଘଟଣ ରୋକିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଭଞ୍ଜନଗର ପୋଲିସ ଶନିବାର ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ୫ ଜଣକୁ ଗିରଫ କରିଛି। ସେମାନେ ହେଲେ ସୁଡ଼ଙ୍ଗଇ ଗ୍ରାମର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡ଼ା, ସୁରେଶ ପରିଡ଼ା, ତରବାଇ ଗ୍ରାମର ସୁମନ୍ତ ଭଟ୍ଟ ଓ ଗଣ୍ଡାପଦ ଗ୍ରାମର ଆଶୁତୋଷ ବାରିକ। ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍‌, ଗୋଟିଏ ମାଉଜର, ଗୋଟିଏ ଛୁରି, ୩ଟି ଜୀବନ୍ତ ଗୁଳି, ଗୋଟିଏ କେଟ୍ରିଜ୍‌ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ଡେଲାଙ୍ଗ ଥାନା ଅନ୍ତର୍ଗତ ଗଣ୍ଡାପଡ଼ ଗ୍ରାମର ସୋମନାଥ ପଣ୍ଡା ବୋଲଗଡ଼ରେ ଏକ କମ୍ପାନୀରେ କାମ କରୁଥିଲେ। ଏହି ସମୟରେ ତାଙ୍କରି ଗ୍ରାମର ଆଶୁତୋଷ ବାରିକଙ୍କୁ ଆଣି ସେଠୀ ନିଯୁକ୍ତି ଦେଲେ। ଏହାପରେ ସୋମନାଥଙ୍କ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାକୁ ବଦଳି ହୋଇଯାଇଥିଲା। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଗତ ଗୁରୁବାର ରାତିରେ ଆଶୁତୋଷ ସମସ୍ୟାର ସମାଧାନ କରିବା ପାଇଁ ସୋମନାଥଙ୍କୁ ଭଞ୍ଜନଗର ଥାନା ଜାମପଲ୍ଲୀ ମନ୍ଦିର ନିକଟକୁ ଡାକିଥିଲେ। କିନ୍ତୁ ଆଶୁତୋଷ ୫ ଜଣଙ୍କୁ ଧରି ଆସିଥିଲେ କିଛି ଅଘଟଣ ଘଟାଇବା ପାଇଁ। ସୋମନାଥ ସେଠାକୁ ଯିବା ପରେ କାର୍‌ ଗାଡ଼ିରୁ ୬ ଜଣ ଓହ୍ଲାଇ ସୋମନାଥଙ୍କୁ ମାଡ଼ ମାରିଥିଲେ। ଏନେଇ ପଥଚାରୀମାନେ ଦେଖି ୧୧୨କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ କିଛି ମିନିଟ୍‌ ମଧ୍ୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସୋମନାଥଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ଆଉ ଜଣେ ଫେରାର ହୋଇଯାଇଛନ୍ତି। ୧୧୨ ଫୋନ୍‌ ସୂଚନା ପାଇ ପୋଲିସ ଏକ ବଡ଼ଧରଣର ଗଣ୍ଡଗୋଳକୁ ରୋକିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri