Posted inଫୁରସତ

୫ ମିନିଟ୍‌ ପାର୍କିଂ ପାଇଁ ୧୧ ଲକ୍ଷ ଜରିମାନା

ଲଣ୍ଡନ, ୦୪।୦୮: ସାଧାରଣତଃ ଭାରତରେ ପାର୍କିଂ ପାଇଁ ଜରିମାନା ୫୦୦ କିମ୍ବା ୧୦୦୦ ଟଙ୍କା ରହିଥାଏ। କିନ୍ତୁ ଲଣ୍ଡନରୁ ଏପରି ଏକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ୫ ମିନିଟ ପାର୍କିଂ କରିବା ପାଇଁ ଜଣେ ମହିଳାଙ୍କୁ ୧୧ ହଜାର ପାଉଣ୍ଡ (ପ୍ରାୟ ୧୧ ଲକ୍ଷ ୮୦ ହଜାର ଟଙ୍କା) ଜରିମାନା ଲାଗିଛି। ଡାରଲିଙ୍ଗଟସ୍ଥିତ କାଉଣ୍ଟି ଡୁରୁମ ଅଞ୍ଚଳର ହାନ୍ନା ରବିନ୍ସନ୍‌ ନାମ୍ନୀ ଜଣେ ମହିଳା ସ୍ଥାନୀୟ ଫିଥାମ୍ସ ଅବକାଶ କେନ୍ଦ୍ରରେ ନିଜ କାର ପାର୍କିଂ କରିଥିବାବେଳେ ତାଙ୍କ ଉପରେ ଏହି ଜରିମାନା ଲାଗିଛି।

ବ୍ରିଟେନର ଏକ୍ସେଲ ପାର୍କିଂ ସେବା ଦ୍ୱାରା ଏକ ନୂତନ ୫ ମିନିଟ ଜରିମାନା ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଇଛି। ଏଠାକାର ଲୋକମାନେ ଫିଥାମ୍ସ ଅବକାଶ କେନ୍ଦ୍ରରେ ଥିବା ପାର୍କିଂ ସ୍ଥଳକୁ ବ୍ୟବହାର କରି ନିକଟରେ ଥିବା ସିନେମା ହଲ୍‌କୁ ବାରମ୍ବାର ଯାଉଥିଲେ। ଏହାକୁ ରୋକିବାକୁ ଉକ୍ତ ଅବକାଶ କେନ୍ଦ୍ରରେ ୫ ମିନିଟ୍‌ ଜରିମାନା ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଇଛି। ନିୟମ ଅନୁଯାୟୀ, ପ୍ରତ୍ୟେକ କାର୍‌ରେ ଥିବା ଯାତ୍ରୀଙ୍କୁ ଗାଡ଼ି ପାର୍କିଂ କରିବାର ୫ ମିନିଟ ମଧ୍ୟରେ ପାର୍କିଂ ଟିକେଟ କିଣିବା ସହ ଏହାର ଦେୟ ପୈଠ କରିବାକୁ ହେବ। ଏହି ଅବକାଶ କେନ୍ଦ୍ରରେ ଥିବା ପାର୍କିଂକୁ ଏଏନ୍‌ପିଆର୍‌ କ୍ୟାମେରା ଦ୍ୱାରା ତଦାରଖ କରାଯାଉଛି। ଏହି କ୍ୟାମେରା ପ୍ରତ୍ୟେକ ଗାଡ଼ିର ପ୍ରବେଶ ଏବଂ ପ୍ରସ୍ଥାନ ସମୟକୁ ରେକର୍ଡ କରିଥାଏ।

ସେ ସର୍ବଦା ପାର୍କିଂ ପାଇଁ ନିର୍ଦ୍ଧାରିତ ଦେୟ ପୈଠ କରୁଥିବା ରବିନ୍ସନ୍‌ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ତାଙ୍କ ଉପରେ ଲଗାଯାଇଥିବା ୧୧ ଲକ୍ଷ ଟଙ୍କାର ଜରିମାନାକୁ ରବିନ୍ସନ୍‌ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ ଏହି ନୂଆ ପାର୍କିଂ ବ୍ୟବସ୍ଥାର ଉଦ୍ଦେଶ୍ୟ ଉପରେ ନୁହେଁ ବରଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିୟମ ଅନୁଯାୟୀ, ୫ ମିନିଟ୍‌ ମଧ୍ୟରେ ପାର୍କିଂ ଟିକେଟ କିଣିବାକୁ ସେ ଚେଷ୍ଟା କରିଥିଲେ। କିନ୍ତୁ ଖରାପ ଇଣ୍ଟରନେଟ ସଂଯୋଗ କାରଣରୁ ଏଥିରେ ବିଫଳ ହୋଇଥିଲେ ବୋଲି ରବିନ୍ସନ୍‌ କହିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ଡ୍ରାଇଭରମାନେ ମଧ୍ୟ ରବିନ୍ସନ୍‌ଙ୍କୁ ସମର୍ଥନ କରିଛନ୍ତି। ମାତ୍ର ୫ ମିନିଟ୍‌ ମଧ୍ୟରେ ପାର୍କିଂ ଦେୟ ପୈଠ କରିବା ନେଇ ଦିଆଯାଇଥିବା ସମୟ ସୀମା କଷ୍ଟସାଧ୍ୟ ହୋଇଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri