ଚାଷୀଙ୍କୁ ୧୧ ହଜାର ବିଦ୍ୟୁତ୍‌ ବିଲ୍‌

ସମ୍ବଲପୁର,୨୮ା୧୨ (ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକର କବରାପାଲିଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୁଇବର୍ଷ ପରେ ବି ଚାଷୀଙ୍କ କ୍ଷେତକୁ ପାଣି ମୁନ୍ଦାଏ ପହଞ୍ଚିପାରି ନାହିଁ। ହେଲେ ଦୁଇବର୍ଷରେ ୧୧ ହଜାର ଟଙ୍କାର ବିଜୁଳି ବିଲ ଚାଷୀଙ୍କ ଦ୍ୱାରା ଗଠିତ ପାଣି ପଞ୍ଚାୟତ ପାଖରେ ପହଞ୍ଚିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି।

ରାଜ୍ୟ ସରକାରଙ୍କ ଉଠା ଜଳସେଚନ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ କବରାପାଲି ଅଞ୍ଚଳର ୫୦ ଜଣ ଚାଷୀଙ୍କ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ୫୮ଲକ୍ଷ ଟଙ୍କା ବ୍ୟୟରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ୬ମାସ ମଧ୍ୟରେ ନିକଟସ୍ଥ କୁଟୁରାଝୁରି ଜୋରରୁ ପାଇପ୍‌ ଯୋଗେ କବରାପାଲିର ଚାଷୀଙ୍କ ଜମିକୁ ପାଣି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାପରେ ୫୦ ଜଣ ଚାଷୀଙ୍କୁ ନେଇ ରଣେଶ୍ୱର ରାମଚଣ୍ଡୀ ପାଣି ପଞ୍ଚାୟତ ୨ ଗଠନ କରାଯାଇଥିଲା। ଉଠାଜଳସେନ ପ୍ରକଳ୍ପରୁ ଚାଷୀମାନେ ସୁଫଳ ପାଇବାକୁ ଚିନ୍ତା କରିଥିବା ବେଳେ ଦୁଇବର୍ଷ ହେବ କ୍ଷେତକୁ ପାଣି ପହଞ୍ଚିବାର ନାଁ ଧରୁନାହିଁ। ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ମୋଟର ଚାଲୁ ହେବା କ୍ଷଣି ପାଇପ୍‌ ଫାଟି ପାଣି ବୋହୁଛି। ପାଇପ୍‌ ବିଛାଇବା ପାଇଁ ତିନିଫୁଟ ମାଟି ଖୋଳିବା କଥା। ହେଲେ ଠିକାଦାର ଅନେକ ସ୍ଥାନରେ ପାଇପ୍‌କୁ ୬ଇଞ୍ଚ ମାଟି ତଳେ ନେଇଥିବା ଯୋଗୁ ଟ୍ରାକ୍ଟର ଆଦି ଚଳାଚଳ ବେଳେ ତାହା ଖଣ୍ଡ ଖଣ୍ଡ ହୋଇଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନେକ କ୍ଷେତ୍ରରେ ପାଣିର ପ୍ରେସର ସମ୍ଭାଳି ନ ପାରି ପାଇପ୍‌ଗୁଡିକ ବାରମ୍ବାର ଫାଟି ଯାଉଥିବାରୁ ଚାଷୀମାନେ ପ୍ରକଳ୍ପ ଦ୍ୱାରା ଦୁଇବର୍ଷ ହେବ ଚାଷ କରିପାରୁ ନାହାନ୍ତି। ଏପରି କି ଗତବର୍ଷ ମରୁଡି ସମୟରେ ମଧ୍ୟ ପ୍ରକଳ୍ପ କୌଣସି କାମରେ ଲାଗି ନ ଥିଲା ବୋଲି ପାଣିପଞ୍ଚାୟତର ସଦସ୍ୟମାନେ କହିଛନ୍ତି। ଏପରିସ୍ଥଳେ ଉଠାଜଳସେଚନ ପ୍ରକଳ୍ପରେ ଠିକାଦାର ଦୁଇଟି ୧୫ ଏଚ୍‌ପିର ପାଣି ମୋଟର ଲଗାଇ ୬୫କେଭି ଟ୍ରାନ୍ସଫର୍ମରରେ ପାଣିପଞ୍ଚାୟତ ନାମରେ ବିଜୁଳି ସଂଯୋଗ କରାଇ ଦେଇଥିଲେ। ଏହାପରେ ଦୁଇବର୍ଷ ମଧ୍ୟରେ ୧୧ ହଜାର ଟଙ୍କାର ବିଜୁଳି ବିଲ ପାଣିପଞ୍ଚାୟତ ନାମରେ ଆସିଥିବା ବେଳେ ପାଣିପଞ୍ଚାୟତ ହାତକୁ କିନ୍ତୁ ଠିକାଦାର ମୋଟର ଚାବି ହସ୍ତାନ୍ତର କରିନାହାନ୍ତି। ପୁଣି ବିଲ ଜମା ନ ହେବାରୁ ବିଜୁଳି କାଟିଦେବା ନେଇ ବିଦ୍ୟୁତ୍‌ ବିଭାଗ ଚାଷୀଙ୍କୁ ବାରମ୍ବାର ତାଗିଦ କରିଆସୁଛି। ଏ ସମ୍ପର୍କରେ ଉଠାଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଶୀଘ୍ର ପାଇପ୍‌ ମରାମତି କରି ଚାଷୀଙ୍କୁ ଚାବି ହସ୍ତାନ୍ତର କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଛି। ତେବେ ଏପର୍ଯ୍ୟନ୍ତ ଚାଷୀଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯାଇ ନ ଥିବାରୁ ଠିକାଦାର ହିଁ ବକେୟା ବିଜୁଳି ବିଲ ପଇଠ କରିବେ। ଏହାସହ ସେ ନିଜେ ଘଟଣାସ୍ଥଳକୁ ଯାଇ ଦୁଇଦିନ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରାଇବେ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri