ମାଂସ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ

ହାଟଡିହୀ,୨୧ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ମାଂସ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି।

ସୂଚନାରୁ ଜଣାପଡ଼ିଛି ଯେ, ଗ୍ରାମର ଅନନ୍ତ ନାରାୟଣ ଦାଶଙ୍କ ପରିବାର ଲୋକ ବୁଧବାର ନିକଟସ୍ଥ ଗେଡ଼ମା ଛକରୁ ଘରକୁ କୁକୁଡ଼ା ମାଂସ କିଣିକି ଆଣିଥିଲେ। ଏହି ମାଂସକୁ ଖାଇବା ପରେ ପରିବାର ଲୋକଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲେଇଥିଲା। ଚିକିତ୍ସା ପାଇଁ ସେମାନେ ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଫଳରେ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା, ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ଲୋକ ଅଛନ୍ତି। ଅପରପକ୍ଷରେ ମଲା କୁକୁଡ଼ା ମାଂସକୁ ଦୋକାନୀ ଜଣକ ବିକିଥିବାରୁ, ସେହି ବାସି ମାଂସକୁ ଖାଇ ଏପରି ଘଟଣା ଘଟିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri