ଜଙ୍ଗଲ ସୁରକ୍ଷାରେ ୧୧୦ ପରିବାର

ବାରିପଦା ଅଫିସ,୧।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତ ଇଟାମୁଣ୍ଡିଆ ଗ୍ରାମର ୧୧୦ ପରିବାର ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରପୁର କରି ସମାଜକୁ ଦେଇଛନ୍ତି ସୁସ୍ଥ ପରିବେଶର ବାର୍ତ୍ତା। ଏହାର ମଙ୍ଗ ଧରିଛନ୍ତି ୬୪ ବର୍ଷୀୟ ଗୋପୀନାଥ ସିଂ। ଗାଁ ଲୋକଙ୍କୁ ଏକାଠି କରି ଜଙ୍ଗଲକୁ ସୁରକ୍ଷା ଦେବା ସହିତ ବନ ସୁରକ୍ଷା ସମିତି ମାଧ୍ୟମରେ ଅସମ୍ଭବ କାର୍ଯ୍ୟକୁ ସେ ସମ୍ଭବ କରିପାରିଛନ୍ତି। ସମିତି ଜରିଆରେ ଗାଁର ୮ଶହ ଲୋକଙ୍କୁ ରୋଜଗାର ଯୋଗାଇ ଆସୁଛନ୍ତି। ୩୭ ବର୍ଷ ହେଲା ବୃକ୍ଷଲତାକୁ ଭଲ ପାଉଥିବା ଏହି ନିଆରା ମଣିଷ ଜଣକ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା। ଶିକ୍ଷାଗତ ଯୋଗ୍ୟତା କମ୍‌ ଥାଇ ମଧ୍ୟ ଅସାଧାରଣ ଦକ୍ଷତା ଯୋଗୁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ା ୫ଶହ ଶାଳ ଗଛ ଚାରାରୋପଣ କରି ଜଙ୍ଗଲ ସୃଷ୍ଟି କରିପାରିଥିବାରୁ ବନବିଭାଗ ପକ୍ଷରୁ ତାଙ୍କୁ ମିଳିଛି ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମ ଚତୁଃପାର୍ଶ୍ୱରେ ଥିବା ୧୩୦ହେକ୍ଟର ଜଙ୍ଗଲ ଉଜୁଡ଼ି ଯାଇଥିଲା ା ଏହାକୁ ଦେଖି ଗୋପୀନାଥ ଲୋକଙ୍କୁ ସଚେତନ କରାଇବା ସହିତ ଏକ କମିଟି ଗଠନ କରି ଗଛ ଲଗାଇବା ଆରମ୍ଭ କରିଥିଲେ। ପର୍ଯ୍ୟାୟ କ୍ରମେ ଏହି ଜଙ୍ଗଲ ୧୬୦ହେକ୍ଟର ଜମିରେ ପରିବେଷ୍ଟିତ ହୋଇରହଛି। ଜଙ୍ଗଲରେ ଦୁଇ ହଜାର ଅଁଳା ଗଛ ଲଗାଯାଇଛି। ଅଁଳା ଫଳକୁ ଗ୍ରାମବାସୀ ନିଶୁଳ୍କ ଭାବେ ନେଇ ଔଷଧ ରୂପେ ବ୍ୟବହାର କରିବା ସହିତ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ସେହିପରି ୪୦ହେକ୍ଟର ଜମିରେ ଫଳଗଛ ସହିତ ପୋଖରୀ ଖନନ କରି ମାଛ ଚାଷ କରାଯାଉଛି। ବନ ସୁରକ୍ଷା ସମିତି ଜରିଆରେ ଗାଁର ଥିବା ୮ଶହ ଲୋକ ରୋଜଗାର ପାଇ ଆସୁଛନ୍ତି। ସମିତିର ସଦସ୍ୟ କେଶବ ଚନ୍ଦ୍ର ସାହୁ କୁହନ୍ତି, ଜଙ୍ଗଲଜାତ ଦ୍ରବ୍ୟ, ଶୁଖିଲା କାଠପତ୍ର ଏବଂ ଔଷଧୀୟ ଦ୍ରବ୍ୟ ଗୁଡ଼ିକୁ ସଂଗ୍ରହ କରାଯାଇ ସୁରକ୍ଷିତ ଭାବେ ଗଚ୍ଛିତ କରାଯାଉଛି। ଗ୍ରାମବାସୀଙ୍କ ସହମତିରେ ଏହାକୁ ବିକ୍ରି କରାଯାଇ ଗ୍ରାମରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗାଁର ୧୧୦ ପରିବାର ଏହି ସମିତିରେ ସଦସ୍ୟ ହୋଇ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଆସୁଛନ୍ତି। ପାଳି କରି ସମସ୍ତେ ଜଗୁଛନ୍ତି। ସେହିପରି ସଦସ୍ୟ କାର୍ତ୍ତିକ ସାହୁ କୁହନ୍ତି, ଆଜକୁ ୩ବର୍ଷ ହେଲା ଗାଁର କୌଣସି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟ କିମ୍ବା ଜିଲାକୁ ଯାଇନାହାନ୍ତି। ଏହି ସମିତି ଜରିଆରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଥିବା ବେଳେ ସରକାରୀ ସ୍ତରରେ ହେଉଥିବା ଯୋଜନା ଗୁଡ଼ିକରେ ସେମାନେ କାମ କରି ପରିବାର ଚଳାଇ ଆସୁଛନ୍ତି। ଲକ୍ଷ୍ମଣ ସିଂ କୁହନ୍ତି, ଗ୍ରାମରେ କୌଣସି ସମସ୍ୟା ହେଲେ ତୁରନ୍ତ ବୈଠକ ଡକାଇ ଏହାର ସମାଧାନ କରାଯାଇଥାଏ ା ଆଖପାଖ ଗ୍ରାମରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟରେ ଆବଶ୍ୟକ ପଡ଼ୁଥିବା ଶୁଖିଲା ଜାଳେଣୀ କାଠପତ୍ର କିମ୍ବା ଝୁଣା, ମହୁ, ଫଳମୂଳ ଇତ୍ୟାଦି ସମିତି ମାଧ୍ୟମରେ ଯୋଗାଇ ଦିଆଯାଏ ା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଚାରିପାର୍ଶ୍ୱରେ ବାଡ଼, ଅଗ୍ନି ନିରାପତ୍ତା, ଜଳସେଚନ ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି। ତେବେ ବନବିଭାଗ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ଅଞ୍ଚଳବାସୀଙ୍କ ରୋଜଗାରରେ ଉନ୍ନତି ହୋଇପାରନ୍ତା ବୋଲି ଗ୍ରାମର କୃଷ୍ଣ ବାରିକ, ବେଣୁଧର


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri