Posted inଫୁରସତ

୧୩୦ କିଲୋମିଟର ଯାଏ ସାଇକେଲ ଚଳାଇଲେ ୧୧ ବର୍ଷର ବାଳକ, କାରଣ ଜାଣିଲେ…

ବେଜିଂ,୧୨।୪: ଚାଇନାର ଜଣେ ବାଳକର କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ୧୧ ବର୍ଷର ବାଳକ ତାଙ୍କ ଜେଜେ ମା’ଙ୍କୁ ଭେଟିବାକୁ ଚବିଶ ଘଣ୍ଟା ମଧ୍ୟରେ ସାଇକେଲରେ ୧୩୦ କିଲୋମିଟର ଯାତ୍ରା କରିଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ମାଆଙ୍କ ସହ ଝଗଡା ପରେ ବାଳକଜଣଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେ ତାଙ୍କ ଜେଜେ ମା’ଙ୍କ ନିକଟରେ ଅଭିଯୋଗ କରିବାକୁ ଯୋଜନା କରିଥିଲେ। ହେଲେ ବାଳକଟିର ଜେଜେ ମା’ ତାଙ୍କଠାରୁ ୧୩୦ କିଲୋମିଟର ଦୂରରେ ରହୁଥିଲେ। ଏତେ ଦୂରତା ପରେ ମଧ୍ୟ ସେ ସାଇକେଲରେ ଘରୁ ବାହାରି ଆସିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ଧରି ଲଗାତାର ସାଇକେଲ ଯୋଗେ ଯାତ୍ରା କରି ସେହି ବାଳକଜଣଙ୍କ ଥକି ଯାଇଥିଲେ, ଯାହା ପରେ ସେ ବାଟରେ ବିଶ୍ରାମ ନେଇଥିଲେ। ବାଟ ଦେଇ ଯାଉଥିବା ଲୋକମାନେ ପିଲାଟିକୁ ପଚାରିଥିଲେ। ତା’ପରେ କେହି ଜଣେ ବାଳକ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ପିଲାଟିକୁ ସାଙ୍ଗରେ ନେଇଥିଲା। ନିଜର ଯାତ୍ରା ବିଷୟରେ, ବାଳକଜଣଙ୍କ କହିଥିଲେ ଯେ, ସେ ଅନେକ ସ୍ଥାନରେ ରାସ୍ତା ଭୁଲିଯାଇଥିଲେ, ଯେଉଁଥିପାଇଁ ପହଞ୍ଚିବାକୁ ତାଙ୍କୁ ଅଧିକ ସମୟ ଲାଗିଥିଲା। େିବେ ସେ ତାଙ୍କ ଜେଜେ ମା’ଙ୍କ ଘରୁ ମାତ୍ର ଏକ ଘଣ୍ଟା ଦୂରରେ ଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାଳକଙ୍କ ମାଆ ଭୟଭୀତ ହୋଇପଡିଥିଲେ। ପୁଅ ସହିତ ଝଗଡା ସମ୍ପର୍କରେ ମା କହିଥିଲେ ଯେ, ସେ ଜେଜେମା’ଙ୍କ ପାଖକୁ ଯିବାକୁ ଧମକ ଦେଇଥିଲେ କିନ୍ତୁ ମୁଁ ଭାବିଲି ସେ କ୍ରୋଧରେ ଏହା କହୁଛନ୍ତି। ଜେଜେ ମା’ ଏଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଜେଜିଆଙ୍ଗରେ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri