ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ, ଅନେକ ଅଛନ୍ତି ଆକ୍ରାନ୍ତ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଜୁଆଙ୍ଗ ଗ୍ରାମରେ ଅଜଣା ରୋଗରେ ୧୧ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ଚିକିତ୍ସା କରିବା ସହ ଘଟଣାର ଅନୁଧ୍ୟାନ କରି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେଇଛିି। ଏଥିସହ ଘାଟଣାର ତଦନ୍ତ ଓ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗାଁରେ ବାଂଶପାଳ ବିଡିଓ ବିକ୍ରାନି କିସପାଟା, ପିଏ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ, ଜୁଆଙ୍ଗ ଉନ୍ନୟନ ସଂସ୍ଥା ତଥା ସିଡିପିଓ ରାଜେଶ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ଜିଲା ରୋଗ ନିୟନ୍ତ୍ରଣ ବିଭାଗ ମୁଖ୍ୟ ଡା. ରମାକାନ୍ତ ମୁଣ୍ଡାଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ଲୋକଙ୍କୁ ଚିକିତ୍ସା କରିଥିଲା। ଗାଁରେ ଦୁଇଟି ସୌରଚାଳିିତ ପାନୀୟ ଜଳ ପ୍ରକଳ୍ପ ଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଓ ସଫାସୁତୁରା ଅଭାବରୁ ସେଥିରୁ ପୋକ ବାହାରୁଥିବା ଜଣାପଡ଼ିଛି। ପାଣି  ଦୁର୍ଗନ୍ଧ ହେଉଛି, ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗାଁ ଲୋକେ ଜଣ୍ଡିସ୍‌, ରକ୍ତହୀନତା ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ଟିମ୍‌ ସ୍ବୀକାର କରିବା ସହ ଅଞ୍ଚଳବାସୀଙ୍କ ରକ୍ତ ଓ ପାଣି ନମୁନା ସଂଗ୍ରହ କରିଛିି। ଗ୍ରାମରେ ପାଖାପାଖି ୧୦୦ ଜୁଆଙ୍ଗ ଜନଜାତି ପରିବାର ରୁହନ୍ତି। ପ୍ରଥମେ ଗୋଟିଏ ପରିବାରର ସ୍ତ୍ରୀ, ସ୍ବାମୀ ଓ ଗୋଟିଏ ଛୁଆ କିଛିଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ୪ କୋମଳମତି ନାବାଳିକା ରହିଛନ୍ତି। ଅନ୍ୟପକ୍ଷେ ଚଳିତ ବର୍ଷ ୩୦ ଅଗଷ୍ଟରେ ରାଉତ ଜୁଆଙ୍ଗ(୪୯), ୯ ସେପ୍ଟେମ୍ବରରେ ଯୋଡ଼ା ଜୁଆଙ୍ଗ(୭୫), ୧୨ ଅଗଷ୍ଟରେ ଲକ୍ଷ୍ମୀ ଜୁଆଙ୍ଗ(୨୫), ୧୫ ଅଗଷ୍ଟରେ ବିମଳା ଜୁଆଙ୍ଗ (୨୦), ୪ ସେପ୍ଟେମ୍ବରରେ ତୁରିନା ଜୁଆଙ୍ଗ(୨୫), ୨୪ ସେପ୍ଟେମ୍ବରରେ ସୁକୁମାରୀ ଜୁଆଙ୍ଗ(୫୮), ୬ ସେପ୍ଟେମ୍ବରରେ ନୁନି (ଅଢ଼େଇ ବର୍ଷ), ୨୭ ସେପ୍ଟେମ୍ବରରେ ସୁନିଆ ଜୁଆଙ୍ଗ(୩୫), ୧୭ ଅକ୍ଟୋବରରେ ରଶ୍ମି ଜୁଆଙ୍ଗ (୩୦) ପ୍ରମୁଖ ବାର୍ଦ୍ଧକ୍ୟ, ଫିଟ୍‌ସ, ହୃଦ୍‌ଘାତ ଆଦିରେ ମୃତ୍ୟୁ ବରଣ କରିଥିବା ଡାକ୍ତରୀ ଟିମ୍‌ କହିଛି। ବର୍ତ୍ତମାନ ଗ୍ରାମରେ ଆହୁରି ୧୦ରୁ ୧୫ ଜଣ ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ଓ ସଚେତନତା ଅଭାବରୁ ଠିକ୍‌ ସମୟରେ ଚିକିତ୍ସିତ ହୋଇପାରୁ ନ ଥିବା କୁହାଯାଉଛି। ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି, ମୃତକମାନେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚତ୍ ଶତାଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି ବୋଲି କହିଥିଲେ। ପିଏ ଆଇଟିଡିଏ ତପନ କୁମାର ନାଏକ ଲୋକଙ୍କ ମୃତ୍ୟୁ ହେବା କଥାକୁ ସ୍ବୀକାର କରିଥିଲେ। ମାତ୍ର ମୃତ୍ୟୁ ମାସକରେ ନୁହେଁ, ତିନି ମାସ ମଧ୍ୟରେ ହୋଇଥିବା କହିଥିଲେ। ଏଥିସହ ମା’ବାପା ଛେଉଣ୍ଡ ପିଲାଙ୍କୁ ସହାୟତା ଦିଆଯିବ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri