Posted inଜାତୀୟ

୧୧ ଟ୍ରାକରଙ୍କ ମୃତ ଦେହ ଉଦ୍ଧାର, ବାୟୁସେନାର ଅପରେଶନ୍‌ ଜାରି…

ନୂଆଦିଲ୍ଲୀ,୨୩।୧୦: ବାୟୁସେନା ଉତ୍ତରାଖଣ୍ଡର ଲାମଖାଗା ଗିରିପଥ ନିକଟରୁ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ ଉଚ୍ଚରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଅକ୍ଟୋବର୧୮ରେ ପର୍ଯ୍ୟଟକ, ପୋର୍ଟର ଏବଂ ଗାଇଡ ସମେତ ୧୭ଜଣ ଟ୍ରାକର ରାସ୍ତା ହରାଇଥିବା ଖବର ମିଳିଥିଲା। ଲାମଖାଗା ଗିରିପଥ ଅଞ୍ଚଳଠାରୁ ଇତିମଧ୍ୟରେ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି।

ହିମାଚଳ ପ୍ରଦେଶର କିନ୍ନର ଜିଲାକୁ ଉତ୍ତରାଖଣ୍ଡର ହାର୍ସିଲ ସହିତ ସଂଯୋଗ କରୁଥିବା ଏହା ସବୁଠାରୁ ବିପଦଜନକ ଗିରିପଥ। ଅକ୍ଟୋବର ୨୦ରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଏସ୍‌ ଓଏସ୍‌ କଲ ପରେ ଭାରତୀୟ ବାୟୁସେନା ପକ୍ଷରୁ ପର୍ଯ୍ୟଟନ ପାହାଡ ଷ୍ଟେସନ ହାର୍ସିଲରେ ପହଞ୍ଚିବା ପାଇଁ ଦୁଇଟି ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଏଲ୍‌ଏଚ୍‌) ନିୟୋଜିତ କରିଥିଲା।

ଅକ୍ଟୋବର ୨୦ରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)ର ତିନିଜଣ କର୍ମଚାରୀଙ୍କ ସହିତ ଏଏଲ୍‌ଏଚ୍‌ ମିଳିତ ଅପରେଶନ୍‌ରେ ଅପରାହ୍ନରେ ୧୯,୫୦୦ ଫୁଟ ଉଚ୍ଚରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅକ୍ଟୋବର ୨୧ରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ୍‌ଡିଆର୍‌ଏଫ୍‌) କର୍ମଚାରୀଙ୍କ ମିଳିତ ସହଯୋଗରେ ଉଦ୍ଧାରକାରୀ ଦଳଙ୍କୁ ୧୫,୭୦୦ ଫୁଟ ଉଚ୍ଚରେ ଚାରୋଟି ମୃତଦେହ ମିଳିଥିଲା।

ପରେ ହେଲିକପ୍ଟର ଦ୍ୱାରା ୧୬,୮୦୦ ଫୁଟ ଉଚ୍ଚରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ସେ ଚାଲି ପାରୁ ନ ଥିଲେ। ଅକ୍ଟୋବର ୨୨ରେ, ଏଏଲ୍‌ଏଚ୍‌ ସହାୟତାରେ ଜଣେ ଜୀବିତ ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ସହିତ ୧୬,୫୦୦ ଫୁଟ ଉଚ୍ଚରୁ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ଦୁଇଟି ମୃତଦେହ ଅବସ୍ଥିତ ଏବଂ ଡୋଗ୍ରା ସ୍କାଉଟ୍ସ, ୪ର୍ଥ ବାଟାଲିୟନ ଆସାମ ଏବଂ ଆଇଟିବିପି ଟିମର ମିଳିତ ପାଟ୍ରୋଲିଂ ଦ୍ୱାରା ୨ ଟି ମୃତଦେହ ଉଦ୍ଧାର କରାଯାଇ ନିଥଲ ଥାକ କ୍ୟାମ୍ପକୁ ଅଣାଯାଇଛି।

ଅନ୍ୟ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏକ ଅନୁସନ୍ଧାନ ଦଳ ଶନିବାର ଏଏଲ୍‌ଏଚ୍‌ କ୍ରୁ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ମୃତଦେହକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ଆହତ ଲୋକଙ୍କୁ ଉତ୍ତରକାଶୀର ଜିଲା ଡାକ୍ତରଖାନାକୁ ପଠାଯିବା ପୂର୍ବରୁ ହାର୍ସିଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri